Posted inଜାତୀୟ

ରାଜନୈତିକ ଦଳଙ୍କୁ ଉପଦେଶ ଦେବା ପାଇଁ ଏତେ କୋଟି ଟଙ୍କା ଚାର୍ଜ କରନ୍ତି ପ୍ରଶାନ୍ତ କିଶୋର, ପିକେଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ,୨।୧୧: ରାଜନୈତିକ ରଣନୀତିକାରରୁ ଜନସୁରାଜ ପାର୍ଟିରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର କରିଛନ୍ତି ବଡ଼ ଖୁଲାସା। ରାଜନୀତିର ଚାଣକ୍ୟ ଭାବେ ବିବେଚିତ ପ୍ରଶାନ୍ତ କିଶୋର ବହୁ ରାଜନୈତିକ ପାର୍ଟିର ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ବହୁ ଦଳ ତାଙ୍କ ଉପଦେଶ ପାଇ ଶାସନ କ୍ଷମତାକୁ ଫେରିଛନ୍ତି, ଆସିଛନ୍ତି କିମ୍ବା ବହୁ ବର୍ଷରୁ ଥିବା ଦଳକୁ ଚିତ ପଟାଙ୍ଗ ମଧ୍ୟ କରିଛନ୍ତି। ତେବେ ରାଜନୀତି ଗୋଟି ଚାଳନାରେ ସିଦ୍ଧହସ୍ତ ଥିବା ପ୍ରଶାନ୍ତ କିଶୋର ବା ପିକେ ପଲଟିକାଲ ପାର୍ଟିମାନଙ୍କୁ ଉପଦେଶ ଦେବାକୁ କେତେ ଟଙ୍କା ନିଅନ୍ତି ଜାଣିଛନ୍ତି କି?

ଏହାକୁ ନେଇ ସବୁବେଳେ ସସପେନ୍ସ ଲାଗି ରହୁଥିବା ବେଳେ ଏହାର ବଡ଼ ଖୁଲାସା କରିଛନ୍ତି ପିକେ। ଯେକୌଣସି ପଲଟିକାଲ ପାର୍ଟି ନିମନ୍ତେ ରଣନୀତି ପ୍ରସ୍ତୁତ କରିବା ପାଇଁ ପିକେ ଡିମାଣ୍ଡ କରନ୍ତି ଶହେ କୋଟି। ଏହା ଖୋଦ ଗଣମାଧ୍ୟମରେ ଖୁଲାସା କରିଛନ୍ତି ପ୍ରଶାନ୍ତ କିଶୋର। ବିହାରରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଉଥିବା ବେଳେ ସେ ଏପରି ଖୁଲାସା କରିଛନ୍ତି।

ପ୍ରଶାନ୍ତ କିଶୋର ନିଜର ରାଜନୈତିକ ଦଳ ‘ଜନ ସୁରାଜ’ ପାର୍ଟି ଲଞ୍ଚ କରିଛନ୍ତି। ତେବେ ଏଥିପାଇଁ ସେ କିପରି ଟଙ୍କା ଯୋଗାଡ କରୁଛନ୍ତି ବୋଲି ତାଙ୍କୁ ପ୍ରଶ୍ନ ପଚରାଯାଉଛି। ଏହାର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ମୋ’ ନିଜ ଦଳ ନିମନ୍ତେ ମୁଁ ପର୍ଯ୍ୟାପ୍ତ ଟଙ୍କା ରଖିଛି। କେବଳ ସେତିକି ନୁହେଁ, ନିର୍ବାଚନୀ ସଭା ଠାରୁ ଆରମ୍ଭ କରି ଟେଣ୍ଟ ବାନ୍ଧିବା ଓ ଖୁଣ୍ଟ ପୋତିବା ଯାଏ ମୋ ପାଖରେ ଟଙ୍କାର ଅଭାବ ନାହିଁ। କାରଣ କେବଳ ଉପଦେଶ ଦେବା ନିମନ୍ତେ ମୁଁ ଶହେ କୋଟି ଚାର୍ଜ କରୁଛି। ତେଣୁ ମାତ୍ର ଗୋଟିଏ ପଲଟିକାଲ ପାର୍ଟିକୁ ଉପଦେଶ ଦେଇ ପାଉଥିବା ଟଙ୍କାରେ ମୁଁ ଆସନ୍ତା ୨ ବର୍ଷ ପାଇଁ ମୋ’ ଦଳର ଖର୍ଚ୍ଚ ତୁଲାଇ ପାରିବି। ଏଥିସହ ସେ କହିଛନ୍ତି, ମୋ’ ରଣନୀତି ଯୋଗୁ ୧୦ଟି ରାଜ୍ୟରେ ବିଭିନ୍ନ ଦଳ ଏବେ କ୍ଷମତାରେ ବସିଛନ୍ତି। ସେମାନେ ଶାସନ କଳ ସମ୍ଭାଳୁଛନ୍ତି। ତେଣୁ ମୋ’ ନିଜ ଦଳର ପରିଚାଳନା ନିମନ୍ତେ ମୁଁ ରଣନୀତି ପ୍ରସ୍ତୁତ କରି ନ ଥିବି ବୋଲି ଭାବିବା ବୋକାମି।

ଚଳିତ ମାସ ୧୩ ତାରିଖରେ ହେବାକୁ ଥିବା ବିହାରର ୪ ବିଧାନସଭା ଆସନ ନିମନ୍ତେ ହେଉଥିବା ଉପ ନିର୍ବାଚନ ପାଇଁ ରାଜନୈତିକ ପାର୍ଟିମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି। ପ୍ରଶାନ୍ତ କିଶୋରଙ୍କ ଦଳ ‘ଜନ ସୁରାଜ’ ପାର୍ଟି ପକ୍ଷରୁ ୪ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଯାଇଛି। ଖୋଦ ପ୍ରଶାନ୍ତ କିଶୋର ନିଜେ ମଇଦାନକୁ ଓହ୍ଲାଇ ନ ଥିବା ବେଳେ ନିଜ ପ୍ରାର୍ଥୀଙ୍କ ପାଇଁ ଫୁଲ ଦମ୍‌ରେ ପ୍ରଚାରରେ ମାତି ଯାଇଛନ୍ତି। ଆସନ୍ତା ୨୩ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?