ପ୍ରଶାନ୍ତ ହେଲେ ସୁହାଇବ, ଅମରେନ୍ଦ୍ର ଅଡ଼ୁଆ

ଜଗତ୍‌ସିଂହପୁର,୧୯ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଆବହାଓ୍ବା ବେଶ୍‌ ପରିଲକ୍ଷିତ ହେଲାଣି। ବିଶେଷକରି ବିଜେଡି ରାଜନୀତି ବିଭିନ୍ନ ପ୍ରକାର ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏହି ଆସନରୁ ଗତ ନିର୍ବାଚନରେ ବିଜେଡି ଟିକେଟ୍‌ ପାଇ ବିଧାୟକ ହୋଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ ଦଳର ପୂର୍ବତନ ଜିଲା ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ କଡ୍ଡା ଟକ୍କର ଦେଉଥିବା ନେଇ ଆଲୋଚନା ହେଉଛି। ଏହାର ଦୃଷ୍ଟାନ୍ତ ଅମରେନ୍ଦ୍ର ଏକାଧିକ ସମାବେଶରେ ପ୍ରତିପାଦିତ କରିଛନ୍ତି। ଗତ ୧୦ ତାରିଖରେ ଜଗତ୍‌ସିଂହପୁର ସହରରେ ନିର୍ବାଚନ ମଣ୍ଡଳୀସ୍ତରୀୟ କର୍ମୀ ସମାବେଶ କରି ସେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଭଳି ସ୍ଥିତିରେ ଜଗତ୍‌ସିଂହପୁର ବିଜେଡି ଏକପ୍ରକାର ଦୁଇ ଫାଳ ହୋଇ ଯାଇଥିବା ଲକ୍ଷ୍ୟ କରାଯାଉଥିବା ବେଳେ କଂଗ୍ରେସ ଓ ଭାଜପା ଉଭୟ ନେତାଙ୍କ କାର୍ଯ୍ୟକ୍ରମ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସମ୍ଭାବ୍ୟ ସ୍ଥିତିକୁ ନେଇ ଅନୁମାନ ଲଗାଇଛନ୍ତି। ବିଜେଡିରୁ କିଏ ପ୍ରାର୍ଥୀ ହେଲେ ସେମାନଙ୍କ ଦଳକୁ ଲାଭ କିମ୍ବା କ୍ଷତି ହେବ, ତା’ ଉପରେ ଅଙ୍କକଷା ଆରମ୍ଭ କରିଦେଇଛି।
ଜଗତ୍‌ସିଂହପୁର କଂଗ୍ରେସ ଜିଲା ସଭାପତି ନଟବର ବାରିକ ପ୍ରତିକ୍ରିୟାରେ କହିଛନ୍ତି, ଅମରେନ୍ଦ୍ର ପ୍ରାର୍ଥୀ ହେଲେ କେତେକାଂଶରେ କଂଗ୍ରେସ କ୍ଷତିରେ ପଡ଼ିପାରେ। କାରଣ ସେ ଜଗତ୍‌ସିଂହପୁର ମାଟିର ପୁଅ। ନିର୍ବାଚନମଣ୍ଡଳୀର ଭୋଟର ବିଶେଷକରି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ଲାଗି ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଶକ୍ତି ବୃଦ୍ଧି କରୁଥିବାରୁ ତାହା କଂଗ୍ରେସ ପ୍ରତି ଆହ୍ବାନ ସୃଷ୍ଟି କରିପାରେ। କିନ୍ତୁ କଂଗ୍ରେସର ସେଭଳି ପ୍ରାର୍ଥୀ ହେଲେ କିଛି ପ୍ରଭାବ ପଡ଼ିବ ନାହିଁ। ପ୍ରଶାନ୍ତଙ୍କ ଉପରେ କହିଥିଲେ, ସେ ଜଣେ ବରିଷ୍ଠ ନେତା। ୩ ଥର ବିଧାୟକ ହେଲେଣି। କିନ୍ତୁ ବିକାଶ ନୁହେଁ, ମୁଖ୍ୟମନ୍ତ୍ରୀ ଓ ଶଙ୍ଖ ଚିହ୍ନଙ୍କୁ ସେ ସମ୍ବଳ କରିଛନ୍ତି। ଜଗତ୍‌ସିଂହପୁର ବିଧାନସଭା ଆସନ ପାଇଁ ବିଜେଡିରୁ କିଏ ଟିକେଟ ପାଇବେ ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରଶାନ୍ତ ପ୍ରାର୍ଥୀ ହେଲେ କଂଗ୍ରେସ ଉପରେ ବିଶେଷ କିଛି ଫରକ ପଡ଼ିବ ନାହିଁ। କିନ୍ତୁ ଯଦି ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇ ତାଙ୍କୁ ପୁଣି ଥରେ କଂଗ୍ରେସ ପ୍ରାର୍ଥୀ କରେ, ତେବେ ବିଜେଡିର ଯିଏ ପ୍ରାର୍ଥୀ ହେଲେ ବି କିଛି ଫରକ ପଡ଼ିବ ନାହିଁ। ଏବେ ଯାହାସବୁ ଦେଖିବାକୁ ମିଳୁଛି ସମସ୍ତ ଆଗଧାଡ଼ିଆ ନେତା ଛକାପଞ୍ଝାରେ ଅଛନ୍ତି। ଭାଜପା-ବିଜେଡି ଭାଇଭାଇ ପରି କାମ କରୁଛନ୍ତି। ନିର୍ବାଚନ ସମୟରେ ଅନେକେ ଦଳବଦଳ କରିଥାନ୍ତି। ତେଣୁ ଆଗକୁ ରାଜନୈତିକ ଚିତ୍ରପଟ କ’ଣ ରହିବ ତାହା ସମୟ କହିବ ବୋଲି ବାରିକ କହିଛନ୍ତି।
ଭାଜପା ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର ମଧ୍ୟ ଅନୁରୂପ ମତ ରଖିଛନ୍ତି। ସେ କହିଛନ୍ତି, ବିଜେଡିର ଦୁଇ ନେତା ଟିକେଟ୍‌ ପାଇଁ ଲବି ଜାରି ରଖିଛନ୍ତି। ଅମରେନ୍ଦ୍ର ମାଟିର ପୁଅ ଓ ଯୁବଗୋଷ୍ଠୀଙ୍କୁ ସମ୍ବଳ କରିଛନ୍ତି। ଗତ ନିର୍ବାଚନରେ ସେ ବିଜେଡି ଟିକେଟ୍‌ ପାଇଁ ଦାବିଦାର ଥିଲେ। କିନ୍ତୁ ପାଇ ନ ଥିଲେ। ସେବେଠାରୁ ସେ ସାଙ୍ଗଠନିକ କାର୍ଯ୍ୟକୁ କ୍ରିୟାଶୀଳ କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ପ୍ରଶାନ୍ତ ବାଲିକୁଦା-ଏରସମା ବିଧାନସଭା ଆସନରୁ ଆସି ପ୍ରଥମ ଥର ଜଗତ୍‌ସିଂହପୁରରେ ଲଢ଼େଇ କରି ବିଧାୟକ ହୋଇଛନ୍ତି। ଦଳ ଜିଲା ସଭାପତି ସହିତ ସରକାରୀ ମୁଖ୍ୟ ସଚେତକ ପଦବୀ ଅଳଙ୍କୃତ କରିଛନ୍ତି। କ୍ଷମତା ବଳରେ ବିଶେଷ ଲାଭବାନ ହେଉଛନ୍ତି। ଦଳୀୟ କର୍ମୀଙ୍କୁ ରୋଜଗାର ଦେଇଛନ୍ତି। କିନ୍ତୁ ଲୋକଙ୍କୁ ଲାଭ ମିଳୁନାହିଁ। ନିର୍ବାଚନମଣ୍ଡଳୀରେ ଆଞ୍ଚଳିକ ଓ ବାହାର ନେତା ପ୍ରସଙ୍ଗ ତୀବ୍ର ହେବାରେ ଲାଗିଛି। ପ୍ରଶାନ୍ତ ଟିକେଟ୍‌ ପାଇଲେ ଭାଜପା ବିଶେଷ ଲାଭବାନ ହେବ। ମୋଟାମୋଟି କହିବାକୁ ଗଲେ ବିଜେଡିରୁ ଯିଏ ପ୍ରାର୍ଥୀ ହେଲେ ଭାଜପାର କ୍ଷତି ହେବନାହିଁ ବୋଲି ମହାପାତ୍ର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ନିର୍ବାଚନ ପରେ କଂଗ୍ରେସ ନେତା ଚିରଞ୍ଜୀବ ବିଜେଡିରେ ମିଶିବେ ବୋଲି ମଝିରେ ମଝିରେ ଚର୍ଚ୍ଚା ଚାଲିଛି। ଏବେ ବି ଏହା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ଏଭଳି ସ୍ଥିତିରେ ବିଜେଡି କେଉଁ ନେତାଙ୍କୁ ଦଳୀୟ ଟିକେଟ ଦେଉଛି ତା’ ଉପରେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri