ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ୱର,୩।୧(ବ୍ୟୁରୋ): ବହୁ ଚର୍ଚ୍ଚିିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଜାରି ରଖିଛି। ତେବେ ଏହି ମାମଲରେ ଜଣଙ୍କ ପରେ ଜଣଙ୍କୁ ଇଡି ଜେରା କରୁଛି। ଏହି କ୍ରମରେ ମଙ୍ଗଳବାର ତୃତୀୟ ଥର ପାଇଁ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ ଇଡିରେ ହାଜର ହୋଇଛନ୍ତି। ପୂର୍ବରୁ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ସହଯୋଗୀ ଶ୍ରଦ୍ଧାଞ୍ଜଳି, ଅର୍ଚ୍ଚନାଙ୍କ ଡ୍ରାଇଭରଙ୍କୁ ଇଡି ଜେରା କରିସାରିଛି।