ଭୁବନେଶ୍ୱର,୧୫।୪: ଭାଜପା ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଭାଜପା ସରକାର ମହାପୁରୁଷଙ୍କୁ ଉଚିତ୍ ସମ୍ମାନ ଦେଉନାହିଁ। ବିଜୁ ବାବୁଙ୍କ ମୂର୍ତ୍ତି ଭାଙ୍ଗିବା ସହ ଜାଳି ଦେଉଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା।
ଅନ୍ୟପକ୍ଷେ ସେ କହିଛନ୍ତି। ବିଜେଡିକୁ କେହି ହାଇଯାକ କରିନାହାନ୍ତି। ରାଜା ଭାଇ ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ କଥା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବଲାଙ୍ଗରୀ ଜିଲା ପାଟଣାଗଡ଼ ବ୍ରହ୍ମପୁରା ବ୍ଲକ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇଦେଇଥିଲେ। ନିଆଁ ଲଗାଇଥିବା ବ୍ୟକ୍ତି ଥାନାରେ ଅଟକ ଅଛନ୍ତି।