ଭୁବନେଶ୍ୱର,୨୦।୩: କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟାରଖିଲେ ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଚିଠି ଗୋଟେ ଅଫିସରୁ ବସି ଟାଇପ ହୋଇଛି। ଏମାନେ ଦସ୍ତଖତ କରିଛନ୍ତି ବୋଲି ସେ କହିଛନ୍ତି। ଆଇନ କଣ ଏକା ସେମାନଙ୍କ ପାଇଁ, ଆଇନର ଆଶ୍ରୟ ନିଅନ୍ତୁ ବୋଲି ସିଏ କହିଛନ୍ତି। ସତ ଲେଖୁନାହାନ୍ତି, କାହିଁକି ଭୋଟ ଦେଲେ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ସେ କହିଛନ୍ତି, ଦଳ ଫିଲଟର ହେଉଛି, ସବୁ ଅଳିଆ ବାହାରିଗଲେ ସଚ୍ଛ ହେବ।
ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବିଜେଡି ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା। ତେବେ ଏହି କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ। ECIଙ୍କ ନିର୍ଦ୍ଦେଶନାମା, ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଙ୍ଘନ ବୋଲି ସେମାନେ ଲେଖିଛନ୍ତି। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ସେମାନେ ଚେତାବନୀ ଦେଇଛନ୍ତି। ରାଜ୍ୟ ସଭା ନିର୍ବାଚନରେ ଦଳୀୟ ହ୍ବିପ କାମ କରେ ନାହିଁ ବୋଲି ସେମାନେ ଦର୍ଶାଇଛନ୍ତି। ମୁଖ୍ୟ ସଚେତକ ହ୍ବିପ ଜାରି କରି ବେଆଇନ କାର୍ଯ୍ୟ କରିଛନ୍ତି ବୋଲି ସେମାନେ ଉତ୍ତର ରଖିଛନ୍ତି। ଭୋଟ ଦେବା ପାଇଁ କହିବା ଓ ବିରତ ପାଇଁ ପ୍ରବର୍ତ୍ତାଇବା ଦଣ୍ଡନୀୟ ଅପରାଧ ବୋଲି ସେମାନେ ଦର୍ଶାଇଛନ୍ତି।
Dharitri – Odisha’s No.1 Odia Daily