Posted inଖେଳ

ପ୍ରଜନେଶ କ୍ୱାର୍ଟରଫାଇନାଲରେ

କ୍ୟାରି (ୟୁଏସ୍‌ଏ): ଭାରତର ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଆଟଲାଣ୍ଟିକ୍‌ ଟାଇର୍‌ ଚାମ୍ପିୟନଶିପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏହିି ଏଟିପି ଚ୍ୟାଲେଞ୍ଜର ଇଭେଣ୍ଟର ଏକ ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ୪ର୍ଥ ସିଡ୍‌ ପ୍ରଜନେଶ ପୂର୍ବତନ ଟପ୍‌ ୧୦ ଆମେରିକୀୟ ଜ୍ୟାକ୍‌ ସକ୍‌ଙ୍କୁ ୬-୭ (୩), ୬-୨, ୭-୬ (୫) ସେଟ୍‌ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ୩ ଘଣ୍ଟା ପାଖାପାଖି ଚାଲିଥିଲା। ୧୪୬ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତୀୟ ଖେଳାଳି ୫୨,୦୮୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ହାର୍ଡକୋର୍ଟ ଟୁର୍ନାମେଣ୍ଟର ପରବର୍ତ୍ତୀ ରାଉଣ୍ଡରେ ବ୍ରାଜିଲ କ୍ୱାଲିଫାୟର ଥୋମାଜ୍‌ ବେଲୁସିଙ୍କୁ ଭେଟିବେ। ବେଲୁସି ଏକଦା ତାଙ୍କ କ୍ୟାରିୟର ଶ୍ରେଷ୍ଠ ୨୧ତମ ର଼୍ୟାଙ୍କିଙ୍ଗ ହାସଲ କରିଥିଲେ। ସେ ଇତିମଧ୍ୟରେ ୪ଟି ଏଟିପି ସଙ୍ଗଲ୍ସ ଟାଇଟଲ ହାସଲ କରିସାରିଛନ୍ତି। ୩୨ବର୍ଷୀୟ ଖେଳାଳି ବର୍ତ୍ତମାନ ର଼୍ୟାଙ୍କିଙ୍ଗ ତାଲିକାର ୨୯୭ ତମ ସ୍ଥାନରେ ଅଛନ୍ତି। ରାମକୁମାର ରମାନାଥନ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରୁ ବିଦାୟ ନେଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାହାରିନରେ ଫଶିଛନ୍ତି ଶତାଧିକ ଏଫ୍‌୧ ଷ୍ଟାଫ୍‌: ଫେରିବାକୁ ମିଳୁ ନାହିଁ ବାଟ

ମନମା,୨।୩: ଫର୍ମୁଲା-୧ ରେସିଂ ସହ ଜଡ଼ିତ ଶତାଧିକ ଷ୍ଟାଫ ବାହାରିନରେ ଫଶି ରହିଛନ୍ତି। ମିଡିଲ ଇଷ୍ଟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ସେମାନଙ୍କୁ ସ୍ୱଦେଶ ଫେରିବାକୁ ବାଟ…

ପାକିସ୍ତାନ ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବ ପିସିବ

କରାଚୀ,୨।୩: ଚଳିତ ଟି୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବାକୁ ଦେଶର କ୍ରିକେଟ ବୋର୍ଡ ଚିନ୍ତା କରୁଛି। ଏକ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସାମସନ

କୋଲକାତା,୨।୩: ଭାରତୀୟ ଓପନର ସଞ୍ଜୁ ସାମସନ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ୫୦ ବଲରେ ଅପରାଜିତ ୯୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଟି୨୦ ବିଶ୍ୱକପ୍‌…

ସ୍ୱଦେଶ ଫେରିପାରୁନାହିଁ ଜିମ୍ୱାଓ୍ୱେ ଦଳ

ନୂଆଦିଲ୍ଲୀ, ୧ା୩: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଜିମ୍ୱାଓ୍ୱେର ଅଭିଯାନ ଶେଷ ହୋଇଛି। ଦଳ ବର୍ତ୍ତମାନ ସ୍ୱଦେଶ ଫେରିବାକୁ ଥିବାବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ବର୍ତ୍ତମାନ ଦୁବାଇ…

‘ଏମିତି ଖେଳିବା ବନ୍ଦ କର..’ ଅଭିଷେକଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ସେ ତାଙ୍କର ପ୍ରଥମ ତିନୋଟି ମ୍ୟାଚରେ ହ୍ୟାଟ୍ରିକ ପାଇଁ ଆଉଟ ହୋଇଥିଲେ। ଟିମ…

କିଙ୍ଗ୍‌ କୋହଲିଙ୍କ ମହାରେକର୍ଡ ଭାଙ୍ଗିଲେ ସଞ୍ଜୁ ସାମସନ, ଏମିତି କରି…

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରନ ଚେଜ ସମୟରେ ସଞ୍ଜୁ ସାମସନ ୫୦ଟି ବଲରେ ୧୨ଟି ଚୌକା ଏବଂ ୪ଟି ଛକା…

ମ୍ୟାଚ୍‌ ବିଜୟୀ ଇନିଂସ ପରେ ପ୍ରଥମେ କାହାକୁ ଭିଡିଓ କଲ୍‌ କଲେ ସଞ୍ଜୁ ସାମସନ: ବଢୁଛି ଚର୍ଚ୍ଚା

କୋଲକାତା,୨।୩: ICC T20 ବିଶ୍ୱକପ 2026 ପୂର୍ବରୁ ଫର୍ମ ଖୋଜୁଥିବା ସଞ୍ଜୁ ସାମସନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ ତାଙ୍କର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ…

BCCIର ବଡ଼ ଘୋଷଣା, ଭାରତ ପ୍ରଥମ ଥର ପାଇଁ ଏହି ଦଳ ସହିତ ଖେଳିବ ODI

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପ୍ ସମୟରେ ଏକ ବଡ଼ ଘୋଷଣା କରିଛି । ୨୦୨୬ ଆଇପିଏଲ୍ ପରେ, ଭାରତୀୟ ଦଳ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri