ପ୍ରବଳ ହସାଇଲେ ପ୍ରଜ୍ଞାନ-ଶଙ୍କର ଯୋଡି: ମନ ମୋହିଲା ମୋଦି-ନବୀନଙ୍କ ନକଲ

ଦାରିଙ୍ଗବାଡି,୯।୧(ଅରୁଣ ସାହୁ): ବ୍ୟସ୍ତମୟ ଜୀବନରେ ଟିକିଏ ହସିବା ପାଇଁ ସମୟ ନ ଥାଏ କି ଚାପଗ୍ରସ୍ତ ମନୁଷ୍ୟକୁ ଟିକିଏ ହସ ଆସି ନ ଥାଏ। କିନ୍ତୁ ଯେତେବେଳେ ଟିକିଏ ସମୟ ମିଳେ କିମ୍ବା ମନୋରଞ୍ଜନର ବ୍ୟବସ୍ଥା ଥାଏ ସେଠି ଆପେ ଆପେ ହସ ଆସିଯାଇଥାଏ। ଗୁରୁବାର ଠାରୁ ଦାରିଙ୍ଗବାଡିରେ ଶୀତ ମହୋତ୍ସବ-୨୦୨୬ର ଶୁଭାରମ୍ଭ ହୋଇଯାଇଛି ପ୍ରଥମ ଦିନରେ ଅନେକ ସୁନାମଧନ୍ୟ କଳାକାର ଯୋଗଦେଇଥିବାବେଳେ ହାସ୍ୟ ଅଭିନେତା ପ୍ରଜ୍ଞାନ ଏବଂ ଶଙ୍କର ଯୋଡିଙ୍କ ଅଭିନୟ ତଥା କମେଡି ସମସ୍ତଙ୍କ ମୁହଁରେ ଆଣିଦେଇଥିଲା ହସ। ମହୋତ୍ସବରେ ଯେତେ ଦର୍ଶକ ଉପସ୍ଥିତ ରହିଥିଲେ ସମସ୍ତେ ହସି ହସି ବେଦମ ହୋଇଯାଇଥିଲେ।
ବିଶେଷ କରି ଦୁଇ କମେଡି ଯୋଡିଙ୍କ ମଧ୍ୟରେ ଶଙ୍କର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲି କରିଥିବାବେଳେ ପ୍ରଜ୍ଞାନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନକଲି କରି ସମସ୍ତଙ୍କୁ ହସାଇଥିଲେ।
ସୂଚନାଯୋଗ୍ୟ ଯେ, ଏହି ମହୋତ୍ସବକୁ ଜିଲା ପ୍ରଶାସନର ସହଯୋଗ ରେ ସ୍ଥାନୀୟ ପ୍ରଶାସନ ମହୋତ୍ସବକୁ ଆୟୋଜନ କରିଛି। ମହୋତ୍ସବର ସମ୍ପାଦକ ତଥା ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ୱାବଧାନରେ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡିର ବିଭିନ୍ନ ରାଜନୈତିକ ଦଳ, ହୋଟେଲ ସଂଘ, ବଣିକ ସଂଘ, ବୋଲବମ ସଂଘ, ପାଳକ ସଂଘ, ସ୍ବେଛାସେବୀ ଅନୁଷ୍ଠାନ,ସମେତ ସ୍ଥାନୀୟ ଲୋକଙ୍କ ସହଯୋଗରେ ମହୋତ୍ସବ ଅନୁଷ୍ଠିତ ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri