ମୁହଁ ଖୋଲିଲେ ପ୍ରଫୁଲ୍ଲ, ବିଜେଡି ପରିଚାଳନାକୁ ନେଇ ସିଧା ଟାର୍ଗେଟ୍‌ କରି କହିଲେ ଆଗକୁ ଦଳ ଯଦି…

ଭୁବନେଶ୍ୱର,୧୧ା୯: ଦିନକୁ ଦିନ ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ସେମାନଙ୍କ ରୋଷ ଝାଡୁଛନ୍ତି। ପୂର୍ବରୁ ଦେବାଶିଷ, ରଣେନ୍ଦ୍ର, ଅରୁଣ, ଭୂପିନ୍ଦରଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ବିଜେଡି ପରିଚାଳନାକୁ ନେଇ ପ୍ରଫୁଲ୍ଲ ସିଧା ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି।

ସେ କହିଛନ୍ତି, ଆଗକୁ ଯଦି ଦଳ ଠିକ୍‌ ଭାବେ ନ ଚାଲେ ତା’ହେଲେ ଦଳଠୁ ଦୂରେଇ ଯିବି। ମୁଁ ଏବେ ବିଜେଡିରେ ଅଛି, କିନ୍ତୁ ସାଂଗଠନିକ କାର୍ଯ୍ୟରେ ଯୋଗ ଦେଉନି। ବିଜେଡି ସଠିକ ଭାବେ ବିରୋଧୀଦଳ ଭୂମିକା ନିର୍ବାହ କରୁନାହିଁ। ପୂର୍ବ ବିଚାରଧାରାରେ ଦଳ ନାହିଁ। ଦଳକୁ ସଂଗଠିତ କରିବାକୁ PAC, ଶୃଙ୍ଖଳା କମିଟି ପାଇଁ କହିଥିଲୁ, ହୋଇଛି ମାତ୍ର ଅନ୍ୟ ପ୍ରସ୍ତାବଗୁଡ଼ିକ ଦଳରେ ଗ୍ରହଣ କରାଯାଇନାହିଁ। ମୋ’ ସହିତ କେହି ଆଲୋଚନା କରି ନାହାନ୍ତି କି ମୁଁ କାହାକୁ ଭେଟିନି। ନୂଆ ବିଜେଡି ଗଠନ ପାଇଁ ଏବେ ସମୟ ନୁହେଁ, ପୁରୁଣାର ସଠିକ୍‌ ପରିଚାଳନା ହେବା ଦରକାର ବୋଲି ପ୍ରଫୁଲ୍ଲ କହିଛନ୍ତି।

Share