ଭୁବନେଶ୍ୱର,୨୬।୧୨: ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି । ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ ପଟ୍ଟନାୟକ ସାମିଲ ଦେଇ ବଡ଼ ବୟାନ ଦେଇଛନ୍ତି । ବିଜୁ ଜନତା ଦଳ ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ସେ କହିଛନ୍ତି । ତେବେ ଏହାରି ଭିତରେ ପ୍ରଫୁଲ୍ଲ ଘଡ଼େଇ ବିଜେଡିକୁ ଟାର୍ଗେଟ କରି ମତ ରଖିଛନ୍ତି । ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ ।
ହାରିବା ପରେ ବିଜେଡିରେ ଏକତା ନାହିଁ ବୋଲି ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି । ସମସ୍ତଙ୍କୁ ସାଙ୍ଗରେ ନେଇ ନବୀନ ପଟ୍ଟନାୟକଙ୍କୁ ଚାଲିବାକୁ ପଡ଼ିବ । ବିଜେଡିର ଅନେକ ପ୍ରତିଷ୍ଠାତା ସଦସ୍ୟ ଆଉ ଦଳରେ ନାହାନ୍ତି । ଦଳର ସମସ୍ତ ନେତା ଏକଜୁଟ ହୋଇ ଦଳକୁ ସଶକ୍ତ କରନ୍ତୁ । ରାଜ୍ୟର ଗଠନମୂଳକ ବିକାଶ ପାଇଁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଆବଶ୍ୟକ । ନବୀନ ନିଜର ଭୂମିକା ନିର୍ବାହ କଲେ ସବୁ ଜିନିଷ ଠିକ ହୋଇପାରିବ ବୋଲି ମନ୍ତ୍ର ଦେଇଛନ୍ତି ପ୍ରଫୁଲ୍ଲ ।