ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ: ନବୀନ ସାମ୍ନାକୁ ଆସିଲେ ସବୁ ସତ…

ଭୁବନେଶ୍ୱର,୭ା୪: ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ବିଶେଷକରି ଓ୍ବକ୍‌ଫ ବିଲକୁ ନେଇ ସେ କହିଛନ୍ତି କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳାଇଲା ସେ ସମ୍ପର୍କରେ ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର। ସବୁ କଥା ନବୀନ ଜାଣିଛନ୍ତି। ସେ ସାମ୍ନାକୁ ଆସି ଦଳରୁ ଦ୍ୱନ୍ଦ୍ୱ ଦୂର କରନ୍ତୁ ବୋଲି ପ୍ରଫୁଲ୍ଲ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଘଟଣାକୁ ନେଇ ବିଜେଡି ବ୍ୟାକ୍‌ ଫୁଟ୍‌କୁ ଚାଲିଗଲା। ନବୀନ ସତ କଥା କ’ଣ କୁହନ୍ତୁ। ବାଦଲ ଦୂର ହେବା ଦରକାର। ପ୍ରକୃତରେ ଦଳରେ କ’ଣ ଘଟିଛି ତାହା ନବୀନ ହିଁ କହିପାରିବେ ବୋଲି ପ୍ରଫୁଲ୍ଲ କହିଛନ୍ତି।

Share