ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କରି ପ୍ରଦୀପଙ୍କ ବିସ୍ଫୋରକ ବୟାନ: ସନ୍ନ୍ୟାସ ନୁହେଁ, ଗୋଟିଗୋଟି କରି ହିସାବ ଦେବ, ନଚେତ୍‌…

ବରଗଡ଼,୧୫ା୬(ପ୍ରେମାନନ୍ଦ ଖମାରୀ): ସନ୍ନ୍ୟାସ ନୁହେଁ, ଯେଉଁମାନେ ବିଜେଡି ସରକାରଙ୍କ ୫-ଟି ଯୋଜନା ଜରିଆରେ ରାଜ୍ୟର ଖଣି, ଖାଦାନର ଶହଶହ କୋଟି ସମ୍ପତ୍ତି ହରିଲୁଟ୍‌ କରିଛନ୍ତି, ରାଜକୋଷରେ ରହିଥିବା ପଇସା ଲୁଟିଛନ୍ତି, ଭାଜପା ସରକାର ସେସବୁର ଗୋଟିଗୋଟି କରି ହିସାବ କରିବ ଏବଂ ଏଥିରେ ଯିଏ ବି ସମ୍ପୃକ୍ତ ଥାଆନ୍ତୁ ନା କାହିଁକି, ସେମାନେ ଜେଲ୍‌ରେ ଚକି ପେଷିବେ ବୋଲି ଶନିବାର ବରଗଡ଼ ଜିଲା ଅତାବିରାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ନବନିର୍ବାଚିତ ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ କହିଛନ୍ତି।
ପୂର୍ବତନ ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ସିଧାସଳଖ ଏଭଳି ଇଙ୍ଗିତ କରି ସେ ଆହୁରି କହିଥିଲେ, ଦୀର୍ଘ ୨୪ବର୍ଷ ଏକ ଲମ୍ବା ସମୟ ଧରି ବିଜେଡି ସରକାର ଚାଲିଥିଲା। ପରବର୍ତ୍ତନର ନିଶାନା ଦିଶୁ ନ ଥିଲା। ଏଥର ମଧ୍ୟ ପରିବର୍ତ୍ତନ ହେବ ନାହିଁ ବୋଲି ବହୁତ ଲୋକ କହୁଥିଲେ। ପୁଣିଥରେ ରାଜ୍ୟରେ ସରକାର ଗଠନ କରିବୁ ବୋଲି ବିଜେଡି ନେତା/କର୍ମୀମାନେ କହୁଥିଲେ। ଏହି କ୍ରମରେ ସେତେବେଳେ ରାଜ୍ୟ ସରକାରକୁ ଚଳାଉଥିବା ଭି.କେ ପାଣ୍ଡିଆନ ମାଇକ୍‌ ଧରି ବିଜେଡି ପୁଣି ସରକାରକୁ ନ ଫେରିଲେ ଏବଂ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି ପୂରାଦମ୍‌ରେ କହୁଥିଲେ। ଅନ୍ୟପଟେ ପାଣ୍ଡିଆନଙ୍କ ସେଭଳି ବୟାନଙ୍କୁ ନେଇ ଭେଡେନ ବ୍ଲକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ସଭାରେ ପାଣ୍ଡିଆନ କେବେ ମଧ୍ୟ ସନ୍ନ୍ୟାସ ନେଇ ପାରିବେ ନାହିଁ। ଭାଜପା ରାଜ୍ୟର ସରକାର ଗଠନ କରିବ ଏବଂ ଭାଜପା ରାଜ୍ୟରେ ଶାସନଭାର ନେଲେ ୫-ଟି ନାଁରେ ହୋଇଥିବା କୋଟିକୋଟି ଟଙ୍କା ଲୁଟ୍‌ର ହିସାବ ମାଗିବ ବୋଲି ସେ(ପ୍ରଦୀପ) କହିଥିଲେ।

 

ଆଜି ଲୋକଙ୍କ ଆଶୀର୍ବାଦରେ ଭାଜପା ରାଜ୍ୟରେ ସରକାର ଗଠନ କରିଛି ଏବଂ ଏଣିକି ଭି.କେ ପାଣ୍ଡିଆନଙ୍କ ମାଲିକାନାରେ ଯେଉଁ ୫-ଟି ଚାଲୁ୍‌ଥିଲା ଏବଂ ଯେଉଁ ଯୋଜନାରେ ରାଜ୍ୟର ଗରିବ ଲୋକଙ୍କ ଟଙ୍କା ଥିବା ରାଜକୋଷରୁ କୋଟିକୋଟି ଟଙ୍କା ଲୁଟ୍‌ ହୋଇଛି। ସମୟ ଆସିଛି, ତା’ର ହିସାବ ନିକାଶ କରାଯିବ ଏବଂ ସେଥିରେ ପାଣ୍ଡିଆନ ହୁଅନ୍ତୁ ଅବା ଅନ୍ୟ କୌଣସି ଆଇଏଏସ୍‌ ଅଧିକାରୀ, ମନ୍ତ୍ରୀଙ୍କ ସମ୍ପୃକ୍ତି ଜଣାପଡ଼ିବ। ସେମାନଙ୍କୁ ଜେଲ୍‌ରେ ଚକି ପେଷିବାକୁ ପଡ଼ିବ ବୋଲି ପ୍ରଦୀପ କହିଛନ୍ତି। ପ୍ରଦୀପଙ୍କ ଏଭଳି ବିସ୍ଫୋରକ ବୟାନ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri