ନବୀନଙ୍କ ଅସଲ ମୁଖା ଖୋଲିବେ ପ୍ରଦୀପ ପାଣିଗ୍ରାହୀ: ଓଡ଼ିଆ ନବବର୍ଷକୁ ଅପେକ୍ଷା

ଭୁବନେଶ୍ୱର, ୯ା୧(ସୁନିତ୍‌ ମିଶ୍ର):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କ ସହ ବିଜେଡିର ସମ୍ପର୍କରେ ତିକ୍ତତା ଆସିବା ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଅନେକ ସମୟରେ ବିଜେଡି ବିରୋଧରେ ବିଷ ଓକାଳୁଥିବା ପ୍ରଦୀପ କେତେକ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ବୁଧବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଠକେଇ ମାମଲାରେ ଦୋଷମୁକ୍ତ ହେବାପରେ ପ୍ରଦୀପ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କୁ ସେତେବେଳେ ମିଛରେ ଦୋଷ ଲଗାଇ ଦଳରୁ ବହିଷ୍କାର କରାଗଲା, ଅପରପକ୍ଷେ ରାଜ୍ୟବାସୀ ବିଜେଡିକୁ ଶାସନରୁ ବହିଷ୍କାର କଲେ। ଓଡ଼ିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲିଦେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜକୁ କେତେ ସ୍ବଚ୍ଛ କହିଆସୁଛନ୍ତି ସେସବୁର ପାଞ୍ଜି ଖୋଲିବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ କଢ଼ାଯିବା ନେଇ ଏ ପର୍ଯ୍ୟନ୍ତ ଥରୁଟିଏ ମୁହଁ ଖୋଲିନାହାନ୍ତି ବୋଲି ବ୍ରହ୍ମପୁର ଏମ୍‌ପି କହିଛନ୍ତି।
କହିଛନ୍ତି, କାର୍ତ୍ତିକ ପାଣ୍ଡିଆନ ଗୋଟେ ମ୍ୟାଟେରିଆଲ ନୁହେଁ। ନବୀନବାବୁ ଓଡ଼ିଶାକୁ ଲୁଟ୍‌ ପାଇଁ ତାଙ୍କୁ ଠିକା ଦେଇଦେଲେ। ସିଏମ୍‌ଓକୁ କର୍‌ପସନ, କମିଶନ୍‌, କଲେକ୍ସନର ହବ୍‌ କରାଯାଇଥିଲା। ଟ୍ରାଫିକ୍‌ ପୋଲିସ ହେଉଥିବା ଲୋକ କ’ଣ ଗୋଟେ ନେତା କି କହି ସେ ଛିଗୁଲେଇଥିଲେ। ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ନାଁ ନେଇ ଆକ୍ଷେପକରି କହିଛନ୍ତି, ସମ୍ପୃକ୍ତ ଅଫିସର ପ୍ରଥମ ଥର ଟୁଇଟ୍‌କରି ଗିରଫ କରିଥିବା ଜଣାଇଥିଲେ। ତାଙ୍କୁ କିଏ ଗିରଫ କରିବ ବୋଲି ପଚାରିବା ବେଳେ ଉକ୍ତ ଆଇପିଏସ୍‌ ଅଫିସର କହିଥିଲେ, ସେ କରିବେ। ତାଙ୍କୁ ଗିରଫ କରିବା ପରେ ଉକ୍ତ ଆଇପିଏସ୍‌ ଅଫିସରଙ୍କୁ ପୁରସ୍କାର ସ୍ବରୂପ କମିଶନର କରାଯାଇଥିଲା ବୋଲି ପ୍ରଦୀପ କହିଛନ୍ତି।
ପ୍ରଦୀପ ପାଣିଗ୍ରାହୀଙ୍କୁ ଏବେ ବଡ଼ ଆଶ୍ୱସ୍ତି ମିଳିଛି। ସବୁ ମାମଲାରେ ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ମଙ୍ଗଳବାର ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ସମ୍ପର୍କିତ ୨ଟି ମାମଲାରେ ମାନ୍ୟବର କୋର୍ଟ ପ୍ରଦୀପଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ବୁଧବାର ଆଉ ୩ଟି ମାମଲାର ଶୁଣାଣିକରି ସମସ୍ତ ମାମଲାରେ ତାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା, ୧୫ରୁ ଊର୍ଦ୍ଧ୍ବ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri