ନବୀନଙ୍କ ଅସଲ ମୁଖା ଖୋଲିବେ ପ୍ରଦୀପ ପାଣିଗ୍ରାହୀ: ଓଡ଼ିଆ ନବବର୍ଷକୁ ଅପେକ୍ଷା

ଭୁବନେଶ୍ୱର, ୯ା୧(ସୁନିତ୍‌ ମିଶ୍ର):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କ ସହ ବିଜେଡିର ସମ୍ପର୍କରେ ତିକ୍ତତା ଆସିବା ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଅନେକ ସମୟରେ ବିଜେଡି ବିରୋଧରେ ବିଷ ଓକାଳୁଥିବା ପ୍ରଦୀପ କେତେକ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ବୁଧବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଠକେଇ ମାମଲାରେ ଦୋଷମୁକ୍ତ ହେବାପରେ ପ୍ରଦୀପ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କୁ ସେତେବେଳେ ମିଛରେ ଦୋଷ ଲଗାଇ ଦଳରୁ ବହିଷ୍କାର କରାଗଲା, ଅପରପକ୍ଷେ ରାଜ୍ୟବାସୀ ବିଜେଡିକୁ ଶାସନରୁ ବହିଷ୍କାର କଲେ। ଓଡ଼ିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲିଦେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜକୁ କେତେ ସ୍ବଚ୍ଛ କହିଆସୁଛନ୍ତି ସେସବୁର ପାଞ୍ଜି ଖୋଲିବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ କଢ଼ାଯିବା ନେଇ ଏ ପର୍ଯ୍ୟନ୍ତ ଥରୁଟିଏ ମୁହଁ ଖୋଲିନାହାନ୍ତି ବୋଲି ବ୍ରହ୍ମପୁର ଏମ୍‌ପି କହିଛନ୍ତି।
କହିଛନ୍ତି, କାର୍ତ୍ତିକ ପାଣ୍ଡିଆନ ଗୋଟେ ମ୍ୟାଟେରିଆଲ ନୁହେଁ। ନବୀନବାବୁ ଓଡ଼ିଶାକୁ ଲୁଟ୍‌ ପାଇଁ ତାଙ୍କୁ ଠିକା ଦେଇଦେଲେ। ସିଏମ୍‌ଓକୁ କର୍‌ପସନ, କମିଶନ୍‌, କଲେକ୍ସନର ହବ୍‌ କରାଯାଇଥିଲା। ଟ୍ରାଫିକ୍‌ ପୋଲିସ ହେଉଥିବା ଲୋକ କ’ଣ ଗୋଟେ ନେତା କି କହି ସେ ଛିଗୁଲେଇଥିଲେ। ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ନାଁ ନେଇ ଆକ୍ଷେପକରି କହିଛନ୍ତି, ସମ୍ପୃକ୍ତ ଅଫିସର ପ୍ରଥମ ଥର ଟୁଇଟ୍‌କରି ଗିରଫ କରିଥିବା ଜଣାଇଥିଲେ। ତାଙ୍କୁ କିଏ ଗିରଫ କରିବ ବୋଲି ପଚାରିବା ବେଳେ ଉକ୍ତ ଆଇପିଏସ୍‌ ଅଫିସର କହିଥିଲେ, ସେ କରିବେ। ତାଙ୍କୁ ଗିରଫ କରିବା ପରେ ଉକ୍ତ ଆଇପିଏସ୍‌ ଅଫିସରଙ୍କୁ ପୁରସ୍କାର ସ୍ବରୂପ କମିଶନର କରାଯାଇଥିଲା ବୋଲି ପ୍ରଦୀପ କହିଛନ୍ତି।
ପ୍ରଦୀପ ପାଣିଗ୍ରାହୀଙ୍କୁ ଏବେ ବଡ଼ ଆଶ୍ୱସ୍ତି ମିଳିଛି। ସବୁ ମାମଲାରେ ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ମଙ୍ଗଳବାର ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ସମ୍ପର୍କିତ ୨ଟି ମାମଲାରେ ମାନ୍ୟବର କୋର୍ଟ ପ୍ରଦୀପଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ବୁଧବାର ଆଉ ୩ଟି ମାମଲାର ଶୁଣାଣିକରି ସମସ୍ତ ମାମଲାରେ ତାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌…

ଆଜି WPL ଫାଇନାଲ୍, ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଭଦୋଦରା,୫।୨(ପି.ଟି.): ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣରେ ଗୁରୁବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟାଇଟଲ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri