ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍ କରି ସେ ତାଙ୍କ ଇସ୍ତଫାର କାରଣ କହିଛନ୍ତି। ସେ କହିଛନ୍ତି, ଭାଜପା ମୂଲ୍ୟବୋଧଯୁକ୍ତ ରାଜନୀତି ବିଚାରଠାରୁ ଦୂରେଇ ଯାଇଛି । ନ ହେଲେ ଚିଟ୍ଫଣ୍ଡ ଅଭିଯୁକ୍ତଙ୍କୁ ଭାଜପାରେ କିପରି ସାମିଲ କରାଗଲା। ଜଣେ ଅଭିଯୁକ୍ତଙ୍କୁ ଆଣି ଦଳରେ ସାମିଲ କରିବା ରାଜ୍ୟ ଭାଜପାରେ ପ୍ରଥମ। ୨୦୨୪ରେ କ୍ଷମତାକୁ ଆସିବା ପରେ ଭାଜପାର ନୈତିକ ପତ୍ତନ ହୋଇଛି। ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତ୍ତି ନେଇନି ବୋଲି ଦାଶ କହିଛନ୍ତି।

