Posted inଜାତୀୟ

ଭାରତରେ ୨,୦୦୦ ହଳ କୋହ୍ଲାପୁରୀ ଜୋତା ତିଆରି କରିବ ପ୍ରାଦା

ମୁମ୍ବାଇ/ମିଲନ,୧୩ା୧୨: ଭାରତର ପାରମ୍ପରିକ ଜୋତା ଦ୍ୱାରା ଅନୁପ୍ରାଣିତ ହୋଇ ଇଟାଲୀୟ କମ୍ପାନୀ ପ୍ରାଦା ଭାରତୀୟ କାରିଗରମାନଙ୍କ ସହ ଏକାଠି ୨,୦୦୦ ହଳ କୋହ୍ଲାପୁରୀ ଚପଲ ତିଆରି କରିବାକୁ ଯାଉଛି। ପ୍ରତି ହଳ ଚପଲ ଦାମ୍‌ ୮୦୦ ୟୁରୋ ବା ୯୩୦ ଡଲାର ରହିବ ବୋଲି ପ୍ରାଦାର ବରିଷ୍ଠ କାର୍ଯ୍ୟନିର୍ବାହୀ ଲୋରେଞ୍ଜୋ ବେର୍ଟେଲି କହିଛନ୍ତି। ପୂର୍ବରୁ ଏହି କମ୍ପାନୀ ବିନା ଅନୁମତିରେ ପାରମ୍ପରିକ କୋହ୍ଲାପୁରୀ ଚପଲ ଡିଜାଇନ୍‌କୁ ନକଲ କରି ସମାଲୋଚିତ ହୋଇଥିଲା। ଏବେ କମ୍ପାନୀ ସେହି ସମାଲୋଚନାକୁ ଭାରତୀୟ କାରିଗରଙ୍କ ସହିତ ସହଯୋଗରେ ବଦଳାଇବାକୁ ଯାଉଛି। ମହାରାଷ୍ଟ୍ର ଏବଂ କର୍ନାଟକରେ ଏହି ଚପଲ ତିଆରି ହେବ। ପାରମ୍ପରିକ ଭାରତୀୟ ଦକ୍ଷତାକୁ ଇଟାଲୀୟ ଉତ୍ପାଦନ ପ୍ରଯୁକ୍ତି ସହ ମିଶାଇବା ଚିନ୍ତାଧାରା ନେଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେର୍ଟେଲି କହିଛନ୍ତି। ୨୦୨୬ ଫେବୃଆରୀରେ ପ୍ରାଦାର ଦେଶବ୍ୟାପୀ ରହିଥିବା ୪୦ଟି ଷ୍ଟୋର ସମେତ ଅନ୍‌ଲାଇନରେ ଏହି ଜୋତା ବିକ୍ରି ପାଇଁ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ୬ ମାସ ପୂର୍ବରୁ ପ୍ରାଦା ମିଲନରେ ପ୍ରଦର୍ଶିତ କରିଥିବା ଚପଲ କୋହ୍ଲାପୁରୀ ଚପଲ ଭଳି ଦେଖାଯାଉଥିବାରୁ ଏହାକୁ ନେଇ କମ୍ପାନୀ ସମାଲୋଚିତ ହୋଇଥିଲା। ଏହି ଫଟୋ ଅନ୍‌ଲାଇନରେ ପ୍ରସାରିତ ହେବା ପରେ ଭାରତରେ ଉତ୍ତେଜନା ଦେଖାଦେଇଥିଲା। ଭାରତୀୟ ପୁରାତନ ଷ୍ଟାଇଲ୍‌ରୁ ଏହି ଡିଜାଇନ୍‌ ଅଣାଯାଇଥିବା ପ୍ରାଦା ସ୍ବୀକାର କରିଥିଲା। ଏବେ କମ୍ପାନୀ ଭାରତରେ ଚପଲ ତିଆରି ପାଇଁ ୨ଟି ସରକାରୀ ସମର୍ଥତ୍ତ ସଂସ୍ଥା ମହାରାଷ୍ଟ୍ରର ଲିଡକମ୍‌ ଏବଂ କର୍ନାଟକର ଲିଡ୍‌କର ସହ ଚୁକ୍ତି ସ୍ବାକ୍ଷର କରିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।…

ବିକାଶ: ସ୍ବପ୍ନ ଓ ବାସ୍ତବତା

ଖବରକାଗଜ ବା ଟିଭି ଚାନେଲ ଖୋଲିଲେ ବିକଶିତ ଭାରତ କଥା ଶୁଣିବାକୁ ବା ପଢ଼ିବାକୁ ମିଳେ, କିନ୍ତୁ ସେହି ବିକଶିତ ଭାରତର ସ୍ବରୂପ କ’ଣ ହେବ, କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri