Posted inଜାତୀୟ

ଭାରତରେ ୨,୦୦୦ ହଳ କୋହ୍ଲାପୁରୀ ଜୋତା ତିଆରି କରିବ ପ୍ରାଦା

ମୁମ୍ବାଇ/ମିଲନ,୧୩ା୧୨: ଭାରତର ପାରମ୍ପରିକ ଜୋତା ଦ୍ୱାରା ଅନୁପ୍ରାଣିତ ହୋଇ ଇଟାଲୀୟ କମ୍ପାନୀ ପ୍ରାଦା ଭାରତୀୟ କାରିଗରମାନଙ୍କ ସହ ଏକାଠି ୨,୦୦୦ ହଳ କୋହ୍ଲାପୁରୀ ଚପଲ ତିଆରି କରିବାକୁ ଯାଉଛି। ପ୍ରତି ହଳ ଚପଲ ଦାମ୍‌ ୮୦୦ ୟୁରୋ ବା ୯୩୦ ଡଲାର ରହିବ ବୋଲି ପ୍ରାଦାର ବରିଷ୍ଠ କାର୍ଯ୍ୟନିର୍ବାହୀ ଲୋରେଞ୍ଜୋ ବେର୍ଟେଲି କହିଛନ୍ତି। ପୂର୍ବରୁ ଏହି କମ୍ପାନୀ ବିନା ଅନୁମତିରେ ପାରମ୍ପରିକ କୋହ୍ଲାପୁରୀ ଚପଲ ଡିଜାଇନ୍‌କୁ ନକଲ କରି ସମାଲୋଚିତ ହୋଇଥିଲା। ଏବେ କମ୍ପାନୀ ସେହି ସମାଲୋଚନାକୁ ଭାରତୀୟ କାରିଗରଙ୍କ ସହିତ ସହଯୋଗରେ ବଦଳାଇବାକୁ ଯାଉଛି। ମହାରାଷ୍ଟ୍ର ଏବଂ କର୍ନାଟକରେ ଏହି ଚପଲ ତିଆରି ହେବ। ପାରମ୍ପରିକ ଭାରତୀୟ ଦକ୍ଷତାକୁ ଇଟାଲୀୟ ଉତ୍ପାଦନ ପ୍ରଯୁକ୍ତି ସହ ମିଶାଇବା ଚିନ୍ତାଧାରା ନେଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେର୍ଟେଲି କହିଛନ୍ତି। ୨୦୨୬ ଫେବୃଆରୀରେ ପ୍ରାଦାର ଦେଶବ୍ୟାପୀ ରହିଥିବା ୪୦ଟି ଷ୍ଟୋର ସମେତ ଅନ୍‌ଲାଇନରେ ଏହି ଜୋତା ବିକ୍ରି ପାଇଁ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ୬ ମାସ ପୂର୍ବରୁ ପ୍ରାଦା ମିଲନରେ ପ୍ରଦର୍ଶିତ କରିଥିବା ଚପଲ କୋହ୍ଲାପୁରୀ ଚପଲ ଭଳି ଦେଖାଯାଉଥିବାରୁ ଏହାକୁ ନେଇ କମ୍ପାନୀ ସମାଲୋଚିତ ହୋଇଥିଲା। ଏହି ଫଟୋ ଅନ୍‌ଲାଇନରେ ପ୍ରସାରିତ ହେବା ପରେ ଭାରତରେ ଉତ୍ତେଜନା ଦେଖାଦେଇଥିଲା। ଭାରତୀୟ ପୁରାତନ ଷ୍ଟାଇଲ୍‌ରୁ ଏହି ଡିଜାଇନ୍‌ ଅଣାଯାଇଥିବା ପ୍ରାଦା ସ୍ବୀକାର କରିଥିଲା। ଏବେ କମ୍ପାନୀ ଭାରତରେ ଚପଲ ତିଆରି ପାଇଁ ୨ଟି ସରକାରୀ ସମର୍ଥତ୍ତ ସଂସ୍ଥା ମହାରାଷ୍ଟ୍ରର ଲିଡକମ୍‌ ଏବଂ କର୍ନାଟକର ଲିଡ୍‌କର ସହ ଚୁକ୍ତି ସ୍ବାକ୍ଷର କରିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri