କାହିଁକି ବବି ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୩।୭: ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟକୁ ନେଇ ମୁହଁ ଖୋଲିଲେ ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ଏ ନେଇ ସେ ପ୍ରଣବ ପ୍ରକାଶ ଦାସ (ବବି )ଓ କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି। ପରାଜୟକୁ ନେଇ ପ୍ରଭାତ ସିଧାସଳଖ ବବି ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ବିଜୟ ପାଇଁ କଟକରେ ଆୟୋଜନ ଏକ ସଭାରେ ସେ ବବି ଓ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। ବବି ଓ ତାଙ୍କ ମା’ ହାରିବା ପଛରେ ସେମାନଙ୍କ କର୍ମଫଳ ଦାୟୀ ବୋଲି ସେ କହିଥିଲେ। ପାଣ୍ଡିଆନ ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ବୁଲିଥିଲେ। ଏହା ଦଳ ପାଇଁ ନକରାତ୍ମକ ପ୍ରଭାବ ସୃଷ୍ଟି କରିଥିଲା। ଏ ନେଇ ପ୍ରଭାତ, ବିଜେଡି ସୁପ୍ରିମୋଙ୍କୁ ଅବଗତ କରାଇଥିଲେ । ପ୍ରଭାତ, ପାଣ୍ଡିଆନଙ୍କୁ ନବୀନଙ୍କ ଆଗରେ ନରହି ପଛରେ ରହି ନିର୍ବାଚନା ପରିଚାଳନା କରିବାକୁ କହିଥିଲେ । ପୋଷ୍ଟରରେ ବବି ଓ ପାଣ୍ଡିଆନଙ୍କ ଫଟୋ ମାରିବା ମଧ୍ୟ ମହଙ୍ଗା ପଡିଛି ବୋଲି ପ୍ରଭାତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri