ଖଜୁରିପଡ଼ା,୨୫ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଡଲାବାଲି ଛକ ଖେଳପଡିଆଠାରେ ବିଦ୍ୟୁତ୍ ତାର ଉପରେ ଗୁରୁବାର ଗଛ ପଡ଼ି ଯିବାରୁ ଦୀର୍ଘ ୯ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ବିଭାଗୀୟ ଯନ୍ତ୍ରୀ ବିଚିତ୍ର ବିଷୋୟୀଙ୍କୁ ପଚାରିବାରୁ ସେ କହିଛନ୍ତି, ସେହି ଅଞ୍ଚଳର ଜଣେ ବ୍ୟକ୍ତି ବେଆଇନ ଭାବେ ଶାଳ ଗଛ କାଟୁଥିଲେ। ଗଛଟି ତାର ଉପରେ ପଡ଼ିଯିବାରୁ ତାର ଛିଣ୍ଡି ଯାଇଥିଲା। ମରାମତି କରିବା ପାଇଁ ସମୟ ଲାଗିଲା। ଏନେଇ ବନବିଭାଗକୁ ସୂଚନା ଦିଆଯାଇଛି। ତଦନ୍ତ କରି ଉକ୍ତ ବ୍ୟକ୍ତି ନାମରେ ଅଭିଯୋଗ କରାଯିବ ବୋଲି କହିଛନ୍ତ। ସେହିପରି ଫରେଷ୍ଟର ପ୍ରତାପ ଜୁଣ୍ଡିଙ୍କୁ ପଚାରିବାରୁ ସେ ଏ ଉପରେ ଅବଗତ ଅଛନ୍ତି। ଯେଉଁ ବ୍ୟକ୍ତି ଶାଳ ଗଛ କାଟିଛି ତାହାର ତଦନ୍ତ କରି ଅଭିଯୋଗ କରାଯିବ ବୋଲି କହିଛନ୍ତି।


