ଅତିଷ୍ଠ କରୁଛି ବିଦ୍ୟୁତ୍‌ ବିଭ୍ରାଟ

ବଅଁରପାଳ, ୨୦।୪ (ଡି.ଏନ.ଏ.) ଅନୁଗୋଳ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ତାପମାତ୍ରା ରେକର୍ଡ ପରେ ରେକର୍ଡ କରୁଥିବା ବେଳେ ବଅଁରପାଳ ବ୍ଲକ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ଲୋକଙ୍କୁ ଅତିଷ୍ଠ କରିଦେଉଛି। ଦିନରେ ତାତି ଓ ରାତିରେ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବାରୁ ବିଦ୍ୟୁତ୍‌ର ଆବଶ୍ୟକତା ବଢ଼ିଯାଇଛି। ହେଲେ ଏପରି ସମୟରେ ଦିନକୁ ୧୦ରୁ ୧୫ ଥର ବିଦ୍ୟୁତ୍‌ ବିଭ୍ରାଟ ଚିନ୍ତାର ବିଷୟ ହୋଇଛି।
ଅନୁଗୋଳ ଜିଲା ବଅଁରପାଳ ବ୍ଲକର ବଅଁରପାଳ, ତଳମୂଳ, ମହୀଧରପୁର, ଫୁଲୁପଡ଼ା, ବଉଳିଗଡ଼, ଗଡ଼ସନ୍ତ୍ରୀ, ନୂଆହତା, ବୁଢ଼ାପଙ୍କ, ଗୋତମରା, କୁଲାଡ଼, ଗିରାଙ୍ଗ, ବଲରାମପ୍ରସାଦ ଆଦି ଅଞ୍ଚଳରେ କିଛିଦିନ ହେଲା ବାରମ୍ବାର ବିଦ୍ୟୁତ୍‌ କାଟ୍‌ ହେଉଛି। ସକାଳୁ ବିଳମ୍ବିତ ରାତି ମଧ୍ୟରେ ବହୁବାର ଲାଇନ ଯାଉଥିବାରୁ ଲୋକେ ଗରମରୁ ତ୍ରାହି ପାଇପାରୁ ନାହାନ୍ତି। ଏପରି କି ରାତିରେ ଯାଉଥିବା ବିଦ୍ୟୁତ୍‌ ସକାଳ ପର୍ଯ୍ୟନ୍ତ ଆସୁ ନ ଥିବା ଅନେକ ଉପଭୋକ୍ତା ଅଭିଯୋଗ କରୁଛନ୍ତି। ସେମାନେ କହିଛନ୍ତି, ପୂର୍ବରୁ ଲୋ ଭୋଲଟେଜ ଉପଭୋକ୍ତାମାନଙ୍କୁ ଅସୁବିଧାରେ ପକାଉଥିବା ବେଳେ ଏବେ ଅଘୋଷିତ ପାଓ୍ବାର କଟ୍‌ ସମସ୍ୟା ବଢ଼ାଇ ଦେଇଛି। ସକାଳୁ ପ୍ରବଳ ତାତି ଆରମ୍ଭ ହୋଇଯାଉଥିବା ବେଳେ ରାତିବେଳା ଗୁଳୁଗୁଳି ଜନଜୀବନକୁ ଅଥୟ କରିଦେଉଛି। ଏପରି କ୍ଷେତ୍ରରେ ବିଦ୍ୟୁତ୍‌ ବିଭାଗର ଦାୟିତ୍ୱ ଅଧିକ ବଢ଼ିଯିବା କଥା। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣର ଅଭାବ, ଠିକ୍‌ ଭାବେ ମରାମତି କାର୍ଯ୍ୟ କରା ନ ଯିବା ଦ୍ୱାରା ଏପରି ବାରମ୍ବାର ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହେଉଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟଗୁଡିକ ବିପଦସଂକୁଳ ଅବସ୍ଥାରେ ଥିବାବେଳେ ତାହାକୁ ବଦଳାଯାଉ ନାହିଁ। କେତେକ ସ୍ଥାନରେ ଦୀର୍ଘଦିନର ପୂରୁଣା ତାରଗୁଡିକୁ ପରିବର୍ତ୍ତନ କରାଯାଉ ନାହିଁ। ଦୀର୍ଘବର୍ଷ ତଳର ଖୁଣ୍ଟ ଓ ତାରରେ ସେବା ଯୋଗାଇ ଦିଆଯାଇଥିବାରୁ ବିଭିନ୍ନ ସ୍ଥାନରେ ତାହା ଭାଙ୍ଗୁଛି ତ କେବେ ପୁଣି ଛିଣ୍ଡିଯାଉଛି। ତେବେ ତାହାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ପରିବର୍ତ୍ତେ ସେହି ତାର ଓ ଖୁଣ୍ଟକୁ ଯୋଡ଼ାଯୋଡ଼ି କରି କାମ ଚଳାଇ ଦିଆଯାଉଥିବା ଦେଖାଯାଉଛି। ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକ ଧ୍ୟାନ ଦେଉନାହାନ୍ତି। ତେଣୁ ଏହା ବିଦ୍ୟୁତ୍‌ ବିଭ୍ରାଟର କାରଣ ହେଉଛି। ଏ ନେଇ ତୁରନ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରୀଷ୍ମର ପ୍ରକୋପ ଜାରି ରହିଥିବା ବେଳେ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ସେବା ଆବଶ୍ୟକ ଅନୁଯାୟୀ ମିଳିପାରୁ ନାହିଁ। ବିଦ୍ୟୁତ୍‌ ବିଲ୍‌ ଆଦାୟ ପାଇଁ କର୍ତ୍ତୃପକ୍ଷ ଯେପରି ତତ୍ପରତା ଦେଖାଉଛନ୍ତି, ଯଦି ସେବା ପ୍ରଦାନ କ୍ଷେତ୍ରରେ ସେପରି ଦେଖାନ୍ତେ, ତା’ହେଲେ ଲୋକଙ୍କୁ ଏପରି ହନ୍ତସନ୍ତ ହେବାକୁ ପଡ଼ନ୍ତା ନାହିଁ ବୋଲି ବଅଁରପାଳବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବଅଁରପାଳ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଆଶୁତୋଷ ନାୟକ କହିଛନ୍ତି, ବର୍ତ୍ତମାନ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଚାଲିଛି। ସେଥିପାଇଁ ବିଦ୍ୟୁତ୍‌ କାଟ ସମସ୍ୟା ଦେଖାଦେଇଛି। ଧୀରେ ଧୀରେ ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri