ଅତିଷ୍ଠ କରୁଛି ବିଦ୍ୟୁତ୍‌ ବିଭ୍ରାଟ

ବଅଁରପାଳ, ୨୦।୪ (ଡି.ଏନ.ଏ.) ଅନୁଗୋଳ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ତାପମାତ୍ରା ରେକର୍ଡ ପରେ ରେକର୍ଡ କରୁଥିବା ବେଳେ ବଅଁରପାଳ ବ୍ଲକ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ଲୋକଙ୍କୁ ଅତିଷ୍ଠ କରିଦେଉଛି। ଦିନରେ ତାତି ଓ ରାତିରେ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବାରୁ ବିଦ୍ୟୁତ୍‌ର ଆବଶ୍ୟକତା ବଢ଼ିଯାଇଛି। ହେଲେ ଏପରି ସମୟରେ ଦିନକୁ ୧୦ରୁ ୧୫ ଥର ବିଦ୍ୟୁତ୍‌ ବିଭ୍ରାଟ ଚିନ୍ତାର ବିଷୟ ହୋଇଛି।
ଅନୁଗୋଳ ଜିଲା ବଅଁରପାଳ ବ୍ଲକର ବଅଁରପାଳ, ତଳମୂଳ, ମହୀଧରପୁର, ଫୁଲୁପଡ଼ା, ବଉଳିଗଡ଼, ଗଡ଼ସନ୍ତ୍ରୀ, ନୂଆହତା, ବୁଢ଼ାପଙ୍କ, ଗୋତମରା, କୁଲାଡ଼, ଗିରାଙ୍ଗ, ବଲରାମପ୍ରସାଦ ଆଦି ଅଞ୍ଚଳରେ କିଛିଦିନ ହେଲା ବାରମ୍ବାର ବିଦ୍ୟୁତ୍‌ କାଟ୍‌ ହେଉଛି। ସକାଳୁ ବିଳମ୍ବିତ ରାତି ମଧ୍ୟରେ ବହୁବାର ଲାଇନ ଯାଉଥିବାରୁ ଲୋକେ ଗରମରୁ ତ୍ରାହି ପାଇପାରୁ ନାହାନ୍ତି। ଏପରି କି ରାତିରେ ଯାଉଥିବା ବିଦ୍ୟୁତ୍‌ ସକାଳ ପର୍ଯ୍ୟନ୍ତ ଆସୁ ନ ଥିବା ଅନେକ ଉପଭୋକ୍ତା ଅଭିଯୋଗ କରୁଛନ୍ତି। ସେମାନେ କହିଛନ୍ତି, ପୂର୍ବରୁ ଲୋ ଭୋଲଟେଜ ଉପଭୋକ୍ତାମାନଙ୍କୁ ଅସୁବିଧାରେ ପକାଉଥିବା ବେଳେ ଏବେ ଅଘୋଷିତ ପାଓ୍ବାର କଟ୍‌ ସମସ୍ୟା ବଢ଼ାଇ ଦେଇଛି। ସକାଳୁ ପ୍ରବଳ ତାତି ଆରମ୍ଭ ହୋଇଯାଉଥିବା ବେଳେ ରାତିବେଳା ଗୁଳୁଗୁଳି ଜନଜୀବନକୁ ଅଥୟ କରିଦେଉଛି। ଏପରି କ୍ଷେତ୍ରରେ ବିଦ୍ୟୁତ୍‌ ବିଭାଗର ଦାୟିତ୍ୱ ଅଧିକ ବଢ଼ିଯିବା କଥା। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣର ଅଭାବ, ଠିକ୍‌ ଭାବେ ମରାମତି କାର୍ଯ୍ୟ କରା ନ ଯିବା ଦ୍ୱାରା ଏପରି ବାରମ୍ବାର ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହେଉଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟଗୁଡିକ ବିପଦସଂକୁଳ ଅବସ୍ଥାରେ ଥିବାବେଳେ ତାହାକୁ ବଦଳାଯାଉ ନାହିଁ। କେତେକ ସ୍ଥାନରେ ଦୀର୍ଘଦିନର ପୂରୁଣା ତାରଗୁଡିକୁ ପରିବର୍ତ୍ତନ କରାଯାଉ ନାହିଁ। ଦୀର୍ଘବର୍ଷ ତଳର ଖୁଣ୍ଟ ଓ ତାରରେ ସେବା ଯୋଗାଇ ଦିଆଯାଇଥିବାରୁ ବିଭିନ୍ନ ସ୍ଥାନରେ ତାହା ଭାଙ୍ଗୁଛି ତ କେବେ ପୁଣି ଛିଣ୍ଡିଯାଉଛି। ତେବେ ତାହାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ପରିବର୍ତ୍ତେ ସେହି ତାର ଓ ଖୁଣ୍ଟକୁ ଯୋଡ଼ାଯୋଡ଼ି କରି କାମ ଚଳାଇ ଦିଆଯାଉଥିବା ଦେଖାଯାଉଛି। ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକ ଧ୍ୟାନ ଦେଉନାହାନ୍ତି। ତେଣୁ ଏହା ବିଦ୍ୟୁତ୍‌ ବିଭ୍ରାଟର କାରଣ ହେଉଛି। ଏ ନେଇ ତୁରନ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରୀଷ୍ମର ପ୍ରକୋପ ଜାରି ରହିଥିବା ବେଳେ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ସେବା ଆବଶ୍ୟକ ଅନୁଯାୟୀ ମିଳିପାରୁ ନାହିଁ। ବିଦ୍ୟୁତ୍‌ ବିଲ୍‌ ଆଦାୟ ପାଇଁ କର୍ତ୍ତୃପକ୍ଷ ଯେପରି ତତ୍ପରତା ଦେଖାଉଛନ୍ତି, ଯଦି ସେବା ପ୍ରଦାନ କ୍ଷେତ୍ରରେ ସେପରି ଦେଖାନ୍ତେ, ତା’ହେଲେ ଲୋକଙ୍କୁ ଏପରି ହନ୍ତସନ୍ତ ହେବାକୁ ପଡ଼ନ୍ତା ନାହିଁ ବୋଲି ବଅଁରପାଳବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବଅଁରପାଳ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଆଶୁତୋଷ ନାୟକ କହିଛନ୍ତି, ବର୍ତ୍ତମାନ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଚାଲିଛି। ସେଥିପାଇଁ ବିଦ୍ୟୁତ୍‌ କାଟ ସମସ୍ୟା ଦେଖାଦେଇଛି। ଧୀରେ ଧୀରେ ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri