ହାତୀ କରିଡରରେ ଓହଳିଛି ବିଦ୍ୟୁତ ତାର: ଟାଟା ପାୱାର ଓ ବନ ବିଭାଗ ମଧ୍ୟରେ ସମନ୍ବୟ ଅଭାବ, ବଢୁଛି ଚିନ୍ତା

ଭଞ୍ଜନଗର, ୨୦।୧୦ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ହାତୀଙ୍କ ଏକ ପ୍ରମୁଖ ବିଚରଣ କ୍ଷେତ୍ର ଭାବେ ପରିଚିତ। ତେବେ ଏହି ବନଖଣ୍ଡର କେତେକ ହାତୀ କରିଡରରେ ବିଦ୍ୟୁତ ତାର ଓହଳି ରହିଥିବା ଏବଂ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇଥିବା ଅଭିଯୋଗ ହୋଇଛି। ଟାଟା ପାୱାର ଓ ବନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ହାତୀଙ୍କ ସୁରକ୍ଷା ବିପନ୍ନ ହେବାର ଆଶଙ୍କା ଦେଖାଦେଇଛି।

ସୂଚନା ଅନୁଯାୟୀ, ଘୁମୁସର ଉତ୍ତର ବନଖଣ୍ଡର ମୁଜାଗଡ଼ ରେଞ୍ଜ ଅନ୍ତର୍ଗତ ବାଇବାଲି ରାସ୍ତାରେ ଯାଇଥିବା ବିଦ୍ୟୁତ ତାର କେତେକ ସ୍ଥାନରେ ମାତ୍ର ୧୦ରୁ ୧୫ ଫୁଟ ଉଚ୍ଚତାରେ ରହିଛି। ଏହି ତାରଗୁଡ଼ିକରେ ସୁରକ୍ଷିତ କେବୁଲ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ଖଣ୍ଡିକୋଟିଠାରୁ ମିନିଆଙ୍ଗ ଗାଁ ମଧ୍ୟରେ ମଧ୍ୟ ଅନେକ ସ୍ଥାନରେ ବିଦ୍ୟୁତ ତାର ଓହଳି ରହିଛି। ଏଥିସହ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି।

ଉକ୍ତ ଅଞ୍ଚଳରେ ନିୟମିତ ହାତୀପଲ ଚଳପ୍ରଚଳ କରୁଥିବାରୁ ଓହଳିଥିବା ବିଦ୍ୟୁତ ତାର ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ବିଦ୍ୟୁତ ତାରଗୁଡ଼ିକୁ ଉପଯୁକ୍ତ ଉଚ୍ଚତାରେ ଟାଣିବା ସହ ବଙ୍କା ଖୁଣ୍ଟଗୁଡ଼ିକର ମରାମତି କରିବାକୁ ଦାବି ହୋଇଛି।

ଅନ୍ୟପକ୍ଷରେ, କେତେକ ସ୍ଥାନରେ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ କେବୁଲ ତାର ବିଛାଯାଇଥିଲେ ମଧ୍ୟ ତାହା ଠିକ ଭାବେ ଟଣାଯାଇନଥିବା ଅଭିଯୋଗ ହେଉଛି। ଏପରିକି କେବୁଲ ବିଛାଯାଇଥିବା କେତେକ ଅଞ୍ଚଳରେ ଟ୍ରାନ୍ସଫର୍ମରଗୁଡ଼ିକ ଅସୁରକ୍ଷିତ ଓ ମୁକୁଳା ଅବସ୍ଥାରେ ରହିଛି। ଏହା ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ସହ ବିଦ୍ୟୁତ ଚୋରି କରି ଶିକାର କରୁଥିବା ଶିକାରୀଙ୍କୁ ମଧ୍ୟ ସୁଯୋଗ ଦେଉଥିବା ଅଭିଯୋଗ ହୋଇଛି।

ହାତୀଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଅନ୍ୟପଟେ ବିଦ୍ୟୁତ ବ୍ୟବସ୍ଥାର ଏଭଳି ଅବହେଳା ଚିନ୍ତାର କାରଣ ପାଲଟିଛି। ତେଣୁ ଟାଟା ପାୱାର ଓ ବନ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ହାତୀ କରିଡରରେ ଥିବା ସମସ୍ତ ବିଦ୍ୟୁତ ତାର, ଖୁଣ୍ଟ ଓ ଟ୍ରାନ୍ସଫର୍ମରର ନିୟମିତ ଯାଞ୍ଚ କରିବା ସହ ତୁରନ୍ତ ମରାମତି ଓ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ସାଧାରଣରେ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?