ନିଜ ଭିତରେ ଶକ୍ତି

କମ୍‌ ସମୟ ଅବଧିର ଏକ ସୋସିଆଲ ମିଡିଆ ଭିଡିଓରେ ଜଣେ ଯୁବ ହାସ୍ୟ ଅଭିନେତା ଏକ ଆଇଫୋନ୍‌ କିଣିଥିବା କହିଛନ୍ତି। କାରଣ ଏହାର ବିଶେଷତ୍ୱ ହେଉଛି ଏହା ମନରେ ଆତ୍ମବିଶ୍ୱାସ ଭରିଦିଏ। ଆଇଫୋନ୍‌ ପାଇବା ମାତ୍ରେ ତାଙ୍କ ମଧ୍ୟରେ ଏତେ ଆମ୍ବବିଶ୍ୱାସ ବଢ଼ିଯାଇଛି ଯେ, ସେ ଏଭଳି ଫୋନ୍‌ ନ ଥିବା ନିଜ ବନ୍ଧୁ ଏବଂ ସହକର୍ମୀଙ୍କୁ ଦୁର୍ବ୍ୟବହାର କରିବାକୁ ପଛେଇନାହାନ୍ତି। ଆଇଫୋନ୍‌ ତାଙ୍କ ପାଇଁ ନୂଆ ପରିଚୟ ସୃଷ୍ଟିକଲା ଓ ତାହାକୁ ବ୍ୟବହାର କରି ସେ ଅଧିକ ଶକ୍ତି ହାସଲ କଲେ। ବାସ୍ତବରେ ଶକ୍ତି ଏହିପରି ଏକ ତତ୍ତ୍ୱ ଯାହାକୁ ଅନ୍ୟଠୁ ଅଣାଯାଇପାରିବ (ପରିଚୟ ମାଧ୍ୟମରେ) ଏବଂ ବଢ଼ାଯାଇପାରିବ (ଅପବ୍ୟବହାର ମାଧ୍ୟମରେ)। ଶକ୍ତି ଖାଦ୍ୟ ପରି ଦିଆଯାଇପାରେ, ନିଆଯାଇପାରେ ଏବଂ ଗ୍ରହଣ କରାଯାଇପାରେ।
ହିନ୍ଦୁ ପୁରାଣରେ ଶକ୍ତିଦେବୀଙ୍କ ଦ୍ୱାରା ଶକ୍ତିର ସୃଷ୍ଟି ହୋଇଛି। ସେହି ଶକ୍ତିଦେବୀ ଦୁର୍ଗା ନାମରେ ପରିଚିତ। କିନ୍ତୁ ଜଣେ ପ୍ରକୃତ ଗବେଷକଙ୍କ ଦୃଷ୍ଟିରେ ଶକ୍ତି ଦୁର୍ଗାଠାରୁ ଭିନ୍ନ। ପ୍ରତ୍ୟେକ ଦେବତାଙ୍କ ଭିତରେ ଶକ୍ତି ଅଛି। ଯେତେବେଳେ ଦେବତାମାନେ ସେମାନଙ୍କର ଭିତର ଥିବା ଶକ୍ତିକୁ ପ୍ରକାଶ କରନ୍ତି ସେତେବେଳେ ବାହାର ଜଗତରେ ଦୁର୍ଗା ସୃଷ୍ଟି ହୁଅନ୍ତି। ଅନ୍ୟ ଅର୍ଥରେ, ଶକ୍ତି ହେଉଛି କ୍ଷମତା ଯାହା ଆମ ଭିତରେ ଅଛି। ତାହା ହେଉଛି ଆମର ଅନ୍ତର୍ନିହିତ ଆତ୍ମବିଶ୍ୱାସ। ଦୁର୍ଗା ହେଉଛନ୍ତି ଶକ୍ତି ଯାହା ଆମ ବାହାରେ ଅଛନ୍ତି। ସେହି ଶକ୍ତି ପ୍ରଶଂସା, ସ୍ବୀକୃତି, ସମ୍ମାନ, ସ୍ଥିତି, ପରିଚୟ, ଉପକରଣ ଏବଂ ଅସ୍ତ୍ର ଆକାରରେ ଆମ ନିକଟକୁ ଆସେ।
ଅନ୍ତର୍ନିହିତ ଶକ୍ତି ଖୋଜିବା କଷ୍ଟସାଧ୍ୟ ହୋଇଥିବାରୁ ଆମେ ବାହ୍ୟ ଦୁର୍ଗାଙ୍କ ଠାରୁ ଏହା ପାଇବାକୁ ଆଶା କରିଥାଉ।
ଭାଷା ହେଉଛି ଦୁର୍ଗା(ବାହ୍ୟ ଶକ୍ତି)ଙ୍କର ଏକ ଶକ୍ତିଶାଳୀ ଉତ୍ସ। ଯେତେବେଳେ ଜଣେ ଆମର ପ୍ରଶଂସା କରିଥାନ୍ତି ସେତେବେଳେ ଆମେ ଶକ୍ତି ଅନୁଭବ କରିଥାଉ। ଜଣେ ଆମକୁ ନିନ୍ଦା ବା ଅପମାନ କଲେ ଆମେ ଶକ୍ତିହୀନ ମନେକରୁ। କେହି ଆମକୁ ପ୍ରଶଂସାକଲେ ଆମେ ନିଜକୁ ଗୁରୁତ୍ୱପୂର୍ଣ୍ଣ ଭାବୁ ଏବଂ ଅପମାନିତ କଲେ ଆମର ଗୁରୁତ୍ୱ ନ ଥିବା ଅନୁଭବ କରୁ। ତେଣୁ ଆମେ ପ୍ରଶଂସକଙ୍କଠାରୁ ପ୍ରେରଣା ପାଇବାକୁ ଇଚ୍ଛା କରୁ ଏବଂ ଯେଉଁମାନେ ଆମକୁ ସମାଲୋଚନା କରନ୍ତି ସେମାନଙ୍କଠାରୁ ଦୂରେଇ ରହୁ। ରାଜନେତାମାନେ ଏହାକୁ ଭଲ ଭାବରେ ବୁଝିଥାନ୍ତି। ଭାଷାର ଶକ୍ତି ବ୍ୟବହାର କରି ସେମାନେ ଲୋକମାନଙ୍କୁ ଭଲ କାମ କରିବାକୁ ପ୍ରେରଣା ଦେଇପାରନ୍ତି କିମ୍ବା ରାଜନୈତିକ ଗଡ଼ ଭାଙ୍ଗିବା ପାଇଁ ଜନଗହଳି ସୃଷ୍ଟି କରିପାରନ୍ତି। ବିରୋଧୀଙ୍କ ଶକ୍ତି କମ୍‌ କରିବା ପାଇଁ ସେମାନେ ମର୍ଯ୍ୟାଦା କ୍ଷୁଣ୍ଣ କରୁଥିବା ଶବ୍ଦ ବ୍ୟବହାର କରନ୍ତି। ଅନ୍ୟମାନଙ୍କର ଆତ୍ମ-ମୂଲ୍ୟବୋଧ ଏବଂ ଆତ୍ମବିଶ୍ୱାସକୁ ନଷ୍ଟ କରି ଜଣେ ରାଜନେତା ରାକ୍ଷସ ପରି ଶକ୍ତି ଧାରଣ କରିଥାନ୍ତି।
ଏକ ହିନ୍ଦୁ ରୀତିନୀତିରେ ଦେବତାଙ୍କୁ ପୂଜା କରାଯିବା ପୂର୍ବରୁ ଘଣ୍ଟିଠାରୁ ଆରମ୍ଭକରି ହାଣ୍ଡି, ପାତ୍ର, ପାତ୍ରୀ ପର୍ଯ୍ୟନ୍ତ ବ୍ୟବହୃତ ପ୍ରତ୍ୟେକ ଜିନିଷକୁ ସମ୍ମାନ ଦିଆଯାଏ। ଅନ୍ୟ ଅର୍ଥରେ ପ୍ରତ୍ୟେକ ବସ୍ତୁରେ ଶକ୍ତି ଥିବାରୁ ସେଗୁଡ଼ିକୁ ହେଉଛନ୍ତି ତଥାକଥିତ ଦୁର୍ଗା। ଫୁଲ, ଚନ୍ଦନ ଏବଂ ମନ୍ତ୍ର ଓ ଶ୍ରଦ୍ଧା ଭାବ ଦ୍ୱାରା ସେହି ଶକ୍ତିକୁ ପ୍ରକାଶ କରାଯାଇଥାଏ। ସେହିଭଳି କୌଣସି ଏକ କମ୍ପାନୀର ବରିଷ୍ଠ ଓ ମାଲିକ ସମ୍ମାନର ଯୋଗ୍ୟ ନୁହନ୍ତି ବରଂ କମ୍ପାନୀରେ ଥିବା ପ୍ରତ୍ୟେକ ବ୍ୟକ୍ତି – କର୍ମଚାରୀ, ଅଂଶୀଦାର, ବିକ୍ରେତା ଏବଂ ସହାୟକ କର୍ମଚାରୀମାନେ ସମ୍ମାନ ଚାହିଁଥାଆନ୍ତି। କିନ୍ତୁ ଏବେ ମନ୍ଦିର ରୀତିନୀତି ଭଳି ସଙ୍ଗଠନଗୁଡ଼ିକରେ, ଶକ୍ତି ମୁଖ୍ୟତଃ ଶକ୍ତିଶାଳୀ (ସିନିୟର)ଙ୍କ ଠାରୁ ଶକ୍ତିହୀନ (ଜୁନିୟର)ଙ୍କ ଆଡ଼କୁ ଗତି କରୁଥିବାର ଦେଖାଯାଏ, ଯାହା ଅଯୁକ୍ତିକର ମନେହୁଏ। ଯେଉଁମାନେ ଶକ୍ତି ଓ ପଦବୀ ପାଇଛନ୍ତି ସେମାନେ ସଂସ୍ଥାର ଅବଶିଷ୍ଟଙ୍କୁ ସଶକ୍ତ କରିବା ପରିବର୍ତ୍ତେ ଅଧିକ ଶକ୍ତି ପାଇଁ ଆତୁର ହୁଅନ୍ତି ଏବଂ ସେମାନଙ୍କ ଦାସତ୍ୱ ଦାବି କରନ୍ତି।
ବରିଷ୍ଠ ଏବଂ ଶିକ୍ଷକମାନଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ଭାରତୀୟମାନେ ବିଶ୍ୱାସ କରନ୍ତି। ତେବେ ଏଭଳି ବିଶ୍ୱାସର ଶକ୍ତି ସହ କିଛି ସମ୍ପର୍କ ରହିଛି କି? ଏଥିରୁ ବୁଝିହେଉଛି ଯେ, ଯଦି ତୁମେ ଜଣେ ବରିଷ୍ଠ ନୁହଁ, କୌଣସି କ୍ଷମତାଶାଳୀ ପଦବୀରେ ନାହଁ କିମ୍ବା ଜଣେ ଶିକ୍ଷକ ନୁହଁ, ତେବେ ସମ୍ମାନ ପାଇବାକୁ ଅଯୋଗ୍ୟ। ସମ୍ମାନ ସେହିମାନଙ୍କୁ ମିଳେ ଯେଉଁମାନେ ଅଧିକ ଜ୍ଞାନୀ, ଯେଉଁମାନଙ୍କର ଅଧିକ ସମ୍ପଦ ଓ ସାମାଜିକ ସ୍ଥିତି ରହିଛି। କ୍ଷମତା ବା ଶକ୍ତି ମଧ୍ୟ ଜାତି ଓ ପଦବୀ ଆଧାରରେ ଆବଣ୍ଟିତ। ସାମାଜିକ ସ୍ତରରେ ଉଚ୍ଚରେ ରହିଲେ ତୁମେ ଅଧିକ ଶକ୍ତି ପାଇଁ ଯୋଗ୍ୟ ହେବ; ଅଧିକ ଶକ୍ତି ଦାବି କରିବ, ଯାହା ଏକ ସାମନ୍ତବାଦୀ ଢାଞ୍ଚା ସୃଷ୍ଟିକରେ।
ଭାରତରେ ଲୋକେ କହନ୍ତି, ଯଦି ତୁମେ ଲୋକମାନଙ୍କ ପାଇଁ ଭଲ ତେବେ ସେମାନେ ଆପଣଙ୍କଠାରୁ ଲାଭ ଉଠାଇବେ। କାରଣ ସେମାନେ ଭାବନ୍ତି ଯେ ଆପଣ ଶକ୍ତିହୀନ। ଅନ୍ୟ ଅର୍ଥରେ ଖରାପ ଲୋକ ଭାବେ ଲୋକଙ୍କୁ ଦୁର୍ବ୍ୟବହାର କରିବା, ଅପମାନ ଦେବା ଶକ୍ତିର ସୂଚକ ଭାବରେ ଦେଖାଯାଏ। ଏହା ସାଧାରଣତଃ ଧନୀ, ଶକ୍ତିଶାଳୀ, ପ୍ରତିଷ୍ଠିତ ବ୍ୟକ୍ତମାନଙ୍କଠାରେ ଦେଖାଯାଏ। ସେଲିବ୍ରିଟି, ରାଜନେତା ଏବଂ ଆଭିଜାତ୍ୟ ବର୍ଗ ବିଶେଷକରି ସେବା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବାକୁ ଏକ ଅଧିକାର ବୋଲିି ମନେକରନ୍ତି। ଏହା ହିଁ ସେମାନଙ୍କର ସ୍ଥିତିକୁ ପ୍ରତିପାଦିତ କରେ। ଯେତେବେଳେ ଆମେ ବିଶ୍ୱାସ କରୁ ଯେ ଅସମ୍ମାନ କରି ଶକ୍ତି ଧାରଣ କରାଯାଇପାରିବ ସେତେବେଳେ ପରିଚିତି କିମ୍ବା ସ୍ଥିତିରେ ସନ୍ତୁଷ୍ଟ ହୋଇପାରୁ ନାହୁଁ। ନିଜକୁ ଶକ୍ତିଶାଳୀ ହେବା ଲାଗି ସ୍ଥିତି ନ ଥିବା ଲୋକମାନଙ୍କୁ ଦୁର୍ବ୍ୟବହାର କରିବା ଆବଶ୍ୟକ ବୋଲି ଭାବୁ।
ଲୋକଙ୍କୁ ନୀଚ ଭାବେ ଦେଖୁଥିବା ଅଶିଷ୍ଟ ଏବଂ ଖରାପ ବ୍ୟକ୍ତିମାନେ କିଭଳି ହଠାତ୍‌ ସେଲିବ୍ରିଟି ପାଲଟିଛନ୍ତି ତାହା ଆମେ ଟେଲିଭିଜନରୁ ଦେଖିବାକୁ ପାଉ। ସେମାନେ ଭଲ ପାଇଁ ଲଢ଼େଇ କରୁଛନ୍ତି, ସେମାନେ ପୀଡ଼ିତ-ଏହି ପୃଷ୍ଟଭୂମିକୁ ଆଧାରକରି ସେମାନଙ୍କ ଅସଭ୍ୟତାକୁ ଯୁକ୍ତିଯୁକ୍ତ ମନେକରନ୍ତି। ସେମାନେ ଭାବନ୍ତି, ଏପରି ଅଭଦ୍ରାମିରେ ବୀରତ୍ୱ ଅଛି। ଏହିପରି ଭାବେ ଆମେ ଧାର୍ମିକମାନଙ୍କୁ ବି ଅଭଦ୍ର ବ୍ୟବହାର କରିବାକୁ ଅନୁମତି ଦେଇଛୁ। ତେଣୁ ପୋଲିସ ଅପରାଧୀଙ୍କୁ ଅସଦାଚରଣ କରିବା, ତାଙ୍କୁ ମାନବିକତାରୁ ବଞ୍ଚିତ କରିବା ସେମାନଙ୍କ ଅଧିକାର ବୋଲି ଭାବନ୍ତି। ଶାନ୍ତ କିମ୍ବା ଭଦ୍ର ହେବାକୁ ଏକ ବୋଝ ଭାବେ ବିଚାରକରୁ , ଏହାକୁ ତ୍ୟାଗ ଭାବେ ଦେଖାଯାଏ। ଏଣୁ ଏଥିରେ କିଛି କ୍ଷତି ହେଉ ନ ଥିବାରୁ ଦୁର୍ଗା ଏସବୁ ଆମକୁ ଦେବାରେ ଏତେ କୃପଣତା କାହିଁକି।
ଶକ୍ତିହୀନ ଜୁନିୟର ଅଫିସର କିଛି ଗୋପନୀୟ ବିଷୟରେ ତାଙ୍କ ସିନିୟରମାନଙ୍କ ବିଷୟରେ ଆଲୋଚନା କରି ଶକ୍ତିଶାଳୀ ହୋଇଥାନ୍ତି। ଏବେ ଅସାମାଜିକ ବ୍ୟକ୍ତିମାନେ ନାମ ଓ ପରିଚୟ ଲୁକ୍କାୟିତ ରଖି ସୋସିଆଲ ମିଡିଆରେ କ୍ଷମତାରେ ଥିବା ଲୋକଙ୍କୁ ଦୁର୍ବ୍ୟବହାର କରି ନିଜକୁ ଶକ୍ତିଶାଳୀ ମଣୁଛନ୍ତି। ସମ୍ମାନର ସହ ସାରା ଜଗତକୁ ଶକ୍ତି ପ୍ରଦାନ କରୁଥିବା ଦେବତା ସୂର୍ଯ୍ୟ ଭଳି ହେବା ପରିବର୍ତ୍ତେ ଆମେ ଲୋକମାନଙ୍କୁ ଖଳ ବ୍ଲାକ୍‌ହୋଲ୍‌ ହେବାକୁ ଉତ୍ସାହିତ କରୁଛୁ, ଯେଉଁମାନେ ଅସଭ୍ୟ ଭାବେ ଚତୁର୍ଦ୍ଦିଗରେ ଥିବା ସମସ୍ତଙ୍କଠାରୁ ଶକ୍ତି ନିଅନ୍ତି ଏବଂ ଆମତ୍ସନ୍ତୁଷ୍ଟି ଲାଭ କରିଥାନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri