କଲବଲ କରୁଛି ବିଦ୍ୟୁତ୍‌ କାଟ

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ବିଜୁଳି ବିନା ଘରେ ରହିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ଏପରି ସମୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଲୋକଙ୍କୁ ବିଚଳିତ କରୁଛି। ଗରମଠାରୁ ବଳିଯାଇଛି ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଜନିତ ଯନ୍ତ୍ରଣା। କାଳବୈଶାଖୀ ଆଳରେ ରାଜ୍ୟର ବିଭିନ୍ନ ଭାଗରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ କରାଯାଉଛି। ଗାଁ ଗହଳି କଥା ଦୂରେ ଥାଉ ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ୍‌ କାଟ ଘରୋଇ କମ୍ପାନୀର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଛିଡ଼ା କରିଛି।

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୨୦୨୦ରୁ ଟାଟା ପାଓ୍ବାରକୁ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ହସ୍ତାନ୍ତର କରିଛନ୍ତି। ଏହାଛଡ଼ା ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଗତ ୩ ବର୍ଷରେ ପ୍ରାୟ ୧ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଜକୋଷରୁ ଦେଇସାରିଲେଣି। ତଥାପି ପରିସ୍ଥିତିରେ କୌଣସି ସୁଧାର ଆସୁନାହିଁ ବୋଲି ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ଅଭିଯୋଗ କରୁଛନ୍ତି। କେବଳ ସେତିକି ନୁହେଁ, ବାତ୍ୟା ଦ୍ୱାରା ବିଦ୍ୟୁତ୍‌ ଭିତ୍ତିଭୂମି ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବାରୁ ଭୁବନେଶ୍ୱରକୁ ଭୂତଳ କେବୁଲ କରିବା ପାଇଁ ୨୦୧୬ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ୭ ବର୍ଷ ପରେ ମଧ୍ୟ ତାହା ଅଧାପନ୍ତରିଆ ହୋଇ ରହିଛି। ରାଜଧାନୀବାସୀଙ୍କୁ ସାମାନ୍ୟ ଝଡ଼ ପବନରେ ମଧ୍ୟ ଦୀର୍ଘସମୟ ବିଦ୍ୟୁତ୍‌ କାଟ କଷ୍ଟ ଭୋଗିବାକୁ ପଡୁଛି।
ରାଜ୍ୟରେ ବିଦ୍ୟୁତ୍‌ ଭିତ୍ତିଭୂମି ସମସ୍ୟା ଥିବା କଥାକୁ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଭିତ୍ତିଭୂମି ଅଭାବରୁ ବିଦ୍ୟୁତ୍‌ ସମସ୍ୟା ଉପୁଜୁଛି। ରାଜ୍ୟରେ ପାୱାର ଶର୍ଟେଜ୍‌ ନ ଥିବା ବେଳେ ଭିତ୍ତିଭୂମି ଅଭାବରୁ ଉପଭୋକ୍ତାମାନେ ଅନେକ କ୍ଷେତ୍ରରେ ପାୱାର ସପ୍ଲାଇରୁ ବଞ୍ଚିତ ହେଉଛନ୍ତି। ଉପଭୋକ୍ତାମାନେ ଯେଉଁ ହାରରେ ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି, ଭିତ୍ତିଭୂମି ସୁଦୃଢ଼ ନ ଥିବାରୁ ଅନେକ କ୍ଷେତ୍ରରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଭଳି ସମସ୍ୟା ଉପୁଜୁଛି, ଯାହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ରାଜ୍ୟରେ ପାୱାର କଟ୍‌ ହେଉନାହିଁ। ଗଣମାଧ୍ୟମ ବାରମ୍ବାର ପାୱାର କଟ୍‌ ଶବ୍ଦର ବ୍ୟବହାର ନ କରିବା ଉଚିତ। ଆମ ପାଖରେ ଅଧିକ ପାୱାର ଅଛି। ସେହି ପାୱାରକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଭିତ୍ତିଭୂମି ଠିକ୍‌ ଥିବା ଦରକାର। ପବନ ହେଲେ ବିଦ୍ୟୁତ୍‌ କାଟ କରାଯାଉଛ। କାଳବୈଶାଖୀ ଯୋଗୁ ତାର ଛିଣ୍ଡି ଯିବା ସହ ଖୁଣ୍ଟ ଉପୁଡ଼ି ଯାଉଛି। ଖୁଣ୍ଟ ପୋତାଯାଇ ଠିକ୍‌ କରିବାକୁ ସମୟ ଲାଗିବ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ରାଜ୍ୟର ବିଦ୍ୟୁତ୍‌ ସମସ୍ୟା ନେଇ ଶୁକ୍ରବାର ଟୁଇଟ୍‌ କରି ଅସନ୍ତୋଷ ପ୍ରକାଶ କରିଥିଲେ। କାଳବୈଶାଖୀ ପରେ ଯେମିତି ଢଙ୍ଗରେ ଧିମା କାମ ଚାଲିଛି, ଚିନ୍ତା କର, ବାତ୍ୟା ଆସିଲେ କ’ଣ ପରିସ୍ଥିତି ହେବ ବୋଲି କହିଥିଲେ। ଏମିତି ମନ୍ଥର ଗତିରେ କାମ ଚାଲିଲେ ଲୋକେ ଜମା ପ୍ରଶଂସା କରିବେନି ବୋଲି ମୁଖ୍ୟ ଶାସନ ସଚିବ ଚେତେଇ ଦେବା ସହ ଶୀଘ୍ର ବିଦ୍ୟୁତ୍‌ ବ୍ୟବସ୍ଥା ସ୍ବାଭାବିକ କରିବାକୁ ଟାଟା ପାୱାର ସିଇଓଙ୍କୁ ତାଗିଦ୍‌ କରିଥିଲେ। ମୁଖ୍ୟ ଶାସନ ସଚିବ ବିଦ୍ୟୁତ୍‌ ସମସ୍ୟା ସମ୍ପର୍କରେ ସୋମବାର ଲୋକସେବା ଭବନରେ ଏକ ଜରୁରୀ ବୈଠକ ଡାକିଛନ୍ତି। ରାଜ୍ୟର ୪ ବିଦ୍ୟୁତ୍‌ ବିତରକ କମ୍ପାନୀର ସିଇଓଙ୍କୁ ବୈଠକରେ ଯୋଗଦେବା ପାଇଁ କୁହାଯାଇଛି। ବାରମ୍ବାର ବିଦ୍ୟୁତ୍‌ କାଟ ଜନିତ ସମସ୍ୟା ଦୂର ପାଇଁ ବୈଠକରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।
ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ନେଇ ବିଭିନ୍ନ ସଂଗଠନ ମଧ୍ୟ ସରକାରଙ୍କୁ ଘେରିଛନ୍ତି। ଅଘୋଷିତ ବିଦ୍ୟୁତ୍‌ କାଟ ବନ୍ଦ ନ ହେଲେ ରାସ୍ତାରେ ଲଢ଼େଇ ହେବ ବୋଲି ଚେତାବନୀ ଦେଇଛନ୍ତି। ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି, ଗତ ଦୁଇଦିନ ଧରି ରାଜଧାନୀର ବିଭିନ୍ନ ଅଞ୍ଚଳରେ ୬ରୁ ୮ ଘଣ୍ଟା ବିଦ୍ୟୁତ୍‌ ସରବରାହ ବନ୍ଦ ରହିଲା। ୨୮ ବର୍ଷର ବିଦ୍ୟୁତ୍‌ ସଂସ୍କାର ପରେ ମଧ୍ୟ ଖୋଦ ରାଜଧାନୀରେ ବିଦ୍ୟୁତ୍‌ ୮ ଘଣ୍ଟା ବନ୍ଦ ରହୁଛି। ୧୯୯୪-୯୫ରୁ ଆଜି ଯାଏ ରାଜ୍ୟରେ ବିଦ୍ୟୁତ୍‌ ଭିତ୍ତିଭୂମି ବିକାଶ ପାଇଁ ଯେଉଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ତାହାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର। ଟାଟା ପାଓ୍ବାର ମନମାନି କରୁଛି। ସରକାର ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଅଘୋଷିତ ବିଦ୍ୟୁତ୍‌କାଟ ବନ୍ଦ ନ ହେଲେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସମାବେଶ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ କହିଛନ୍ତି, ଟାଟା ପାଓ୍ବାର ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବା ପରିବର୍ତ୍ତେ ସ୍ମାର୍ଟ ମିଟର ଲଗାଇ ବିଲ୍‌ ଆଦାୟରେ ମାତିଛି। ଲୋକମାନଙ୍କୁ ଉନ୍ନତମାନର ବିଦ୍ୟୁତ୍‌ସେବା ମିଳିପାରୁ ନାହିଁ। ଲୋଭୋଲ୍‌ଟେଜ ସମସ୍ୟା ବଢ଼ିବାରେ ଲାଗିଛି। ୧୯୯୬ ମସିହାର କଣ୍ଡକ୍ଟରକୁ ପରିବର୍ତ୍ତନ କରାଯାଉ ନ ଥିବାରୁ ଅଳ୍ପ ପବନରେ ମଧ୍ୟ ତାହା ଛିଡ଼ିପଡୁଛି। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପିକ୍‌ ଆଓ୍ବାର(ସନ୍ଧ୍ୟା ୬ରୁ ରାତି ୧୦)ରେ ୪୮୭୫ ମେଗାଓ୍ବାଟ ବିଦ୍ୟୁତ୍‌ ଶକ୍ତିର ଆବଶ୍ୟକତା ରହିଛି। ଏହି ଆବଶ୍ୟକତା ପୂରଣ ପାଇଁ ଜଳବିଦ୍ୟୁତ୍‌ ଓ ତାପଜ ବିଦ୍ୟୁତ୍‌ରୁ ମୋଟ ୧୪୬୨ ମେଗାଓ୍ବାଟ ଉତ୍ପାଦନ କରାଯାଉଥିବା ବେଳେ ବଳକା ସେଣ୍ଟ୍ରାଲ ସେକ୍ଟରରୁ କିଣାଯାଉଛି। ତେବେ କାଳବୈଶାଖୀ ଯୋଗୁ ତାଳଚେର, କେନ୍ଦ୍ରାପଡ଼ା, ଯାଜପୁର, ବାରିପଦା, ବାଲେଶ୍ୱର, ପାରାଦୀପ ଏବଂ କଟକର କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ରହିଛି। ଏଥିଯୋଗୁ ୧୦୦ ମେଗାଓ୍ବାଟ କମ୍‌ ବିଦ୍ୟୁତ୍‌ ଯୋଗାଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri