ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି, ବିଶ୍ୱବ୍ୟାଙ୍କ ରିପୋର୍ଟ…

ନୂଆଦିଲ୍ଲୀ, ୧୭।୪ : ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କର ନୀତି ଅନୁସନ୍ଧାନର ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଦାରିଦ୍ର୍ୟତା ୨୦୧୯ରେ ୨୦୧୧ ତୁଳନାରେ ୧୨.୩ ପ୍ରତିଶତ ହ୍ରାସ ପାଇ ୧୦.୨ରେ ପହଞ୍ଚିଛି। ୨୦୧୧ରେ ଏହା ୨୨.୫ ପ୍ରତିଶତ ଥିଲା।

ଅର୍ଥନୀତିଜ୍ଞ ସୁତୀର୍ଥ ସିହ୍ନା ରୟ ଏବଂ ରୟ ଭ୍ୟାନ ଡେର୍‌ ୱାଇଡଙ୍କ ପକ୍ଷରୁ ମିଳିତ ଭାବରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦ୍ୱାରା ପ୍ରକାଶିତ ରିପୋର୍ଟ ଏହି ଅନୁସନ୍ଧାନର ନିକଟତର ହୋଇଛି।

ଆଇଏମଏଫ ରିପୋର୍ଟ ଉଲ୍ଲେଖ କରାଯାଇଥିଲା ଯେ ଭାରତ ଦାରିଦ୍ର୍ୟ ଦୂରୀକରଣ କରି ୪୦ ବର୍ଷ ମଧ୍ୟରେ ଉପଭୋକ୍ତା ଅସମାନତାକୁ ସର୍ବନିମ୍ନ ସ୍ତରକୁ ଆଣିଛି।

ଭାରତର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହ୍ରାସ ଅଧିକ ହୋଇଛି। ଗ୍ରାମାଞ୍ଚଳର ଦାରିଦ୍ର୍ୟ ୨୦୧୧ରେ ୨୬.୩ ପ୍ରତିଶତ ଥିଲା। ୨୦୧୯ ରେ ଏହା ୧୧.୬ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଏହି ସମୟରେ ସହରାଞ୍ଚଳରେ ଏହା ୧୪.୨ ପ୍ରତିଶତ ରୁ ୬.୩ ପ୍ରତିଶତକୁ ହ୍ରାସ ପାଇଛି ବୋଲି ଏଥିରେ କୁହାଯାଇଛି। ଏହି ସମୟ ମଧ୍ୟରେ ଗ୍ରାମୀଣ ତଥା ସହରାଞ୍ଚଳର ଦାରିଦ୍ର୍ୟ ୧୪.୭ରୁ ୭.୯ ପ୍ରତିଶତକୁ ହ୍ରାସ ପାଇଛି।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଗତ ଦଶନ୍ଧି ମଧ୍ୟରେ ଭାରତରେ ଦାରିଦ୍ର୍ୟ ହ୍ରାସ ପାଇଛି। ଏଥିରେ କୁହାଯାଇଛି ଯେ ନାମମାତ୍ର ଜମି ନଥିବା ଚାଷୀଙ୍କ ପାଇଁ ପ୍ରକୃତ ଆୟ ୨୦୧୩ ଏବଂ ୨୦୧୯ରେ ହୋଇଥିବା ସର୍ଭେରେ ବାର୍ଷିକ ହାରରେ ୧୦ ପ୍ରତିଶତ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ଭାଜପା ହିଁ ରାଜ୍ୟର ବିକାଶ କରିପାରିବ: ଅମିତ ଶାହା

ଥିରୁଭାନନ୍ତପୁରମ,୭।୩: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ପୂରା ଦମ୍‌ରେ ମୈଦାନକୁ ଓହ୍ଲାଇଛି। ରହିବାର କୋଲକତାରେ ପ୍ରଧାନମନ୍ତ୍ରୀ ମୋଦି ଜୋରଦାର ପ୍ରଚାର...

୧୦୦ ଲକ୍ଷ କୋଟିର ଗତିଶକ୍ତି ପ୍ରକଳ୍ପ ଜାତୀୟ ମାଷ୍ଟର ପ୍ଲାନ୍‌ ଶୁଭାରମ୍ଭ…

ନୂଆଦିଲ୍ଲୀ,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତିଶକ୍ତି ପ୍ରକଳ୍ପ ଅନ୍ତର୍ଗତ ୧୦୦ ଲକ୍ଷ କୋଟିର ଜାତୀୟ ମାଷ୍ଟର ପ୍ଲାନ୍‌ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ଭିତ୍ତିଭୂମିକୁ...

କୋଇଲା ବ୍ଲକ୍‌ ନିଲାମ: ରାଜ୍ୟ ପ୍ରତିବର୍ଷ ପାଇବେ ୭ ହଜାର କୋଟି

ମୁମ୍ବାଇ: ବାଣିଜି୍ୟକ କୋଇଲା ଖଣି ଅନ୍ତର୍ଗତ ୧୯ କୋଇଲା ବ୍ଲକ ନିଲାମ ହୋଇଛି। ଏହି ବ୍ଲକ୍‌ଗୁଡିକ ଘରୋଇ ହାତକୁ ଯାଇଛି। ନିଲାମ ପ୍ରକ୍ରିୟାରେ ୪୨ କମ୍ପାନୀ...

ଅଚେତ ମହିଳାଙ୍କ ପାଇଁ ଅଧାରୁ ଭାଷଣ ବନ୍ଦ କଲେ ମୋଦି

କୋଲକାତା,୬।୪: ପଶ୍ଚିମବଙ୍ଗ କୁଚବିହାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗସ୍ତ କରିଛନ୍ତି। କୁଚବିହାରରେ ପହଞ୍ଚି ମୋଦି ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ଭୋଧିତ କରିଥିଲେ। ଏହି...

ଇଣ୍ଡିଗୋ ପ୍ରମୋଟରଙ୍କ ଝଗଡା ସେବିରେ ପହଞ୍ଚିଲା

ମୁମ୍ବାଇ,୧୦-୭: ଦେଶର ସର୍ବବୃହତ୍‌ ଘରୋଇ ଏୟାରଲାଇନ ଭାବେ ପରିଚିତ ଇଣ୍ଡିଗୋ ଏୟାରଲାଇନ୍ସର ପ୍ରମୋଟରଙ୍କ ଭିତରେ ଆରମ୍ଭ ହୋଇଥିବା ଝଗଡା ଏବେ ଷ୍ଟକ୍‌ ଏକ୍ସଚେଞ୍ଜ ନିୟନ୍ତ୍ରକ ସିକ୍ୟୁରିଟିଜ...

ଦିଲ୍ଲୀ, ପଞ୍ଜାବ ଅପେକ୍ଷା ଗୁଜରାଟରେ ଅଧିକ ସୁବିଧା ଦେବାକୁ କଥା ଦେଲା ଏଏପି

ନୂଆଦିଲ୍ଲୀ,୭ ।୮: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ବଡୋଦରା ପହଞ୍ଚିଛନ୍ତି ।...

ଏଏପି ବିବାହରେ ଆମନ୍ତ୍ରିତ ହୋଇ ନ ଥିବା ଡ୍ୟାନ୍ସର: ଫଡ଼ନାଭିସ…

ଭାବନଗର,୧୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ତ୍ରିକୋଣୀୟ ଆଡ଼କୁ ମୁହାଁଇଛି। ଭାଜପା କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ପୂର୍ବରୁ କୁହାଯାଉଥିବା ବେଳେ ଏବେ ଏଏପି...

ଭାଜପା ଶୂନରେ ପହଞ୍ଚିବ: ନୀତୀଶ-ତେଜସ୍ବୀଙ୍କୁ ଭେଟିବା ପରେ ମମତାଙ୍କ ମନ୍ତବ୍ୟ

କୋଲକାତା,୨୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କୋଲକାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ...

Advertisement
Archives

Model This Week