ସାହସକୁ ମାନିବାକୁ ପଡ଼ିବ: ଘର ଆଗରେ ପେଟ୍ରୋଲ ଢାଳି ସ୍କର୍ପିଓରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୩ା୩(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଚୋରି, ଛିନତାଇ, ଆକ୍ରମଣ ଭଳି ଆପରାଧିକ କାର୍ଯ୍ୟକଳାପକୁ ନେଇ ଚିନ୍ତା ବଢ଼ିଛି। ଅପରାଧୀମାନେ ରାସ୍ତାରୁ କଲୋନୀ ଆତଙ୍କ ଖେଳାଉଥିବାରୁ ସହରବାସୀ ନିଜ ଧନଜୀବନକୁ ନେଇ ଅସୁରକ୍ଷିତ ମଣୁଛନ୍ତି। ଘଟଣାକ୍ରମରେ ଦୁଇଜଣ ଦୁର୍ବୃତ୍ତ ଘର ଆଗରେ ଥୁଆ ହୋଇଥିବା ଏକ ସ୍କର୍ପିଓରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ୍‌-୫ ଅଞ୍ଚଳରେ ଶନିବାର ରାତିରେ ଏଭଳି ଘଟଣା ଘଟିଛି। ସିସି କ୍ୟାମେରାରେ ପୂରା ଘଟଣା କଏଦ ହୋଇଥିବାବେଳେ ନେଇ ଗାଡି ମାଲିକାଣୀ ରଞ୍ଜିତା ପଟ୍ଟନାୟକ ରବିବାର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଅଭିଯୁକ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଥିବା ପୋଲିସ କହିଛି। ତେବେ ଦୁର୍ବୃତ୍ତଙ୍କ ଏଭଳି କାରନାମା ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଅଧିକାଂଶ ମହିଳା ନିଜ ଜୀବନ ପ୍ରତି ବିପଦ ଥିବା କହିବା ସହ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହାସହ ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ। ଅପରପକ୍ଷେ ଉକ୍ତ ସ୍କର୍ପିଓ ପାଖରେ ଅନ୍ୟ ଗାଡି, ବାହାଘର ପାଇଁ ପ୍ରସ୍ତୁତ ଟେଣ୍ଟ ଓ ଘର ରହିଥିଲା। ନିଅଁା ବ୍ୟାପିବା ପୂର୍ବରୁ ସ୍ଥାନୀୟ ଲୋକେ ତାହାକୁ ଲିଭାଇ ଦେଇଥିବାରୁ ବଡ଼ ଦୁର୍ଘଟଣା ଟଳି ଯାଇଛି।
ପୋଲିସ ସୂଚନାନୁସାରେ, ରଞ୍ଜିତା ତାଙ୍କ ପୁଅ ସହ କୌଣସି କାମରେ ଶନିବାର ରାତି ପାଖାପାଖି ୧୧ ଟାରେ ନୟାପଲ୍ଲୀ ଯାଇଥିଲେ। ଘର ପାଖରେ ତାଙ୍କ ସ୍କର୍ପିଓ ରହିଥିଲା। ସେମାନେ ଯିବାର ୧୦ ମିନିଟ ପରେ ଦୁଇ ବ୍ୟକ୍ତି ଗୋଟିଏ ବୁଲେଟରେ ରଞ୍ଜିତାଙ୍କ ଗାଡି ପାଖକୁ ଯାଇଥିଲେ। ହାତରେ ପେଟ୍ରୋଲ ଭର୍ତ୍ତି ବୋତଲ ମଧ୍ୟ ରହିଥିଲା। ଏହାପରେ ଜଣେ ବୁଲେଟରେ ବସିଥିବା ବେଳେ ଅନ୍ୟଜଣେ ଯୁବକ ଗାଡିର ଚାରିପଟେ ପେଟ୍ରୋଲ ଛିଞ୍ଚି ଦିଆସିଲରେ ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗାଡିଟି ହୁତୁହୁତୁ ହୋଇ ଜଳୁଥିବା ନେଇ ଜଣେ ପଡୋଶୀ ସିସିଟିଭିରୁ ଦେଖିବା ପରେ ବାହାରକୁ ଆସି ବଡ଼ପାଟିରେ ଡାକ ପକାଇଥିଲେ। ଆଖପାଖରେ ରହୁଥିବା ଲୋକେ ଦୌଡି ଆସି ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri