ଅନ୍ଧାରରେ କୁମ୍ଭକାରଙ୍କ କୌଳିକ ବୃତ୍ତି: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କୋକସରା,୨୬ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଲୋକର ପର୍ବ ଦୀପାବଳି ଆସିଲେ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠେ। ଏହି ପର୍ବରେ ସବୁଠୁ ଅଧିକ ଆବଶ୍ୟକ ହୁଏ ଦୀପ। ଘରେ ବା ଦାଣ୍ଡଦୁଆରେ ଦୀପ ଜଳିଲେ ଅମାବାସ୍ୟା ରାତି ହୋଇଉଠେ ଆଲୋକମୟ। ହେଲେ ମାଟିଦୀପ ପ୍ରସ୍ତୁତ କରୁଥିବା କୁମ୍ଭକାରଙ୍କ କୌଳିକ ବୃତ୍ତି ଏବେ ଅନ୍ଧାର ଭିତରେ। କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ର ମାଝିଗୁଡ଼ା, ଫୁପଗାଁ, କାଉଡୋଲା ଆଦି ଗ୍ରାମର କୁମ୍ଭକାର ପରିବାର ନିଜ କୌଳିକ ବୃତ୍ତିକୁ ଜୀବନ ଜୀବିକା ଭାବେ ଗ୍ରହଣ କରି ମାଟିରେ ଘରକରଣା ସାମଗ୍ରୀ ତିଆରି କରି ନିକଟସ୍ଥ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ହେଲେ ନୂତନ ପିଢ଼ିର ଯୁବଗୋଷ୍ଠୀ ନିଜର କୌଳିକ ବୃତ୍ତି ପ୍ରତି ମୁହଁ ମୋଡୁଥିବା କହିଛନ୍ତି ବୟସ୍କ ମାଟି କାରିଗର।

ଆଉ କିଛିଦିନ ପରେ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ମାଟିଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି କୁମ୍ଭକାର ପରିବାରର ମହିଳା ଓ ପୁରୁଷ। ଅଖଚକର ଚକା ଭଉଁରି ଭିତରେ ଦିନରାତି ମାଟିରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରୁଛନ୍ତି। କୁମ୍ଭାରଶାଳର ଚକ ବୁଲିଲେ କୁମ୍ଭକାର ପରିବାରର ସଂସାର ଚାଲେ। ହେଲେ ଆଧୁନିକତାର ଚାକଚକ୍ୟ ମଧ୍ୟରେ ହଜିଯାଉଛି ମାଟିର ଦୀପ। ଏହାର ସ୍ଥାନ ନେଇଛି ଇଲେକ୍ଟ୍ରି ସ୍ବୟଂଚାଳିତ ଦୀପ ଓ ରଙ୍ଗବେରଙ୍ଗ ଲିଚୁମାଳ। ଏହାକୁ ନେଇ ଚିନ୍ତିତ ରହିଛନ୍ତି କୁମ୍ଭକାର ପରିବାର ଲୋକେ।

ଆଗକୁ ଦୀପାବଳି ଆସୁଥିଲେ ବି ଦୀପ କିମ୍ବା ମାଟିପାତ୍ର ପାଇଁ କେହି ଜଣେ ହେଲେ ଗରାଖ ଗାଁକୁ ଆସୁନାହାନ୍ତି। ବଜାରକୁ ନେଲେ ମଧ୍ୟ କେତେଜଣ ଗରାଖ ଦୀପ କିଣୁଥିବା ବେଳେ ପୂର୍ବ ଭଳି ଚାହିଦା ନାହିଁ। ମାଟିଦୀପ ଓ ଦୀପାବଳିର ମହତ୍ତ୍ୱ ବୁଝୁଥିବା କେତେଜଣ ଗରାଖ ବରାଦ ଦେଇ ନେଉଛନ୍ତି ବୋଲି କୁହନ୍ତି ମାଝିଗୁଡ଼ା ଗ୍ରାମର ବୟସ୍କ କୁମ୍ଭକାର ଘାସିରାମ ନାଏକ, ହରିନ୍ଦ୍ର ନାଏକ, ପରିକ୍ଷିତ ରଣା, ଗୋପୀ ରଣା, ଦେବୀପ୍ରସାଦ ନାଏକ, କୁନ୍ତଳା ନାଏକ, କୁନି ରଣା, ରୀନା ନାଏକ, ନୀଳାଦ୍ରି ନାଏକ ପ୍ରମୁଖ। ନୂଆ ପିଢ଼ି ଏହି ବେଉସାକୁ ମୁହଁ ମୋଡୁଥିବାରୁ ଆଗକୁ ଆଉ ମାଟିପାତ୍ର ସାମଗ୍ରୀ ଦେଖିବାକୁ ମିଳିବ ନାହିଁ ବୋଲି ସେମାନେ କହନ୍ତି। କୁମ୍ଭକାରଙ୍କ ମାଟି ତିଆରି ବିଭିନ୍ନ ଘରକରଣା ଓ ସାଜସଜ୍ଜା ସାମଗ୍ରୀ ବିକ୍ରି ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କଲେ ହୁଏତ ଆଗକୁ ଯୁବପିଢ଼ି ଆଗ୍ରହ ପ୍ରକାଶ କରିବା ସମ୍ଭାବନା ଦେଖାଯିବ। ପ୍ରଶାସନ ଏ ଦିଗରେ ଦୃଷ୍ଟିଦେବାକୁ କୁମ୍ଭକାର ପରିବାର ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri