କୃଷି ରପ୍ତାନି କ୍ଷେତ୍ରରେ ଉନ୍ନତିର ସମ୍ଭାବନା

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଦିନିକିଆ କର୍ମଶାଳା ‘ଫାର୍ମ୨ ଫର୍କ’ର ୧୦ମ ସଂସ୍କରଣ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ରାଜ୍ୟର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀର ରପ୍ତାନି ବୃଦ୍ଧିର ସୁଯୋଗ ଉପରେ ଆଲୋକପାତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ବୋଧିତକରି ସିଆଇଆଇ ଇଆର୍‌ ସରକାରୀ ଶିଳ୍ପ, ଏଗ୍ରି ଆଣ୍ଡ ଫୁଡ୍‌ ପ୍ରୋସେସିଂ ଫୋରମର ଅଧ୍ୟକ୍ଷ ତଥା ଆଇଟିସି ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି. ସୁମନ୍ତ ଓଡ଼ିଶାରେ ଧାନ, ଗହମ ଓ ଅର୍ଗାନିକ ମସଲାର ରପ୍ତାନିକୁ ନେଇ ବ୍ୟାପକ ସମ୍ଭାବନା ଥିବା କହିଛନ୍ତି। ସିଆଇଆଇ ପୂର୍ବାଞ୍ଚଳର ଅଧ୍ୟକ୍ଷ ତଥା ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍‌ର ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦ୍ର କୁମାର ବେହେରା କହିଛନ୍ତି, କୃଷିଜାତ ସାମଗ୍ରୀ ରପ୍ତାନି କରିବାକୁ ହେଲେ ପ୍ରଥମେ ଅନ୍ତର୍ଜାତୀୟ ବଜାରର ଆବଶ୍ୟକତାକୁ ବୁଝିବାକୁ ହେବ। ଗୁଣାତ୍ମକ ମାନ, କମ୍‌ ସାର ଓ କୀଟନାଶକ ବ୍ୟବହାର ଉପରେ ଜୋର ଦେବାକୁ ପଡ଼ିବ। ବାଂଲାଦେଶ ଡେପୁଟି ହାଇ କମିଶନର ଅନ୍ଦାଲିବ ଇଲିଆସ୍‌ ବିଶିଷ୍ଟ ବକ୍ତା ଭାବେ ଯୋଗଦେଇ ଭାରତ ଓ ବାଂଲାଦେଶ ମଧ୍ୟରେ ରେଳ ଓ ଜଳପଥରେ ପରିବହନ ସଂଯୋଗ ସ୍ଥାପନକୁ ନେଇ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ରପ୍ତାନି ପାଇଁ ସୁଲଭ ପରିବହନ ଓ ସଂଯୋଗ ଏକ ବଡ଼ ଆବଶ୍ୟକତା। ଆମଦାନି ସମ୍ପର୍କରେ ଆଲୋଚନା ଲାଗି ବାଂଲାଦେଶ ସର୍ବଦା ପ୍ରସ୍ତୁତ ବୋଲି ସେ କହିଛନ୍ତି। ସେ କହିଛନ୍ତି , ପରିବହନ ପାଇଁ ରେଳପଥ ପରେ ଜଳପଥ ହେଉଛି ସବୁଠାରୁ ସୁଲଭ ଯାହାକୁ ଦୁଇ ପକ୍ଷ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଇପାରିବ। ସେ କହିଛନ୍ତି, ଯଦିଓ ବାଂଲାଦେଶ ଚାଉଳ, ଆଳୁ ଏବଂ ମସଲାର ଏକ ପ୍ରମୁଖ ରପ୍ତାନିକାରୀ ତଥାପି ସେଥିରେ ମୂଲ୍ୟ ଯୋଡ଼ିବାରେ ଶକ୍ତିର ଅଭାବ ରହିଛି। ଏହି ସମାରୋହରେ ମତବ୍ୟକ୍ତକରି ସିଆଇଆଇ ଓଡ଼ିଶା ପରିଷଦର ଅଧ୍ୟକ୍ଷ ତଥା ସୁରେନ୍ଦ୍ର ମାଇନିଂ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ ଲିମିଟେଡ୍‌ର ଅଧ୍ୟକ୍ଷ ଡା. ପ୍ରଦୀପ୍ତ ମହାନ୍ତି କହିଛନ୍ତି, ରାଜ୍ୟର ୬୦% ଶ୍ରମଶକ୍ତି କୃଷିକ୍ଷେତ୍ର ଉପରେ ନିର୍ଭରଶୀଳ ଥିବାବେଳେ କୃଷକମାନଙ୍କ ଆୟ ବଢ଼ାଇବା ଏକ ଆହ୍ବାନ ହୋଇ ରହିଛି। ଓଡ଼ିଶା ହେଉଛି ଦେଶର ଏକ ପ୍ରମୁଖ ଧାନ ଉତ୍ପାଦନ କରୁଥିବା ରାଜ୍ୟ। ଏହାସହ ଏଠାରେ ଫଳ,ପନିପରିବା ଏବଂ ଚିଙ୍ଗୁଡ଼ି ମଧ୍ୟ ବିପୁଳ ପରିମାଣରେ ଉତ୍ପାଦନ ହେଉଛି। ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ତଥା ବେଦାନ୍ତ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ଗୁପ୍ତା କାର୍ଯ୍ୟକ୍ରମର ସମାପନକରି କହିଛନ୍ତି, ଅମଳ ପରବର୍ତ୍ତୀ ଫସଲ ଥଇଥାନ ଉପରେ କାର୍ଯ୍ୟକରି ତାହାକୁ ରପ୍ତାନି ଉପଯୋଗୀ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?