ଭାଜପା-ବିଧାୟକ ମନ୍ତ୍ରୀଙ୍କ ପାଇଁ ଆଳୁ ୩୦ ଟଙ୍କା, ଆମ ପାଇଁ ୫୦, କାହିଁକି ଏମିତି କହିଲେ ଜୟଦେବ ଜେନା

ଭୁବନେଶ୍ୱର,୧ା୧୨: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଆଳୁର ଦାମ୍‌କୁ ନେଇ ଭାଜପା ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି, ସରକାର ଖାଲି କଥାରେ କହୁଛନ୍ତି ଉତ୍ତରପ୍ରଦେଶରୁ ଶସ୍ତାରେ ଆଳୁ ଆଣି ଦେବୁ। ହେଲେ ମିଳୁନି। ମନ୍ତ୍ରୀ କହୁଛନ୍ତି ୩୦ ଟଙ୍କାରେ ଆଳୁ ଆଣୁଛନ୍ତି, ଯାହାକି ଅତି ପିଲାଳିଆମି ପରି ଲାଗୁଛି। ବୋଧେ ଭାଜପା ବିଧାୟକ ଏବଂ ମନ୍ତ୍ରୀ ପାଇଁ ୩୦ ଟଙ୍କା ଆମ ପାଇଁ ୫୦ ଟଙ୍କା। ବଜାରରେ ଆଳୁ ଯଦି ଏତେ ଦାମ୍‌ ତେବେ ସରକାର କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଆକସ୍ମିକ ଭାବେ ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇବା ପରେ ଦିନକୁ ଦିନ ଆଳୁ ଅଭାବ ଉତ୍କଟ ହେଉଛି। ଏଥିପାଇଁ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିବା ନେଇ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଉଥିବା ବେଳେ ଖାଉଟି ଓ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ଗତ ଗୁରୁବାରଠାରୁ ପଶ୍ଚିମବଙ୍ଗରୁ ଓଡିଶା ଅଭିମୁଖେ ଆସୁଥିବା ଶତାଧିକ ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପ୍ରଶାସନ ଫେରାଇ ନେଇଥିବା ବେଳେ ଓଡିଶା ହାଟ ବଜାରରେ ଆଳୁର ଅଭାବ ସହିତ ଦାମ ମଧ୍ୟ ବଢ଼ିବାରେ ଲାଗିଛି। ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଲାଗୁଆ ବେଲଦା, ଦାନ୍ତୁନ, ଜାତୀୟ ରାଜପଥ ସହ ପୂର୍ବ ମେଦିନୀପୁର ରାମନଗର, ଦୀଘାରେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଇ ଅଦ୍ୟାବଧି ନକାଚେକିଂ କରାଯାଉଛି। ଆଳୁର ଅଭାବ ଯୋଗୁ ବାଲେଶ୍ୱର ଜିଲା ବିଭିନ୍ନ ସ୍ଥାନ ହାଟ ବଜାରରେ ଶନିବାର ଆଳୁର କେଜି ପ୍ରତି ଦାମ୍‌ ୪୦ରୁ ୫୦ଟଙ୍କା ରହିଥିବା ସୂଚନା ମିଳିଛି।
ଅପରପକ୍ଷରେ ପଶ୍ଚିମବଙ୍ଗ ଓଡିଶାକୁ ସଂଯୋଗ କରୁଥିବା ବାଲେଶ୍ୱର ଜିଲା ଜଳେଶ୍ୱର, ଭୋଗରାଇ ସଂଯୋଗ ରାସ୍ତା ଗଳାବାଟ ଦେଇ ଲୁଚାଛପାରେ ଆଳୁଗାଡି ଓଡିଶା ମଧ୍ୟକୁ ପ୍ରବେଶ କରୁଛି। ଓଡିଶାକୁ ପ୍ରବେଶ କରୁଥିବା ଆଳୁ ଗାଡି ପ୍ରତି ସେଠାକାର ପୋଲିସ ଓ ଗ୍ରାମର ଯୁବକମାନେ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଗାଡି ଛାଡୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟ ସମିତି ଶନିବାର ଅପରାହ୍ନରେ ହୁଗୁଳି ଜିଲା ତାରକେଶ୍ୱରଠାରେ ମିଳିତ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଆଳୁ ବ୍ୟବସାୟୀଙ୍କ ସମସ୍ୟା ନ ବୁଝି ଆକସ୍ମିକ ଭାବେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ତ୍ରିପୁରା ଓ ଆସାମ ରାଜ୍ୟକୁ ଆଳୁ ରପ୍ତାନି କଟକଣା ଲଗାଇଥିବାରୁ ଆଳୁ ବ୍ୟବସାୟ ସମିତି ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ପଶ୍ଚିମବଙ୍ଗରେ ୪୮୫ ଶୀତଳଭଣ୍ଡାର ରହିଥିବାବେଳେ ଅଦ୍ୟାବଧି ୭ ଲକ୍ଷ ମେଟ୍ରିକ ଟନ ଆଳୁ ଗଚ୍ଛିତ ରହିଛି। ଶୀତଳଭଣ୍ଡାରରେ ଅପର୍ଯ୍ୟାପ୍ତ ଆଳୁ ମହଜୁଦ୍‌ ଥିବା ବେଳେ ୧ ମାସ ମଧ୍ୟରେ ଶୀତଳଭଣ୍ଡାରରୁ ଆଳୁ କଢ଼ା ନ ଗଲେ ସମସ୍ତ ଆଳୁ ପଚିଯିବାର ସମ୍ଭାବନା ଦେଖାଦେବାରୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀମାନେ ବିପୁଳ କ୍ଷତି ସହିବେ ବୋଲି ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ରାଜ୍ୟ ସଭାପତି ଲାଲୁ ମୁଖାର୍ଜୀ ଧରିତ୍ରୀକୁ ସୂଚନା ଦେଇଛନ୍ତି। ଓଡ଼ିଶା ସମେତ ଭିନ୍ନ ରାଜ୍ୟ ଆଳୁ ବ୍ୟବସାୟୀଙ୍କଠାରେ କୋଟି କୋଟି ଟଙ୍କା ବାକି ପଡିଥିବାବେଳେ ଆଳୁ ରପ୍ତାନି କରା ନ ଗଲେ ଏ ସମସ୍ତ ଟଙ୍କା ବାଟମରଣା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ମାନେ କହିଛନ୍ତି। ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଆଳୁ ଗାଡି ଅଟକାଇବା ଓ ଆଳୁ ଗାଡି ଡ୍ରାଇଭରଙ୍କୁ ର଼୍ୟାଗିଂ କରିବା ବନ୍ଦ ନ କଲେ ମଙ୍ଗଳବାରଠାରୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀମାନେ କର୍ମବିରତି ଧର୍ମଘଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପରେ ଚାପ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri