ଘନଉଛି ଆଳୁ ସଙ୍କଟ: ଜରୁରୀକାଳୀନ ସ୍ଥିତି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

ବ୍ରହ୍ମପୁର,୨।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଆଳୁ ସଙ୍କଟ ଘନେଇବାରେ ଲାଗିଛି। ପଶ୍ଚିମବଙ୍ଗ ସରକାର କିଛି ଦିନ ବ୍ୟବଧାନ ପରେ ପୁଣି ଆଳୁ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏପଟେ ରାଜ୍ୟରେ ଗଚ୍ଛିତ ଆଳୁ ସରି ଆସୁଛି। ଏହାର ଫାଇଦା ନେଇ ମୁନାଫାଖୋର ବ୍ୟବସାୟୀମାନେ ମନଇଚ୍ଛା ଦର ବୃଦ୍ଧି କରି ଚାଲିଛନ୍ତି। ତେଣୁ ଆଳୁ ଅଭାବ ଓ

ଜରୁରୀକାଳୀନ ଘୋଷଣା କରି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ଓଡ଼ିଆ ସ୍ବାଭିମାନ ଜାଗରଣ ଫେଡେରେଶନ ପକ୍ଷରୁ ଦାବି କରାଯାଇଛି।

ଏ ନେଇ ଇ-ମେଲ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଆଳୁ ସଙ୍କଟ ଉଭୟ ଗୃହିଣୀ ଓ ଗ୍ରାହକଙ୍କୁ ନାକେଦମ କଲାଣି। କିନ୍ତୁ ଯୋଗାଣ ମନ୍ତ୍ରୀଙ୍କ ନିବେଦନ ଓ ଆବେଦନର କୌଣସି ପ୍ରଭାବ ବ୍ୟବସାୟୀ ଏବଂ ବଜାର ଉପରେ ପଡୁନାହିଁ। ମନ୍ତ୍ରୀ ଆଳୁ ସଙ୍କଟଙ୍କୁ ଜରୁରୀକାଳୀନ ସ୍ଥିତି ମନେ କରି ଗମ୍ଭୀର ପଦକ୍ଷେପ ନେବା ବଦଳରେ ଖାମଖିଆଲି ଭାବେ ପଶ୍ଚିମବଙ୍ଗରୁ ଆଉ ଆଳୁ ଆଣିବୁ ନାହିଁ କହି ପରିସ୍ଥିତିକୁ ଜଟିଳ କରୁଛନ୍ତି।

ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣି ଆବଶ୍ୟକତା ମେଣ୍ଟେଇବାର ଯେଉଁ ଚିନ୍ତାଧାରା ଯୋଗାଣ ବିଭାଗ କରୁଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ତେଣୁ ରାଜ୍ୟ ସରକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଆଳୁ ଯୋଗାଣରେ ରହିଥିବା ଅସୁବିଧା କେମିତି ହଟିବ ସେ ଦିଗରେ ପ୍ରୟାସ କରିବାକୁ ଫେଡେରଶନ ଦାବି କରିଛି।

ଆଳୁ ଅଭାବ ସଙ୍କଟରୁ ମୁକୁଳିବା ପାଇଁ ଦୀର୍ଘକାଳୀନ ପଦକ୍ଷେପ ସ୍ବରୂପ ଆଳୁ ମିଶନକୁ ଦକ୍ଷତା ଓ ସଫଳତାର ସହ କାର୍ଯ୍ୟକାରୀ କରି ଆମ ରାଜ୍ୟ ଆଳୁ ଉତ୍ପାଦନରେ କିପରି ସ୍ବାବଲମ୍ବୀ ହୋଇପାରିବ ସରକାର ସେଥିପ୍ରତି ଧ୍ୟାନ ଦେବା, ଆଳୁ ଚାଷ ନିମନ୍ତେ ଉପଯୁକ୍ତ ଜମି ଓ ଜଳବାୟୁ ଅଞ୍ଚଳ ଚିହ୍ନଟ କରି ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଯୋଗାଣ ବିଭାଗକୁ ବଜାରୀକରଣ ଦାୟିତ୍ୱ ଦେବା, ଆଳୁ ଚାଷୀଙ୍କୁ ଉପଯୁକ୍ତ ଗୁଣାତ୍ମକ ବିହନ, ସାର, କୀଟନାଶକ ଠିକ୍‌ ସମୟରେ ଯୋଗାଇ ଦେବା, ଆଳୁ ଚାଷ ହେଉଥିବା ଅଞ୍ଚଳରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ସ୍ଥାପନ କରିବା ଓ ଯୋଗାଣ ବିଭାଗ ଉପରେ ସବୁ କିଛି ନ ଛାଡ଼ି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ପାଇଁ ଫେଡେରସନ ଆବାହକ ସଞ୍ଜୀବ କୁମାର ପଟ୍ଟନାୟକ ଦାବି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri