ଘନଉଛି ଆଳୁ ସଙ୍କଟ: ଜରୁରୀକାଳୀନ ସ୍ଥିତି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

ବ୍ରହ୍ମପୁର,୨।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଆଳୁ ସଙ୍କଟ ଘନେଇବାରେ ଲାଗିଛି। ପଶ୍ଚିମବଙ୍ଗ ସରକାର କିଛି ଦିନ ବ୍ୟବଧାନ ପରେ ପୁଣି ଆଳୁ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏପଟେ ରାଜ୍ୟରେ ଗଚ୍ଛିତ ଆଳୁ ସରି ଆସୁଛି। ଏହାର ଫାଇଦା ନେଇ ମୁନାଫାଖୋର ବ୍ୟବସାୟୀମାନେ ମନଇଚ୍ଛା ଦର ବୃଦ୍ଧି କରି ଚାଲିଛନ୍ତି। ତେଣୁ ଆଳୁ ଅଭାବ ଓ

ଜରୁରୀକାଳୀନ ଘୋଷଣା କରି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ଓଡ଼ିଆ ସ୍ବାଭିମାନ ଜାଗରଣ ଫେଡେରେଶନ ପକ୍ଷରୁ ଦାବି କରାଯାଇଛି।

ଏ ନେଇ ଇ-ମେଲ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଆଳୁ ସଙ୍କଟ ଉଭୟ ଗୃହିଣୀ ଓ ଗ୍ରାହକଙ୍କୁ ନାକେଦମ କଲାଣି। କିନ୍ତୁ ଯୋଗାଣ ମନ୍ତ୍ରୀଙ୍କ ନିବେଦନ ଓ ଆବେଦନର କୌଣସି ପ୍ରଭାବ ବ୍ୟବସାୟୀ ଏବଂ ବଜାର ଉପରେ ପଡୁନାହିଁ। ମନ୍ତ୍ରୀ ଆଳୁ ସଙ୍କଟଙ୍କୁ ଜରୁରୀକାଳୀନ ସ୍ଥିତି ମନେ କରି ଗମ୍ଭୀର ପଦକ୍ଷେପ ନେବା ବଦଳରେ ଖାମଖିଆଲି ଭାବେ ପଶ୍ଚିମବଙ୍ଗରୁ ଆଉ ଆଳୁ ଆଣିବୁ ନାହିଁ କହି ପରିସ୍ଥିତିକୁ ଜଟିଳ କରୁଛନ୍ତି।

ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣି ଆବଶ୍ୟକତା ମେଣ୍ଟେଇବାର ଯେଉଁ ଚିନ୍ତାଧାରା ଯୋଗାଣ ବିଭାଗ କରୁଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ତେଣୁ ରାଜ୍ୟ ସରକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଆଳୁ ଯୋଗାଣରେ ରହିଥିବା ଅସୁବିଧା କେମିତି ହଟିବ ସେ ଦିଗରେ ପ୍ରୟାସ କରିବାକୁ ଫେଡେରଶନ ଦାବି କରିଛି।

ଆଳୁ ଅଭାବ ସଙ୍କଟରୁ ମୁକୁଳିବା ପାଇଁ ଦୀର୍ଘକାଳୀନ ପଦକ୍ଷେପ ସ୍ବରୂପ ଆଳୁ ମିଶନକୁ ଦକ୍ଷତା ଓ ସଫଳତାର ସହ କାର୍ଯ୍ୟକାରୀ କରି ଆମ ରାଜ୍ୟ ଆଳୁ ଉତ୍ପାଦନରେ କିପରି ସ୍ବାବଲମ୍ବୀ ହୋଇପାରିବ ସରକାର ସେଥିପ୍ରତି ଧ୍ୟାନ ଦେବା, ଆଳୁ ଚାଷ ନିମନ୍ତେ ଉପଯୁକ୍ତ ଜମି ଓ ଜଳବାୟୁ ଅଞ୍ଚଳ ଚିହ୍ନଟ କରି ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଯୋଗାଣ ବିଭାଗକୁ ବଜାରୀକରଣ ଦାୟିତ୍ୱ ଦେବା, ଆଳୁ ଚାଷୀଙ୍କୁ ଉପଯୁକ୍ତ ଗୁଣାତ୍ମକ ବିହନ, ସାର, କୀଟନାଶକ ଠିକ୍‌ ସମୟରେ ଯୋଗାଇ ଦେବା, ଆଳୁ ଚାଷ ହେଉଥିବା ଅଞ୍ଚଳରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ସ୍ଥାପନ କରିବା ଓ ଯୋଗାଣ ବିଭାଗ ଉପରେ ସବୁ କିଛି ନ ଛାଡ଼ି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ପାଇଁ ଫେଡେରସନ ଆବାହକ ସଞ୍ଜୀବ କୁମାର ପଟ୍ଟନାୟକ ଦାବି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri