ଭୁବନେଶ୍ୱର,୯ା୩: ଓଡ଼ିଶା ସଚିବାଳୟରେ ବଡ଼ବାବୁଙ୍କ ପଦବୀ ଖାଲି ପଡ଼ିଛି। ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି।
ସୌଭିକ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ ଓଡ଼ିଶା ସଚିବାଳୟ ସେବାରେ କେଉଁ ପଦବୀରେ କେତେ ପଦବୀ ଖାଲି ପଡ଼ିଛି ତାହା ପୂରଣ ପାଇଁ କି ପଦକ୍ଷେପ ନିଆଯାଇଛି। ଏହା ପରେ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ୧୦୫ ଅନୁ ଶାସନ ସଚିବ ଓ ଗୋଟିଏ ଅତିରିକ୍ତ ଶାସନ ସଚିବ ପଦବୀ ଖାଲି ପଡ଼ିଛି। ୨ ଯୁଗ୍ମ ଶାସନ ସଚିବ ଓ ୨ ଉପ ଶାସନ ସଚିବ ପଦବୀ ମଧ୍ୟ ଖାଲି ପଡ଼ିଛି। ୪ର୍ଥ ଡେସ୍କ ଅଫିସର, ୩୬୫ ଉପବିଭାଗ ଅଧିକାରୀ ପଦବୀ ମଧ୍ୟ ଖାଲି ପଡ଼ିଛି। ଏଥିସହିତ ୩୪୮ ସହକାରୀ ଉପବିଭାଗ ଅଧିକାରୀ ପଦବୀ ମଧ୍ୟ ଖାଲି ରହିଛି। ଉକ୍ତ ପଦବୀଗୁଡ଼ିକ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।