ଏଏସ୍‌ବିଏମ୍‌ରେ ଗବେଷଣାତ୍ମକ ସ୍ନାତକ ପାଠ୍ୟକ୍ରମ

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ଶିକ୍ଷାବର୍ଷ (୨୦୨୩-୨୪ ବର୍ଷ) ଠାରୁ ନୂତନ ଶିକ୍ଷା ତଥା ଗବେଷଣାତ୍ମକ ସ୍ନାତକ ପାଠ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ରାଜ୍ୟର ପ୍ରଥମ ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ଜାତୀୟ ଶିକ୍ଷାନୀତି-୨୦୨୦ର କ୍ରେଡିଟ୍‌ ଫ୍ରେମ୍‌ୱାର୍କ ଅନୁସାରେ ଏକ ୪ ବର୍ଷିଆ ଗବେଷଣାମତ୍କ ସ୍ନାତକ ପାଠ୍ୟକ୍ରମ ପ୍ରଚଳନ କରିଛି। ସେହିଭଳି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ପ୍ରସ୍ତୁତ ନୂତନ ଶିକ୍ଷାନୀତି-୨୦୨୦ ଆଧାରରେ ଛାତ୍ରୀଛାତ୍ରମାନଙ୍କର ବୃହତ୍ତର ସ୍ବାର୍ଥକୁ ଗୁରୁତ୍ୱ ପ୍ରଦାନ କରି ସ୍ନାତକ ଶ୍ରେଣୀମାନଙ୍କ ପାଇଁ ନିକଟରେ ଆୟୋଗ ନୂତନ ଭାବେ ୪ବର୍ଷିଆ ପାଠ୍ୟକ୍ରମ ଓ କ୍ରେଡିଟ୍‌ ଫ୍ରେମ୍‌ ୱାର୍କ ପ୍ରସ୍ତୁତ କରିଛନ୍ତି। ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଳାଧ୍ୟକ୍ଷ ପ୍ରଫେସର୍‌ ଡ. ବିଶ୍ୱଜିତ୍‌ ପଟ୍ଟନାୟକ କହିଛନ୍ତି, ୟୁଜିସିର ଏହି ଉଦ୍ୟମ ଓ ପାଠ୍ୟକ୍ରମକୁ ପ୍ରଶଂସା କରିବା ସହ ରାଜ୍ୟରେ ସର୍ବପ୍ରଥମେ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ଏହି ୪ବର୍ଷିଆ ପାଠ୍ୟକ୍ରମକୁ ତା’ର ସ୍ନାତକ ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଇଛି। ଏପରିକି ରାଜ୍ୟର ବହୁ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ଏହା ବେଶ୍‌ ଉଚ୍ଚ ପ୍ରଶଂସିତ ହୋଇଛି ା ଏହି ନୂତନ ବ୍ୟବସ୍ଥା ଫଳରେ ବିବିଏ, ବି.କମ୍‌, ବିବିଏ-ଇ କମର୍ସ, ବିଏ-ଅର୍ଥଶାସ୍ତ୍ର, ବିଏ-ଇଂରାଜୀ, ବିଏ- ସାଇକୋଲୋଜି, ବିଏ-କମ୍ୟୁନିକେଶନ ଓ ମିଡିଆ, ବିସିଏ, ବିଏସ୍‌ସି-ଆଟିଏମ୍‌, ବିଏସ୍‌ସି-କମ୍ପ୍ୟୁଟର୍‌ ସାଇନ୍ସରେ ୨୦୨୩-୨୪ ଶିକ୍ଷାବର୍ଷଠାରୁ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରୁଥିବା ଛାତ୍ରୀଛାତ୍ରମାନେ ଲାଭ ପାଇପାରିବେ ା

 


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri