Posted inଜାତୀୟ

ବାବ୍ରି ଭଙ୍ଗ ପରବର୍ତ୍ତୀ ସ୍ଥିତି ସମାଜରେ ସୃଷ୍ଟି ନହେଉ,ପୂଜାସ୍ଥଳ ଅଧିନିୟମ ସମର୍ଥନରେ ଏସ୍‌ସିଙ୍କ ଦ୍ୱାରସ୍ଥ ହେଲେ ମୁସଲମାନ ସଂଗଠନ…

ନୂଆଦିଲ୍ଲୀ,୧୪।୭ : ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ପ୍ଲେସ ଅଫ ଓ୍ବରଶିପ୍‌ ଆକ୍ଟ (ପୂଜାସ୍ଥଳ ଅଧିନିୟମ) କୁ ସମର୍ଥନ କରି ସୁପ୍ରିମକୋର୍ଟ(ଏସ୍‌ସି)ଙ୍କ ଦ୍ୱାରସ୍ଥ ହୋଇଛି। ଜାରି ରହିଥିବ ବିବାଦ ମଧ୍ୟରେ ସୁପ୍ରିମକୋର୍ଟରେ ଆବେଦନ କରି ବୋର୍ଡ ଏହି ଆଇନକୁ ସମର୍ଥନ କରିଛି ଏବଂ ଏହି ଆକ୍ଟ ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ପକ୍ଷଭୁକ୍ତ ହେବାକୁ ଚେଷ୍ଟା କରିଛି।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ ବାବ୍ରି ଭାଙ୍ଗିବା ପରେ ସମାଜରେ ଯେପରି ଉତ୍ତେଜନା ଦେଖାଦେଇଥିଲା, ତାହା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆଇନ ପ୍ରସ୍ତୁତ କରାଯାଇଥିଲା। ତେଣୁ ଏହି ନିୟମକୁ ରଦ୍ଦ କରାଯିବା ଉଚିତ ନୁହେଁ। ପୂଜାସ୍ଥଳ ଅଧିନିୟମ ବିରୋଧରେ ସୁପ୍ରିମକୋର୍ଟରେ ଇତି ମଧ୍ୟରେ ଆଠଟି ଆବେଦନ ଦାଖଲ କରାଯାଇଛି।

ନିକଟରେ ଦିଲ୍ଲୀର ଆଇନଜୀବୀ ଚନ୍ଦ୍ର ଶେଖରଙ୍କ ପକ୍ଷରୁ ପୂଜାସ୍ଥଳ ଅଧିନିୟମ ୧୯୯୧ କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା। ଯେଉଁଥିରେ ଦର୍ଶାଯାଇଛି ଯେ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ନ୍ୟାୟିକ ସମୀକ୍ଷା ଅଧିକାରକୁ ଏହି ଆଇନ ବାରଣ କରୁଛି। ସମ୍ବିଧାନର ଧାରା ୧୩ ଅନୁଯାୟୀ ଦିଆଯାଇଥିବା କୋର୍ଟକୁ ଯିବାର ମୌଳିକ ଅଧିକାର ଆଇନର ଏଭଳି ବ୍ୟବସ୍ଥାଗୁଡ଼ିକ ଯୋଗୁ ନିଷ୍ପ୍ରଭାବୀ ହୋଇଯାଉଛି। ଏହି କାର୍ଯ୍ୟ ଅଧୀନରେ ସମାନତା, ଜୀବନ ଅଧିକାର ଏବଂ ଉପାସନା କରିବାର ଅଧିକାର ଉଲ୍ଲଂଘନ କରାଯାଇଛି।
ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସରକାର ୧୯୯୧ ରେ ପ୍ରଣୟନ କରିଥିଲେ। ଅଯୋଧ୍ୟା ରାମ ଜନ୍ମଭୂମି ଆନ୍ଦୋଳନର ବଢୁଥିବା ତୀବ୍ରତା ଏବଂ ଉଗ୍ରତାକୁ ଶାନ୍ତ କରିବା ଲାଗି ଏହି ଆଇନ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସରକାର ଆଇନରେ ଏକ ବ୍ୟବସ୍ଥା କରିଛନ୍ତି ଯେ ଅଯୋଧ୍ୟାରେ ବାବ୍ରି ମସଜିଦ ବ୍ୟତୀତ ଦେଶର ଅନ୍ୟ କୌଣସି ସ୍ଥାନରେ ପୂଜାପାଠରେ ଅନ୍ୟ ଧର୍ମର ଲୋକଙ୍କ ଦାବିକୁ ଗ୍ରହଣ କରାଯିବ ନାହିଁ।

ଏହି ଆଇନରେ କୁହାଯାଇଛି ଯେ ଦେଶର ସ୍ବାଧୀନତା ଦିନ ଅର୍ଥାତ ୧୫ ଅଗଷ୍ଟ, ୧୯୪୭ରେ ଯେ କୌଣସି ଧାର୍ମିକସ୍ଥଳର ଥିବା ସ୍ଥିତିରେ ଗଠନ କିମ୍ବା ପୂଜାପାଠ ଉପରେ ଅନ୍ୟ ଧର୍ମର ଲୋକମାନେ ଦାବି କରି ପାରିବେ ନାହିଁ। ଅଯୋଧ୍ୟାର ବାବ୍ରି ମସଜିଦକୁ ଏହି ଆଇନରୁ ବାଦ ଦିଆଯାଇଥିଲା। କାରଣ ଏହି ବିବାଦ ସ୍ବାଧୀନତା ପୂର୍ବରୁ କୋର୍ଟରେ ବିଚାରଧୀନ ଥିଲା। ଏଥିରେ କୁହାଯାଇଛି ଯେ ୧୫ ଅଗଷ୍ଟ ୧୯୪୭ରେ ଥିବା ଧର୍ମସ୍ଥଳ ଯେଉଁ ସମ୍ପ୍ରଦାୟଙ୍କର ଅବା ଧାର୍ମିକ ସ୍ଥାନରେ ଥିଲା, ତାହା ଆଜି ମଧ୍ୟ ଏବଂ ଭବିଷ୍ୟତରେ ମଧ୍ୟ ସେଭଳି ରହିବ। ତେବେ ଏଥିରେ ପୂର୍ବରୁ ଚାଲିଥିବାରୁ ଅଯୋଧ୍ୟାର ଆଇନଗତ ବିବାଦକୁ ବାଦ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri