ପେଟ୍ରୋଲ ଦର ହ୍ରାସ ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ,୨୩।୧: ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ କ୍ରମାଗତ ଭାବେ ତେଲ ଦର ହ୍ରାସ ପାଉଥିବା ବେଳେ ଭାରତୀୟ ତୈଳ ବଜାରରେ ତେଲ ଦର ଦୀର୍ଘ ଦିନ ହେବ ସ୍ଥିର ରହିଛି। ଏପରିକି ତେଲ ଦର କେବେ କମିବ ସେ ନେଇ ମଧ୍ୟ କାହା ପାଖରେ ଠିକ୍‌ ସୂଚନା ନ ଥିବା ବେଳେ ରବିବାର ଏକ ସାକ୍ଷାତକାର ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, କୋଭିଡ ସମୟରେ ତୈଳ କମ୍ପାନୀଗୁଡିକ ସହିଥିବା କ୍ଷତି ଭରଣା ଓ ଅନ୍ୟନ୍ୟା କାରଣରୁ ବର୍ତ୍ତମାନ ସମୟରେ ତୈଳ ଦର ହ୍ରାସ ସମ୍ଭାବନା କ୍ଷୀଣ। ସେହିଭଳି ଗତ ଆର୍ଥିକ ବର୍ଷର କ୍ଷତି ପାଇଁ ପେଟ୍ରୋଲ ମୂଲ୍ୟରେ ହ୍ରାସ ହେବା ଜଣାପଡ଼ୁନାହିଁ।

ବିଶେଷ କରି ଦେଶର ପ୍ରମୁଖ ତୈଳ କମ୍ପାନୀ ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ), ଭାରତୀୟ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ଏଚପିସିଏଲ)ପକ୍ଷରୁ ବିଗତ ୧୨ ମାସରୁ ଅଧିକ ସମୟ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କିଣା ଖର୍ଚ୍ଚ ତୁଳନାରେ ତେଲ ଦରରେ ପରିବର୍ତ୍ତନ ହୋଇନାହିଁ। ଫଳରେ ଆମଦାନୀ ଖର୍ଚ୍ଚ ତୁଳନାରେ ଦାମ୍‌ ନ ବଢ଼ିବା କାରଣରୁ କମ୍ପାନୀଙ୍କୁ କ୍ଷତି ଉଠାଇବାକୁ ପଡ଼ିଛି ବୋଲି କୁହାଯାଉଛି। ସେହିପରି ଗତ କିଛି ମାସ ହେଲା ଅନ୍ତର୍ଜାତୀୟ ସ୍ତରରେ କଞ୍ଚା ତେଲର ଦାମ୍‌ କମିବା କାରଣରୁ କମ୍ପାନୀଙ୍କ ଉପରେ କିଛି ପରିମାଣର ଚାପ କମ୍‌ ରହିଛି, କିନ୍ତୁ ସେମାନେ ଗତଥର ହୋଇଥିବା କ୍ଷତିରୁ ଭରଣା ପାଇଁ ପେଟ୍ରୋଲ୍‌-ଡିଜେଲ ମୂଲ୍ୟରେ କୌଣସି କାଟ୍‌ କରିନାହାନ୍ତି।

ତେବେ ଉପରୋକ୍ତ ତୈଳ କମ୍ପାନୀଗୁଡିକର କ୍ଷତି ଭରଣା ପରେ ତେଲ ଦର ହ୍ରାସ କରିବାକୁ କମ୍ପାନୀମାନଙ୍କ ସହ ବିଚାରବିମର୍ଶ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ସେ କହିଛନ୍ତି, ଅନୁମାନ କରାଯାଉଛି ଯେ ‘କ୍ଷତି ଭରଣା ହେବା ପରେ ଦାମ୍‌ ହ୍ରାସ ହୋଇପାରେ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରେ କଞ୍ଚା ତେଲ ଦାମରେ ଆସିଥିବା ବୃଦ୍ଧି ପରେ ବି ତେଲ କମ୍ପାନୀ ପକ୍ଷରୁ ଖୁଚୁରା ଦାମରେ କୌଣସି ବୃଦ୍ଧି ହୋଇନାହିଁ। ଏପରିକି ଆମେ ତୈଳ କମ୍ପାନୀଙ୍କୁ ଦାମ୍‌ ସ୍ଥିର ରଖିବାକୁ କହିନଥିଲୁ, ହେଲେ ସେମାନେ ନିଜେ ହିଁ ନିଷ୍ପତ୍ତି ନେଇଥିଲେ ଅବଶ୍ୟ ଉଚ୍ଚ ଦାମରେ କଞ୍ଚା ତେଲ କିଣିବା ଦ୍ବାରା ଆମଦାନୀ ଖର୍ଚ୍ଚ ବଢ଼ିଥିଲା।

ବିଶେଷ କରି ୨୦୨୨ ଜୁନ୍‌ ଶେଷ ସୁଦ୍ଧା କମ୍ପାନୀଙ୍କୁ ୧ଲିଟର ପେଟ୍ରୋଲ ଉପରେ ୧୭.୪ ଟଙ୍କା ଏବଂ ଡିଜେଲ୍‌ ଉପରେ ୨୭.୨ ଟଙ୍କା ପ୍ରତି ଲିଟର କ୍ଷତି ଉଠାଇବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ ଆଇଓସିଏଏ,ବିପିସିଏଲ ଏବଂ ଏଚପିସିଏଲ ୨୦୨୨ ଏପ୍ରିଲ୍‌ ୬ ରେ ଶେଷ ଥର ପାଇଁ ଉଭୟ ପେଟ୍ରୋଲ, ଡିଜେଲର ଦାମରେ ସଂଶୋଧନ କରିଥିଲେ। ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସରେ ଉପରୋକ୍ତ କମ୍ପାନୀଗୁଡିକଙ୍କର ୨୧,୨୦୧.୧୮ କୋଟି ଟଙ୍କାର କ୍ଷତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?