‘ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକାରୀଙ୍କ ସକାରାତ୍ମକ ମନୋଭାବ ଜରୁରୀ’

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ଚଳିତ ବର୍ଷ ବାଣିଜ୍ୟ ମେଳା ହେବ ନାହିଁ। ମାତ୍ର ଆସନ୍ତା ମାର୍ଚ୍ଚ ୫ରୁ ୯ ତାରିଖ ମଧ୍ୟରେ ପ୍ରତି ଜିଲା ସ୍ତରରେ ଉଦ୍ୟୋଗ ସପ୍ତାହ ପାଳନ କରାଯିବ। ଏହି ଉପଲକ୍ଷେ ଜିଲା ସ୍ତରରେ ପ୍ରଦର୍ଶନୀ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲାରେ ହେଉଥିବା ବିଶେଷ ଉତ୍ପାଦଗୁଡ଼ିକର ପ୍ରଦର୍ଶନ, ଏଗୁଡ଼ିକର ପ୍ରକ୍ରିୟାକରଣ ଏବଂ ଏ ଧରଣର ଉଦ୍ୟୋଗ ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନଗୁଡ଼ିକ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଯିବ। ମଙ୍ଗଳବାର ଓ-ହବ୍‌ଠାରେ ଆୟୋଜିତ ଜିଲା ଶିଳ୍ପ କେନ୍ଦ୍ର ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କ ସମ୍ମିଳନୀରେ ଯୋଗଦେଇ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଯୁବବର୍ଗ ଚାକିରି ପଛରେ ନ ଗୋଡ଼ାଇ କିପରି ଅନ୍ୟକୁ ନିଯୁକ୍ତି ଦେବେ, ସେଥିପ୍ରତି ଆଗ୍ରହ ପ୍ରକାଶ କରିବାକୁ ହେବ। ବିଭାଗୀୟ ଅଧିକାରୀମାନେ ନିଜକୁ ବିଭାଗର ସମସ୍ତ ନୀତିନିୟମ ସହ ଅବଗତ କରାଇବା ଦରକାର। ଏଥିସହିତ ଅନ୍ୟାନ୍ୟ ବିଭାଗ ଦ୍ୱାରା ଶିଳ୍ପ ପ୍ରତିଷ୍ଠା ନିମନ୍ତେ କରାଯାଇଥିବା ନିୟମ ସମ୍ପର୍କରେ ଅବଗତ ହେବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ଏଥିପାଇଁ ପ୍ରତି ୪ ମାସରେ ଥରେ ଶିବିର ଆୟୋଜନ କରି ଏ ସମ୍ପର୍କରେ ତାଲିମ ପ୍ରଦାନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପ୍ରତି ବିଭାଗୀୟ ଅଧିକାରୀମାନଙ୍କ ସକାରାତ୍ମକ ମନୋଭାବ ପୋଷଣ ବର୍ତ୍ତମାନ ସମୟର ବଡ଼ ଆହ୍ବାନ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଉଥିବାରୁ ଏଥିପ୍ରତି ଯତ୍ନବାନ ରହିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ନିକଟରେ ରାଜ୍ୟ ସରକାର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଜରିଆରେ ଅନେକଗୁଡ଼ିଏ ସଂକଳ୍ପ ପାରିତ କରିଛନ୍ତି। ସେଗୁଡ଼ିକର ଅନୁପାଳନ ସକାଶେ ଆମକୁ ନିଜଆଡ଼ୁ ଆଗ୍ରହ ପ୍ରକାଶ କରିବାକୁ ହେବ। କେତେକ କ୍ଷେତ୍ରରେ ଏକପ୍ରକାର ଦସ୍ତାବିଜ ବାରମ୍ବାର ମଗାଯାଉଥିବା, ମଞ୍ଜୁରୀପ୍ରାପ୍ତ ଅର୍ଥ ପଇଠକୁ ବିଳମ୍ବ କରିବା, ନିର୍ଦ୍ଧାରିତ ଦିବସ ପରେ ପ୍ରାପ୍ତି ଦରଖାସ୍ତକୁ ନାକଚ କରିବା ଭଳି କେତେକ ପଦକ୍ଷେପ ଯୋଗୁ ଅନେକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଇଚ୍ଛୁକ ବ୍ୟକ୍ତି ହତୋତ୍ସାହ ହେଉଥିବା ପରିଲକ୍ଷିତ ହେଉଛି। ଅଯଥା ନୀତିନିୟମର ଦ୍ୱାହି ଦେଇ କାର୍ଯ୍ୟରେ ବାଧା ଉପୁଜାଇବା ପରିବର୍ତ୍ତେ କାର୍ଯ୍ୟଟି ଅନାୟାସରେ କିପରି ହୋଇପାରିବ ସେଥି ନିମନ୍ତେ ଶିଳ୍ପ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ସହଯୋଗ ପ୍ରଦାନ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ ବିଭାଗର କେତେକ ନିୟମ କାର୍ଯ୍ୟ ସମ୍ପାଦନରେ ଯଦି ଅସୁବିଧା ସୃଷ୍ଟି କରୁଥାଏ, ତେବେ ସେ କ୍ଷେତ୍ରରେ ନିୟମର ସଂଶୋଧନ ପାଇଁ କ୍ଷେତ୍ର ଅଧିକାରୀମାନେ ପରାମର୍ଶ ଦେଇପାରିବେ। ନିୟମର ଆଳ ଦେଖାଇ କୌଣସି କାର୍ଯ୍ୟକୁ ଅଯଥା ବିଳମ୍ବ କରିବା ଅଥବା ବାତିଲ ନ କରିବାକୁ ପରାମର୍ଶ ଦେଇଛନ୍ତି।
ଚଳିତ ବର୍ଷ ବାଣିଜ୍ୟ ମେଳା ହେବନାହିଁ,କିନ୍ତୁ ଆସନ୍ତା ମାର୍ଚ୍ଚ ୫ରୁ ୯ ତାରିଖ ମଧ୍ୟରେ ପ୍ରତି ଜିଲ୍ଲାସ୍ତରରେ ଉଦ୍ୟୋଗ ସପ୍ତାହ ପାଳନ କରାଯିବ। ଏହି ଉପଲକ୍ଷେ ଜିଲ୍ଲାସ୍ତରରେ ପ୍ରଦର୍ଶନୀ ଆୟୋଜନ କରାଯିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ହେଉଥିବା ବିଶେଷ ଉତ୍ପାଦଗୁଡ଼ିକର ପ୍ରଦର୍ଶନ, ଏ ଗୁଡ଼ିକର ପ୍ରକ୍ରିୟାକରଣ ଏବଂ ଏ ଧରଣର ଉଦ୍ୟୋଗ ପାଇଁ ସରକାରୀ ପ୍ରୋତ୍ସାହନଗୁଡ଼ିକ ସଞ୍ଚନ୍ଧରେ ଏହି ମେଳାରେ ଜନସାଧାରଣଙ୍କୁ ଅବଗତ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ବିଶେଷ ଭାବେ ସ୍କୁଲ, କଲେଜ, ଆଇଟିଆଇ ପ୍ରଭୃତିର ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷମାନଙ୍କୁ ପତ୍ରାଳାପ କରି ଛାତ୍ରୀଛ୍ରାତ୍ର ଏହି ପ୍ରଦର୍ଶନୀ ବୁଲି ଦେଖିବା ପାଇଁ ବ୍ୟବସ୍ଥା କଲେ ଏହା ଯୁବପିଢ଼ିଙ୍କୁ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ଦିଗରେ ନୂତନ ଉତ୍ସାହ ଭରିଦେବ।
ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଜିଲାର ଜିଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ-ଆଞ୍ଚଳିକ ସାଧାରଣ ପରିଚାଳକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଏମ୍‌ଏସ୍‌ଏମ୍‌ଇର ସ୍ବତନ୍ତ୍ର ସଚିବ ବିଭୂତି ଭୂଷଣ ଦାସ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ, ଡିଇପିଏମ୍‌ ଦିଲୀପ କୁମାର ସାହୁ, ଅତିରିକ୍ତ ସଚିବ ରାଜଶ୍ରୀ ସିଂ, ମାନସୀ ମାନ୍‌ଧାତା, ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ଏସ୍‌.ଏନ୍‌. ହୋତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri