ଧାନତଳି କିଆରିରେ ରାଷ୍ଟ୍ରପତିଙ୍କ ଚିତ୍ର

ଭବାନୀପାଟଣା,୧୧।୨(ଉତ୍ତମ କୁମାର ଦାଶ)ଧାନତଳି କିଆରିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚିତ୍ର କରି ଚର୍ଚ୍ଚାରେ ଏବେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣରଞ୍ଜନ ବେହେରା। ଭାରତୀୟ ରାଜନୈତିକ ପଟ୍ଟଚିତ୍ରରେ ଦିନେ ଭୋକର ଭୂଗୋଳ ପାଲଟିଥିବା କଳାହାଣ୍ଡି ଜିଲା ଆଜି ଚାଷ ଓ ଚାଷୀଙ୍କୁ ନେଇ ବେଶ ଗର୍ବିତ। କୃଷି ଓ ମତ୍ସ୍ୟଚାଷ ପାଇଁ ସମଗ୍ର ଭାରତ ବର୍ଷ ପାଇଁ ଉଦାହରଣ ପାଲଟିଛି କଳାହାଣ୍ଡି। ଏହି ସମୟରେ ଯୁବ ଚାଷୀ ବେହେରା ଉନ୍ନତ କିସମର ଧାନଚାଷ କରି ଲାଭବାନ ହେବା ସହ ଧାନତଳିରେ ବିଭିନ୍ନ ପ୍ରକାର ଜାତୀୟ ବାର୍ତ୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଚଳିତବର୍ଷ ମଧ୍ୟ ନିଜ ଚାଷ ଜମିରେ ତଳି ମାଧ୍ୟମରେ ରାଷ୍ଟ୍ରପତିଙ୍କ ପ୍ରତିଛବିକୁ ଆଙ୍କିବାର ପ୍ରୟାସ କରିଛନ୍ତି। ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାରେ ପ୍ରତୀୟମାନ ହେଉଥିବା ବେଳେ ଜଣେ ସାଧାରଣ ଚାଷୀ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଅଭିନ ଉଦ୍ୟମ କରି ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି। ତଳିରେ ତ୍ରିରଙ୍ଗାର ରଙ୍ଗ ମଧ୍ୟରେ ରାଷ୍ଟ୍ରପତିଙ୍କୁ ସ୍ଥାନ ଦେଇ ଏକ ସୁନ୍ଦର କୃତି କରିବାରେ ସଫଳ ହୋଇଛନ୍ତି। ଗତବର୍ଷ ମଧ୍ୟ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଭାରତ ମାନଚିତ୍ର ତିନି ରଙ୍ଗରେ ରଙ୍ଗାୟିତ କରି ମଧ୍ୟସ୍ଥଳରେ ୭୫ ଆଙ୍କିଥିବା କୃତି ଦେଶ ବିଦେଶରେ ଚହଳ ପକାଇଥିଲା।
ପ୍ରକାଶ ଯେ, ୨୦୧୨ରୁ ପ୍ରାଣରଞ୍ଜନ ବେହେରା ବିଭିନ୍ନ ସମସାମୟିକ ଚର୍ଚ୍ଚିତ ପ୍ରସଂଗକୁ ତଳି କିଆରୀରେ ସ୍ଥାନ ଦେଇ ସଚେତନତା ସୃଷ୍ଟି କରିବା ଅନନ୍ୟ ଉଦାହରଣ ପ୍ରଦାନ କରିଛନ୍ତି। ତନ୍ମଧ୍ୟରୁ ‘ସେଭ ଓ ମେନ ସେଭ ନେଶନ’, ସେଭ ଗାର୍ଲ ଚାଇଲ୍ଡ ସେଭ ମଦର, ସ୍ବଚ୍ଛ ଭାରତ ଉପରେ‘ଟୁ ଗେଦର ଉଇ କେନ’ ଶିକ୍ଷା ଉପରେ ଏଜୁକେସନ ଫର ଅଲ, ୩୭୦ ଧାରା ଉଚ୍ଛେଦ ଉପରେ ୱାନ ଫ୍ଲାଗ ୱାନ ନେଶନ-ୱାନ କଣ୍ଟିଚ୍ୟୁଶନ ଇତ୍ୟାଦି ବିଶେଷ ଆଦୃତ ହୋଇଥିଲା। ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ତଥା ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଚାଷୀ ପ୍ରାଣରଞ୍ଜନ ବେହେରା ଜୈବିକ ପ୍ରଣାଳୀରେ ଚାଷ କରି ସ୍ବଳ୍ପ ଖର୍ଚ୍ଚରେ ରେକର୍ଡ ଧାନ ଉତ୍ପାଦନ କରି ଦୃଷ୍ଟାନ୍ତ ପାଲଟିବା ସହ ନିଜ ଫାର୍ମ ହାଉସରେ ଅନ୍ୟାନ୍ୟ ଫସଲ ମଧ୍ୟ କରିବାରେ ସମର୍ଥ ହୋଇଛନ୍ତି। ଏକାଧାରରେ ଜଣେ ସଫଳ ଚାଷୀ, ସୁଲେଖକ ଓ ସାମାଜିକ କର୍ମୀ ଭାବେ ବିଭିନ୍ନ ଜିଲା, ରାଜ୍ୟସ୍ତରୀୟ ତଥା ରାଷ୍ଟ୍ରୀୟ ପୁରସ୍କାର ପାଇବାରେ ସକ୍ଷମ ହୋଇପାରିଛନ୍ତି। ଜଣେ ସାଧାରଣ ଓଡ଼ିଆ ଚାଷୀ ଭାବେ ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ମୁଖ୍ୟ ଜଣେ ଓଡ଼ିଆ ମହିଳାଙ୍କୁ ସମ୍ମାନ ଜଣାଇ ଏହି କୃତି କରିଥିବା ପ୍ରାଣରଞ୍ଜନ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri