ପାରାଦୀପ ବନ୍ଦର ହେବ ବିଶ୍ୱସ୍ତରୀୟ

ନୂଆଦିଲ୍ଲୀ,୩୧।୧୨: ପାରାଦୀପ ବନ୍ଦରରେ ଓ୍ବେଷ୍ଟର୍ନ ଡକ୍‌(ପୋତାଶ୍ରୟ) ପ୍ରକଳ୍ପ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ସମେତ ବନ୍ଦର ମଧ୍ୟରେ ଆଭ୍ୟନ୍ତରୀଣ ସୁବିଧାକୁ ବଢ଼ାଇବା ନେଇ ମଧ୍ୟ ଯୋଜନା ଧାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ବୁଧବାର ମଞ୍ଜୁରୀ ମିଳିଛି। ଉକ୍ତ ପ୍ରକଳ୍ପ ଲାଗି ମୋଟ ୩ ହଜାର ୪ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରକଳ୍ପ ସରକାରୀ ବେସରକାରୀ ସହଯୋଗ(ପିପିପି) ଭିତ୍ତିରେ ହେବ ବୋଲି ସୂଚନା ମିଳିଛି।
ପୂର୍ବୋଦୟ ମିଶନରେ ପୂର୍ବ ଭାରତର ବିକାଶକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଦିଗରେ ମଧ୍ୟ ଏହା ଯୋଗଦାନ ରଖିବ। ପ୍ରସ୍ତାବିତ ପ୍ରକଳ୍ପର ମୋଟ ୧ ହଜାର ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ବନ୍ଦର ମାଧ୍ୟମରେ ବାର୍ଷିକ କାରବାର ୧୭୦ ନିୟୁତ ଟନ୍‌ ଅତିକ୍ରମ କରିବା ନେଇ ଆଶା କରାଯାଉଛି। ନୂଆ ପ୍ରକଳ୍ପ ମାଧ୍ୟମରେ ବନ୍ଦରର ପାରିପାର୍ଶ୍ୱିକ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାର୍ଷିକ ୨୫ ନିୟୁତ ଟନ୍‌ କ୍ଷମତା ସୃଷ୍ଟି କରିବାକୁ ଯୋଜନା ରଖାଯାଇଛି। ଦେଶର ପ୍ରମୁଖ ବନ୍ଦରଗୁଡ଼ିକରେ ବଡ ଜାହାଜ ପରିଚାଳନା ଲାଗି ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ରହିଛି। କମ୍‌ ସମୟ ମଧ୍ୟରେ ବଡ ଜାହାଜର ଆବଶ୍ୟକତା ରହିଥିବା ବେଳେ ଏହି ବର୍ଗର ଜାହାଜ ପାରାଦୀପ ବନ୍ଦରରେ ଲାଗିବାରେ ସମସ୍ୟା ଉପୁଜୁଛି। ବଡ ଜାହାଜ ପାଇଁ ଭାରତକୁ ବଡ ବନ୍ଦର ଏବଂ ଡକ୍‌ର ଆବଶ୍ୟକତା ରହିଛି। ବର୍ତ୍ତମାନର ପ୍ରସ୍ତାବିତ ଓ୍ବେଷ୍ଟର୍ନ ଡକ୍‌ କାର୍ଯ୍ୟକ୍ଷମ ହେଲେ ପାରାଦୀପ ବନ୍ଦରରେ ବଡ ଜାହାଜ ଲାଗିବାରେ ସୁବିଧା ହେବ।
ଏହି ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଫଳରେ ବଡ଼ ଜାହାଜ ଆସିବା ନେଇ ଯେଉଁ ସମସ୍ୟା ଉପୁଜୁଥିଲା ତାହା ଦୂର ହୋଇପାରିବ। ସୂଚନାଯୋଗ୍ୟ, ପାରାଦୀପ ବନ୍ଦରର ବାଣିଜି୍ୟକ କାରବାର ଏବେ ୧୧୨ ନିୟୁତ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଧନ୍ୟବାଦ ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପାରାଦୀପ ବନ୍ଦରର ଆଧୁନିକୀକରଣ ଏବଂ ବିଶ୍ୱସ୍ତରୀୟ ବନ୍ଦର ସ୍ଥାପନ ଯୋଜନା ଲାଗି କେନ୍ଦ୍ର ସରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ପୂର୍ବୋଦୟ ଭାରତ ବିକାଶ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ସେହିଭଳି ଦେଶର ପ୍ରଥମ ଜେନେରେଶନ ଇଥାନଲ ଉତ୍ପାଦନ ବୃଦ୍ଧି କରାଯିବା ନେଇ ସଂଶୋଧିତ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ପ୍ରଧାନ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?