Posted inଜାତୀୟ

ପର୍ନୋଗ୍ରାଫି ବନାମ ଏରୋଟିକା

ମୁମ୍ବାଇ/ନୂଆଦିଲ୍ଲୀ,୨୬ା୭: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିଜ୍‌ନେସମ୍ୟାନ ସ୍ବାମୀ ରାଜ କୁନ୍ଦ୍ରା ପର୍ନୋଗ୍ରାଫି ପ୍ରଯୋଜନା ମାମଲାରେ ଗିରଫ ହେବା ପରଠୁ କେବଳ ବଲିଉଡ୍‌ ନୁହେଁ, ବରଂ ସାରା ଦେଶରେ ସୃଷ୍ଟି ହୋଇଛି ହଇଚଇ। ଏହି ମାମଲାରେ ଅଦ୍ୟାବଧି ୧୧ ଜଣଙ୍କୁ ଗିରଫ କଲାଣି ମୁମ୍ବାଇ ପୋଲିସ। କୁନ୍ଦ୍ରାଙ୍କ ହାଜତ ମିଆଦ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିବାବେଳେ ଆଗକୁ ସେ ଏହି କଳଙ୍କ ନିଜ ମୁହଁରୁ କିପରି ପୋଛିବେ ତାହା ସମୟ କହିବ। ତେବେ ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଶିଳ୍ପା କହିଛନ୍ତି କୁନ୍ଦ୍ରା ‘ପର୍ନ ସିନେମା’ ତିଆରି କରୁ ନ ଥିଲେ। ସେ କେବଳ ‘ଏରୋଟିକ୍‌’ ଦୃଶ୍ୟ ଥିବା ସିନେମା ପ୍ରସ୍ତୁତ କରୁଥିଲେ। ଅଭିନେତ୍ରୀଙ୍କ ଏହି ଯୁକ୍ତି ପରେ ଭାରତରେ ‘ପର୍ନୋଗ୍ରାଫି’ ଏବଂ ‘ଏରୋଟିକା’ ଶବ୍ଦକୁ ନେଇ ଚାଲିଛି ତର୍ଜମା ଓ ବିଶ୍ଳେଷଣ। ଏସବୁ ଭିତରେ କୁନ୍ଦ୍ରାଙ୍କ ପ୍ରୋଜେକ୍ଟରେ ଏକାଧିକ ଓଡ଼ିଆ କଳାକାରଙ୍କ ସମ୍ପୃକ୍ତି ରାଜ୍ୟବାସୀଙ୍କ ମନରେ କୌତୂହଳ ସୃଷ୍ଟି କରିଛି।

କିପରି ବଢ଼ିଲା

୨୦୧୩ରେ ଇନ୍ଦୋରର ଆଇନଜୀବୀ କମଳେଶ ବାସଓ୍ବାନି ପର୍ନ ଓ୍ବେ୍‌ବ୍‌ସାଇଟ୍‌ଗୁଡ଼ିକୁ ନିଷିଦ୍ଧ ଘୋଷଣା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦେଶରେ ୪ କୋଟି ଆଡଲ୍ଟ ଓ୍ବେବ୍‌ସାଇଟ୍‌ ଚାଲିଥିବା ନେଇ ସେ ଦାଏର କରିଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ରେ ଦର୍ଶାଇଥିଲେ। ଏନେଇ କେନ୍ଦ୍ର ସରକାର ଶୀର୍ଷ ଅଦାଲତରେ ଜବାବ ଦାଖଲ କରିଥିଲେ। ଟେଲି ଯୋଗାଯୋଗ ବିଭାଗ ପର୍ନ ଓ୍ବେବ୍‌ସାଇଟ୍‌ଗୁଡ଼ିକ ନୈତିକତା ଓ ଶିଷ୍ଟତା ଉଲ୍ଲଂଘନ କରୁଥିବା ଦର୍ଶାଇ ଏକ ନିର୍ଦ୍ଦେଶନାମା ଜାରି କରିଥିଲା। ଇଣ୍ଟରନେଟ୍‌ ସର୍ଭିସ୍‌ ପ୍ରୋଭାଇଡରମାନେ ୮୫୭ଟି ପର୍ନୋଗ୍ରାଫିକ୍‌ ଓ୍ବେବ୍‌ସାଇଟ୍‌ ଉପରେ ରୋକ୍‌ ଲଗାନ୍ତୁ ବୋଲି ଏଥିରେ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୫ ଜୁଲାଇରେ ସୁପ୍ରିମକୋର୍ଟ କହିଥିଲେ ଯେ, ସାବାଳକମାନଙ୍କୁ ଏଥିରୁ ନିବୃତ୍ତ ରଖାଯାଇପାରିବ ନାହିଁ। ଜଣେ ୧୮ କିମ୍ବା ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତି ନିଜ ରୁମ୍‌ରେ ବ୍ୟକ୍ତିଗତ ଭାବେ ପର୍ନ ଦେଖିପାରିବେ। ସମ୍ବିଧାନର ଅନୁଚ୍ଛେଦ ୧୯(୨) ଅନୁସାରେ ଏହା ତାଙ୍କର ବ୍ୟକ୍ତିଗତ ସ୍ବାଧୀନତାର ମୌଳିକ ଅଧିକାର। କିଛି ଦିନ ପରେ ସରକାର ଏହି କଟକଣାକୁ ସାମୟିକ ବୋଲି ସ୍ପଷ୍ଟୀକରଣ ଦେଇଥିଲେ। ଏହାର ୩ ବର୍ଷ ପରେ ଅର୍ଥାତ୍‌ ୨୦୧୮ ଅକ୍ଟୋବର ୨୭ରେ କେନ୍ଦ୍ର ସରକାର ପର୍ନୋଗ୍ରାଫିକୁ ନିଷିଦ୍ଧ ଘୋଷଣା କରିଥିଲେ। ପୂର୍ବରୁ କେତେକ ଓ୍ବେବ୍‌ସାଇଟ୍‌ରେ ଲୁଚାଛପାରେ ପର୍ନ କଣ୍ଟେଣ୍ଟ ଦେଖାଯାଉଥିଲା। କିନ୍ତୁ ଏହି କଟକଣା ପରେ ଏଭଳି ଫିଲ୍ମ ଭିନ୍ନ ବ୍ୟବସାୟର ରୂପ ନେଇଥିଲା। ରାତାରାତି ବିପୁଳ ଅର୍ଥ ଉପାର୍ଜନ କରିବାକୁ ଚାହୁଁଥିବା ବ୍ୟବସାୟୀମାନେ ଆପ୍‌ ତିଆରି କରି ବିଧିବଦ୍ଧ ଭାବେ ପର୍ନ ସିନେମା ଛାଡ଼ିବାରେ ଲାଗିଲେ। ଭର୍ଚୁଆଲ ପ୍ରାଇଭେଟ ନେଟ୍‌ଓ୍ବର୍କ (ଭିପିଏନ୍‌) ବା ମିରର୍‌ ସାଇଟ୍‌ର ଏହି ଧାରା ଅଦ୍ୟାବଧି ଜାରି ରହିଛି, ଯାହା ରାଜ କୁନ୍ଦ୍ରା ଧରାପଡ଼ିବା ପରେ ଖୋଲାଖୋଲି ଭାବେ ଲୋକଲୋଚନକୁ ଆସିଛି। ପର୍ନ ବ୍ୟାନ୍‌ ପରେ ଆଗ୍ରହୀ ଦର୍ଶକ ନିଜ ଦୃଶ୍ୟଶ୍ରାବ୍ୟ କାମନା ଚରିତାର୍ଥ କରିବା ପାଇଁ ଏହାର ବହୁଳ ବ୍ୟବହାର କରୁଥିବା କୁହାଯାଉଛି।

କ’ଣ କହୁଛି ଆଇନ

ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୨୯୩ ଓ ୨୯୪ ଅନୁସାରେ ଅଶ୍ଳୀଳ ସାମଗ୍ରୀ ବିକ୍ରି, ବିତରଣ ଓ ପ୍ରସାରଣ ବେଆଇନ ଏବଂ ଅପରାଧ ପଦବାଚ୍ୟ। ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ-୨୦୦୦ର ଧାରା ୬୭ ଅନୁସାରେ ଏପରି ଅପରାଧ କଲେ ୩ ବର୍ଷ ଜେଲ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରିବ। ସେହିପରି ଇନ୍‌ଡିସେଣ୍ଟ ରିପ୍ରେଜେଣ୍ଟେଶନ ଅଫ୍‌ ଓମେନ୍‌ (ପ୍ରୋହିବିଶନ) ଆକ୍ଟ-୧୯୮୬ ଏବଂ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ-୨୦୧୨ର ଧାରା ୧୫ ଅନୁସାରେ ଦେଶରେ ପର୍ନ ସିନେମା ତିଆରି କରିବା ଏକ ଦଣ୍ଡନୀୟ ଅପରାଧ। ତେବେ ବ୍ୟକ୍ତିଗତ ଭାବେ ଅଶ୍ଳୀଳ ଚିତ୍ର ଉପଭୋଗ କରିବାକୁ ଭାରତରେ ବେଆଇନ କରାଯାଇ ନାହିଁ।

ପର୍ନୋଗ୍ରାଫିକୁ ଅନେକ ସମୟରେ ଏରୋଟିକା ଅଭିହିତ କରି ଏହାର ଯଥାର୍ଥତା ପ୍ରତିପାଦିତ କରିବାକୁ ଉଦ୍ୟମ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏହି ଦୁଇ ଶବ୍ଦ ମଧ୍ୟରେ ବଡ଼ ଫରକ ରହିଛି। ଅକ୍ସଫୋର୍ଡ ଡିକ୍ସିନାରି ଅନୁସାରେ ପର୍ନୋଗ୍ରାଫିର ଅର୍ଥ ହେଉଛି ମାଗାଜିନ, ଡିଭିଡି, ଓ୍ବେବ୍‌ସାଇଟ୍‌ ଆଦିରେ ନଗ୍ନ ଓ ଯୌନକ୍ରିୟା ପ୍ରଦର୍ଶନ, ଯାହା ଜରିଆରେ ଦର୍ଶକଙ୍କ ମନରେ କାମୋଦ୍ଦୀପନା ସୃଷ୍ଟି ହୋଇଥାଏ। ଏହାକୁ ଅନେକେ ଆପତ୍ତିଜନକ ବୋଲି ବିବେଚନା କରିଥାନ୍ତି। ସେହିପରି ଏରୋଟିକାର ଅର୍ଥ ହେଉଛି ସାହିତ୍ୟ ବା ମନୋରଞ୍ଜନରେ ଅଶ୍ଳୀଳତା। ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଗ୍ରୀକ୍‌ର ଏରୋଟିକା ଶବ୍ଦରୁ ଏହାର ଉତ୍ପତ୍ତି। ଅନ୍ୟପକ୍ଷେ ଓ୍ବେବ୍‌ଷ୍ଟର ଡିକ୍ସିନାରି ଅନୁସାରେ ପର୍ନୋଗ୍ରାଫିର ଅର୍ଥ ହେଉଛି ଯୌନ ଉତ୍ତେଜନା ସୃଷ୍ଟି ଉଦ୍ଦେଶ୍ୟରେ କାମୋଦ୍ଦୀପକ ବ୍ୟବହାର (ଫଟୋ ବା ଲେଖାରେ) ପ୍ରଦର୍ଶନ। ଏରୋଟିକ୍‌ ଭାବ ଦର୍ଶାଉଥିବା ବହି ବା ଫଟୋ ଏଥିରେ ଅନ୍ତର୍ଭୁକ୍ତ। ଏହି ଶବ୍ଦକୋଷ ମଧ୍ୟ ସାହିତି୍ୟକ ବା କଳାତ୍ମକ ଅଭିବ୍ୟକ୍ତିରେ ଅଶ୍ଳୀଳତାର ବ୍ୟବହାରକୁ ଏରୋଟିକା ବୋଲି ଉଲ୍ଲେଖ କରିଛି, ଯହିଁରେ ଫଟୋ ଓ ଶ୍ରାବ୍ୟ ଅନ୍ତର୍ଭୁକ୍ତ।

ଲକ୍‌ଡାଉନ୍‌ ପ୍ରଭାବ

କରୋନା ମହାମାରୀ ଆସିବା ପରେ ୨୦୨୦ ମାର୍ଚ୍ଚରେ ଦେଶରେ ଲକ୍‌ଡାଉନ ଜାରି କରାଯାଇଥିଲା। ଏଥିଯୋଗୁ ଅନେକ ଶିଳ୍ପରେ ତାଲା ପଡ଼ିବା ସହ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିଲା। ଏଥିରୁ ମାୟାନଗରୀ ମୁମ୍ବାଇ ବାଦ୍‌ ପଡ଼ି ନ ଥିଲା। ଫିଲ୍ମ ଶୁଟିଂ ଓ ରିଲିଜ୍‌ ବନ୍ଦ ହୋଇଯିବା ପରେ ଲୁଚାଛପାରେ ଅନେକ ସିନେମା ତିଆରି ଚାଲିଥିଲା। ସେଥିରୁ ଅଧିକାଂଶ ଅଶ୍ଳୀଳ ଚଳଚ୍ଚିତ୍ର ଥିଲା। ଭଲ ଫିଲ୍ମରେ ଅଭିନୟର ସୁଯୋଗ ନ ପାଇ ଅନେକ ନବାଗତ ‘ବି’ ଗ୍ରେଡ୍‌ର ସିନେମାରେ ଅଭିନୟ କରିବାରେ ଲାଗିଲେ। ମୁମ୍ବାଇ ଓ ଗୋଆ ସମେତ ଦେଶର ଅନ୍ୟ କେତେକ ଭାଗରେ ସେଗୁଡ଼ିକ ନିର୍ମାଣ କରାଯାଉଥିଲା। ଦର୍ଶକ ମୁଖ୍ୟସ୍ରୋତର ଫିଲ୍ମ ଦେଖିବାରୁ ବଞ୍ଚତ୍ତ ହେବା ପରେ ପର୍ନ ଫିଲ୍ମ ଅନେକଙ୍କ ପାଇଁ ମନୋରଞ୍ଜନର ମାଧ୍ୟମ ପାଲଟିଯାଇଥିଲା। ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମରେ ଛତୁ ଫୁଟିଲା ଭଳି ଆପ୍‌ଗୁଡ଼ିକ ସଫ୍ଟ ପର୍ନ, ବୋଲ୍ଡ ଫିଲ୍ମ ଓ ପୋଣ୍ଡିଜ୍‌ ଏଭଳି ଅନେକ ଫିଲ୍ମ ପ୍ରସାର କରିବାରେ ଲାଗିଲେ। ଇତିମଧ୍ୟରେ ଏହି କାରବାର ୩,୫୦୦ କୋଟି ଟଙ୍କା ଛୁଇଁଥିବା ଏକ ଆକଳନରୁ ଜଣାପଡ଼ିଛି। ଅନ୍ୟପକ୍ଷେ ରାଜ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଶାର ସେକ୍ସପିୟର ତ୍ରିପାଠୀଙ୍କ ଭଳି କେତେଜଣ କଳାକାର ଅଭିନୟ କରିଥିବା ସାମ୍ନାକୁ ଆସିଛି। କୁନ୍ଦ୍ରାଙ୍କ ହଟ୍‌ଶଟ୍‌ସ ଆପ୍‌ରେ ପ୍ରସାରିତ ପେଜ୍‌-ଥ୍ରୀ ଏବଂ ସୁଲତାନ୍‌ରେ ସେକ୍ସପିୟର ଅଭିନୟ କରିଥିବା ନିଜେ ସ୍ବୀକାର କରିଛନ୍ତି।

ସାକ୍ଷ୍ୟ ଦେବେ ୪ କର୍ମଚାରୀ

ଅଶ୍ଳୀଳ ଫିଲ୍କ ପ୍ରସ୍ତୁତ କରି ବିଭିନ୍ନ ଆପ୍‌ ଜରିଆରେ ତାହାକୁ ରିଲିଜ୍‌ କରାଉଥିବା ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ବିରୋଧରେ ତାଙ୍କ କମ୍ପାନୀର ୪ ଜଣ କର୍ମଚାରୀ ସାକ୍ଷ୍ୟ ଦେବେ। ଏହାକୁ ନେଇ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିପାରେ। ୪ କର୍ମଚାରୀଙ୍କ ସାକ୍ଷ୍ୟ କୁନ୍ଦ୍ରାଙ୍କ ମାମଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କୁନ୍ଦ୍ରା ତଦନ୍ତରେ ସହଯୋଗ କରୁ ନ ଥିବାରୁ ସମ୍ପୃକ୍ତ ୪ ଜଣଙ୍କଠାରୁ ଅଧିକ ତଥ୍ୟ ହାସଲ କରାଯିବ। କିପରି ପର୍ନ ର଼୍ୟାକେଟ ଚାଲୁଥିଲା, ଏହାର ବିଜ୍‌ନେସ୍‌ ଡିଲ୍‌, ଆର୍ଥତ୍କ କାରବାର ବାବଦରେ ସେମାନଙ୍କୁ ପଚରାଉଚରା କରାଯିବ। ଖୁବଶୀଘ୍ର ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ସେମାନଙ୍କ ବୟାନ ରେକର୍ଡ କରାଯିବ ବୋଲି ପୋଲିସ କହିଛି।

ସବୁ ଝିଅଙ୍କ ନଁ । କହିବି

ରାଜ କୁନ୍ଦ୍ରାଙ୍କ ଫିଲ୍ମ ‘ଗନ୍ଦୀ ବାତ୍‌’ର ଅଭିନେତ୍ରୀ ଗେହନା ବଶିଷ୍ଠ ଓ ଅନ୍ୟ ୨ ଜଣଙ୍କୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା ପାଇଁ ଫୋନ୍‌ରେ ଡାକିଥିଲା। ସମନ ସତ୍ତ୍ୱେ ରବିବାର ସେମାନେ ପୋଲିସ ନିକଟରେ ହାଜର ହୋଇନାହାନ୍ତି। ଗେହନା କହିଛନ୍ତି, ସେ ମୁମ୍ବାଇ ବାହାରେ ଥିବାରୁ କୋଭିଡ୍‌ ପ୍ରୋଟୋକଲ ଅନୁସାରେ ଆର୍‌ଟିପିସିଆର୍‌ ଟେଷ୍ଟ କରିପାରି ନାହାନ୍ତି। ଏଥିଯୋଗୁ ଟିକେଟ କରିପାରି ନ ଥିବାରୁ ହାଜର ହୋଇପାରି ନାହାନ୍ତି। ତାଙ୍କର ଅନେକ କିଛି ପ୍ରଘଟ କରିବାର ଅଛି। କୁନ୍ଦ୍ରାଙ୍କ ପର୍ନ ଫିଲ୍ମଗୁଡ଼ିକରେ ଯେତେ ଝିଅ କାମ କରିଛନ୍ତି ସମସ୍ତଙ୍କ ନାମ ପୋଲିସ ଆଗରେ କହିବେ। ତେବେ ପୋଲିସ ତାଙ୍କୁ ଗିରଫ କରିବ ନାହିଁ ବୋଲି ସେ କହିଛନ୍ତି। ପ୍ରକାଶ ଯେ, କୁନ୍ଦ୍ରାଙ୍କ ଗିରଫଦାରି ପରେ ତାଙ୍କ ଆପ୍ଲିକେଶନ ହଟ୍‌ଶଟ୍‌ସ ପାଇଁ ନିର୍ମିତ ୩ଟି ଫିଲ୍କରେ କାମ କରିଥିବା ଗେହନା ଏକ ଭିଡିଓରେ କହିଥିଲେ ଯେ, କାମୋତ୍ତେଜକ ବା ଏରୋଟିକ୍‌ ବିଷୟବସ୍ତୁ ପର୍ନୋଗ୍ରାଫିଠାରୁ ସମ୍ପୂର୍ଣ୍ଣ ଅଲଗା।

ଜେରାବେଳେ କାନ୍ଦିଲେ ଶିଳ୍ପା

 

ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଶନିବାର ରାଜ କୁନ୍ଦ୍ରାଙ୍କ ଓ୍ବେଷ୍ଟ୍‌ ଅନ୍ଧେରୀସ୍ଥିତ ‘ଭିଆନ’ ଅଫିସ୍‌ରେ ଚଢ଼ାଉ କରିବା ସହ ଶିଳ୍ପା ସେଟ୍ଟୀଙ୍କୁ ପଚରାଉଚରା କରିଛି। ଶିଳ୍ପାଙ୍କ ଘରେ ଚଢ଼ାଉବେଳେ କୁନ୍ଦ୍ରାଙ୍କୁ ପୋଲିସ ଟିମ୍‌ ସେଠାକୁ ନେଇଥିଲା। ଶିଳ୍ପା ପୋଲିସ ସମ୍ମୁଖରେ କୁନ୍ଦ୍ରାଙ୍କ ସହ ଯୁକ୍ତିତର୍କ କରିବା ସହ କାନ୍ଦି ପକାଇଥିଲେ। ଏଥିସହ ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନ ଥିବା ଏବଂ ରାଜ କୁନ୍ଦ୍ରାଙ୍କ ଆପ୍‌ ବିଷୟରେ ସେ କିଛି ଜାଣି ନ ଥିବା ଶିଳ୍ପା ପୋଲିସକୁ ବୟାନ ଦେଇଛନ୍ତି। ପୋଲିସର କହିବା ହେଲା, କୁନ୍ଦ୍ରା ହଟ୍‌ଶଟ୍‌ସ ନାମରେ ଏକ ମୋବାଇଲ୍‌ ଆପ୍‌ ବିକଶିତ କରିଥିଲେ। ଏଥିରେ ସେ ପର୍ନୋଗ୍ରାଫିକ୍‌ ଫିଲ୍ମ ପ୍ରସାର କରୁଥିଲେ। ଉକ୍ତ ଆପ୍‌କୁ ସବ୍‌ସ୍କ୍ରାଇବ୍‌ କରି ଦର୍ଶକ କାମୋଦ୍ଦୀପକ ସିନେମା ଦେଖୁଥିଲେ। ଏଭଳି ସିନେମାରୁ କୁନ୍ଦ୍ରା କୋଟି କୋଟି ଟଙ୍କା ଆୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri