ନୀଳାଚଳ କୋଇଲା କାରଖାନା ଯୋଗୁ ବଢୁଛି ପ୍ରଦୂଷଣ

ଜେନାପୁର,୨୧ା୬(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ତହସିଲ ସହାଣୀଡିହ ପଞ୍ଚାୟତ ଅଧୀନ ବାରମାଣ ମୁଣ୍ଡାସାହି ଗ୍ରାମ ନିକଟରେ ଦୀର୍ଘବର୍ଷ ହେବ ନୀଳଚଳ କୋଇଲା କାରଖାନା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଛି ା ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରୁଛି ା କାରଖାନାରୁ ବାହାରୁ ଥିବା ଗରମ କୋଇଲା ଧୂଆଁ ଓ ଗୁଣ୍ଡ ଉଡ଼ି ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି । ଏହି କାରଖାନା ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରିବା ସହ ପରିବେଶ ମଞ୍ଜୁରୀ ନ ଥାଇ ଚାଲିଛି ା ହେଲେ ପ୍ରଶାସନ ନାନା ଅଭିଯୋଗ ପାଇଲେ ମଧ୍ୟ ଚୁପ୍‌ ବସିଛି। ଶ୍ରମିକମାନଙ୍କୁ କାରଖାନାରେ କାମ କରିବାକୁ ପଞ୍ଜିକରଣ କରିବାକୁ ନିୟମ ରହିଥିବା ବେଳେ ଏହି କାରଖାନାରେ ବିନା ପଞ୍ଜିକରଣରେ ଶ୍ରମିକମାନେ କାମ କରୁଥିବା ଅଭିଯୋଗ ହେଉଛି। ଏହାର କର୍ମକର୍ତ୍ତା ସରକାରୀ ଆଇନକୁ ବେଖାତିରି କରି ବିଭିନ୍ନ କଞ୍ଚାମାଲ ବଡ଼ ବଡ଼ ଗାଡ଼ିରେ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ଅନ୍ୟପକ୍ଷେ ଏହି କାରଖାନାରୁ ପ୍ରତିଦିନ ବାହାରୁ ଥିବା କୋଇଲା ଗୁଣ୍ଡ ଓ ଧୂଆଁରେ ଆଖ ପାଖ ଅଞ୍ଚଳ ପ୍ରଦୂଷିତ ହେଉଥିବା ଅଞ୍ଚଳବାସୀ କହିଛନ୍ତି। ସେଥିପାଇଁ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି ା ଏପରି କି ସ୍ଥାନୀୟ ଲୋକଙ୍କ ଚାଷ ଜମି ଉପରେ କୋଇଲା ଗୁଣ୍ଡର ଆସ୍ତରଣ ଜମିଥିବାରୁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇପଡିଛି। ସ୍ଥାନୀୟ ଜନସାଧାରଣ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପକାଉଛି। ଏ ସଂକ୍ରାନ୍ତରେ ମୁଣ୍ଡସାହିର ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୋଣସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି କହିଛନ୍ତି। ସରକାର ନିୟମ ଅନୁଯାୟୀ କୌଣସି ସ୍ଥାନରେ ଶିଳ୍ପ କାରଖାନା ପ୍ରତିଷ୍ଠା ପୂର୍ବରୁ ପ୍ରଥମେ ଜନଶୁଣାଣୀର ଆୟୋଜନ କରାଯାଇଥାଏ ା ସ୍ଥାନୀୟ ସରପଞ୍ଚଙ୍କଠାରୁ ଆପତ୍ତି ବିହୀନ ପ୍ରମାଣ ପତ୍ର ଗ୍ରହଣ କରିବା ପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ପରିବେଶ ସଂକ୍ରାନ୍ତ ଅନୁମତି ପତ୍ର ଆଣିବାକୁ ପଡିଥାଏ। କିନ୍ତୁ ଏହି କାରଖାନା ସବୁ ନୀତିନିୟମକୁ ଉଲ୍ଲଂଘନ କରି ଶ୍ରୀଜଗନ୍ନାଥଙ୍କ ଜମି (ଖାତା ନଂ. ୬୩ ପ୍ଲଟନଂ. ୫୯୮/୧୩୨୦)ରେ ଚାଲୁଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାରୁ ଏ ବିଷୟରେ ଜାଣି ନ ଥିଲି ା ତୁରନ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। କଳିଙ୍ଗ ନଗର ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri