ଭାରିଯାନ ଚଳାଚଳକୁ ଆଳ କରି ରାଜନୀତି

ପଟ୍ଟାମୁଣ୍ଡାଇ,୮ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ-୧ ଅଧୀନ ପଟ୍ଟାମୁଣ୍ଡାଇ-ରାଜନଗର ବ୍ରାହ୍ମଣୀ ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ବା ଉତିକଣ ଘେରିବନ୍ଧ ପୁରୁଣା ରାସ୍ତା ୨୨ କୋଟି ଟଙ୍କା ବ୍ୟୟରେ ମାସେ ତଳେ ନିର୍ମାଣ କାମ ସରିଥିଲା। ଏବେ ବିଭିନ୍ନ ସ୍ଥାନରେ ରାସ୍ତା ଫାଟି ପିଚୁରୁ ଗୋଡ଼ି ବାହାରି ମରାମତି କରାଯାଇଥିଲା। ପୁଣି ପିଚୁ ଉଠିବା ଆଦିକୁ ନେଇ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ କରିବାକୁ ଆଳ କରି ରାଜନୀତି ଜୋର ଧରିଛି। ଯାହାକୁ ନେଇ ଉତିକଣ ସଂଗ୍ରାମ ପରିଷଦ ଓ ଉତିକଣ ବନ୍ୟାବନ୍ଧ ତଦାରଖ କମିଟି ମୁହଁାମୁହିଁ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପଟ୍ଟାମୁଣ୍ଡାଇ-ରାଜନଗର ବ୍ରାହ୍ମଣୀ ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ରାସ୍ତାର ନିର୍ମାଣ କାର୍ଯ୍ୟ ବର୍ଷେ ଧରି ଚାଲିଥିଲା। ରାସ୍ତା ନିର୍ମାଣ ବେଳେ ବହୁ ବାଦାନୁବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ରାସ୍ତାର ମରାମତି ଆଳରେ କରୋନା ସମୟରେ ୬୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିଲ୍‌ ହୋଇଥିଲା। ରାସ୍ତା ଅବସ୍ଥା ପୂର୍ବଭଳି ଶୋଚନୀୟ ହୋଇପଡ଼ିବାରୁ ପ୍ୟାଚ ପାଇଁ ୩୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାମ ହୋଇଥିଲା। ମାତ୍ରା ରାସ୍ତା ପ୍ୟାଚ ପଡ଼ୁ ପଡ଼ୁ ବାହାରି ଯିବାରୁ ଗାଡ଼ି ମଟର ଚଳାଚଳ ୨ବର୍ଷ ଧରି ବନ୍ଦ ରହିଥିଲା। ରାଜ୍ୟ ସରକାର ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ୨୦୨୧ରେ ୨୨ କୋଟି ଟଙ୍କା ମଞ୍ଜୁର କରିଥିଲେ। ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତି ପରେ ରାସ୍ତା ନିର୍ମାଣକୁ ନେଇ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଥିଲା। ରାସ୍ତାର ଉଭୟପାର୍ଶ୍ୱରେ ଫୁଟପାଥ ନିର୍ମାଣ, ଜବରଦଖଲ ଉଚ୍ଛେଦ, ବିଦ୍ୟୁତ୍‌ ଖୁଣ୍ଟ ଅପସାରଣ, ନିମ୍ନମାନର କାର୍ଯ୍ୟ ଇତ୍ୟାଦିକୁ ନେଇ ଉତିକଣ ସଂଗ୍ରାମ ପରିଷଦ କର୍ମକର୍ତ୍ତାଙ୍କ ଆନ୍ଦୋଳନ କରି ଆସୁଥିଲେ। ଏ ନେଇ ଠିକାଦାରଙ୍କ ସହିତ ଆନ୍ଦୋଳନକାରୀଙ୍କ କିଛିଦିନ କସରତ ଚାଲିଥିଲା। ରାସ୍ତା ନିର୍ମାଣ ଉଚିତ ଭାବେ କରାଯାଉ ନ ଥିବା ବାରମ୍ବାର ଅଭିଯୋଗ ହେବା ଫଳରେ ପୂର୍ତ୍ତ ବିଭାଗର ଉଚ୍ଚସ୍ତରୀୟ କମିଟି ଏହାର ଯାଞ୍ଚ କରିବା ସଙ୍ଗେ ସଙ୍ଗେ ଆନ୍ଦୋଳନକାରୀ ସଂଗ୍ରାମ ପରିଷଦ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ରାସ୍ତା ନିର୍ମାଣର ପ୍ଲାନ, ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ କାମ ଚାଲିଥିବା ସମୟରେ ପଙ୍କ ମାଟି ରାସ୍ତାରେ ପଡ଼ି କାମ ହେବା ନେଇ ଗାର୍ଡ଼ ୱାଲ ଭୁଶୁଡି ପଡ଼ିଥିଲା। ରାସ୍ତାରେ ପିଚୁ ମେଶିନ ଦବି ଯିବା, ପଙ୍କ ମାଟି ବୋହି ଯିବା, ନୂତନ ରାସ୍ତାରୁ ପିଚୁ ଫାଟି ବାହାରି ପଡ଼ିବା, ଫୁଟ୍‌ ପାଥ ନିର୍ମାଣ କରା ନ ଯିବା ଆଦି ବିଭିନ୍ନ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ତତ୍ତ୍ୱାବଧାନରେ ଉତିକଣ ବନ୍ୟାବନ୍ଧ ନିର୍ମାଣ ତଦାରଖ କମିଟି ଗଠନ କରାଯାଇଥିଲା। ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଆବାହକ ଥିବାବେଳେ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ, ସ୍ଥାନୀୟ ପଞ୍ଚାୟତଗୁଡ଼ିକର ସରପଞ୍ଚ ଓ ଜଣେ ଗଣମାଧ୍ୟମ ପ୍ରତିନିଧି ଏହି କମିଟିରେ ସଭ୍ୟ ଥିଲେ। ରାସ୍ତା ପାଇଁ ଆନ୍ଦୋଳନ ଚଳାଇ ଆସୁଥିବା ଉତିକଣ ସଂଗ୍ରାମ ପରିଷଦର କୌଣସି ସଦସ୍ୟଙ୍କୁ କମିଟିରେ ନିଆଯାଇ ନ ଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ଏଭଳି ଟଣାଓଟରା ମଧ୍ୟରେ ଠିକାଦାର ମାସେ ହେବ ରାସ୍ତା କାମ ସାରି ଚାଲି ଯାଇଛନ୍ତି। ଏବେ ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଯିବା, ପିଚୁ ଫାଟିବା, ଗୋଡ଼ି ବାହାରି ପଡ଼ିବା, ମରାମତି କରାଯାଇଥିବା ସ୍ଥାନରୁ ପୁଣି ପିଚୁ ଉଠିଯିବା ଆଦି ଦେଖିବାକୁ ମିଳିଛି। ରାସ୍ତା କାମ ଆରମ୍ଭରୁ ସଂଗ୍ରାମ ପରିଷଦ ବାରମ୍ବାର ବ୍ୟବହୃତ ପିଚୁ ନିମ୍ନମାନର ହୋଇଥିବା ଏବଂ ସେଥିରେ କେମିକାଲ ମିଶାଇ ରାସ୍ତାକୁ ଚିକ୍କଣ କରାଯାଇଛି ବୋଲି ଅଭିଯୋଗ କରାଯାଇଥିଲା। ଯାନବାହନ ଚଳାଚଳ ସମୟରେ ସ୍ବାଭାବିକ ଭାବେ ରାସ୍ତା ଭାଙ୍ଗି ଯାଉଥିବା ଉତିକଣ ସଂଗ୍ରାମ ପରିଷଦର ଆବାହକ ପ୍ରଶାନ୍ତ ମହାନ୍ତି, ସଭ୍ୟ ତୀର୍ଥ ପରିଡ଼ା, ରମାକାନ୍ତ ଦାସ, ପ୍ରଦୀପ ପଣ୍ଡା, ବୃନ୍ଦାବନ ପରିଡ଼ା, ବିଚିତ୍ର ସେନାପତି ପ୍ରମୁଖ କହିଛନ୍ତି। କିନ୍ତୁ ଉତିକଣ ବନ୍ୟାବନ୍ଧ ରାସ୍ତା ନିର୍ମାଣ ତଦାରଖ କମିଟି ଭିନ୍ନ କଥା କହିଛି। ଏହି ରାସ୍ତାରେ କୁଆଡେ ୨୦ଟନର ଯାନବାହନ ଚଳାଚଳ କରିବାକୁ ଥିବା ଠିକାଦାରଙ୍କ ଏଷ୍ଟିମେଟରେ ଉଲ୍ଲେଖ ଥିବାବେଳେ ଏହି ରାସ୍ତାରେ ୪୦ରୁ ୬୦ ଟନ ମାଲ ହାଇୱାଗୁଡିକ ଚଳାଚଳ କରିଛି। ଫଳରେ ୧୫ କି.ମି. ଦୀର୍ଘ ଏହି ରାସ୍ତା ନଷ୍ଟ ହୋଇଯିବା ଆଶଙ୍କା ଦେଖାଦେଇଛି ବୋଲି ତଦାରଖ କମିଟି ଅଭିଯୋଗ କରିଛି। ଏହି ରାସ୍ତାରେ ଭାରିଯାନ ଚଳାଚଳ କଲେ ଆନ୍ଦୋଳନ କରିବେ ବୋଲି କମିଟି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତାରେ ଭାରିଯାନ ଚଳାଚଳକୁ ପୂର୍ତ୍ତ ବିଭାଗ ପୂର୍ବରୁ ନିଷିଦ୍ଧ କରିଛି। ଏହି ରାସ୍ତା ଜନଗହଳିପୂର୍ଣ୍ଣ ପଟ୍ଟାମୁଣ୍ଡାଇ ସହର ମଧ୍ୟ ଦେଇ ଯାଇଥିବାରୁ ଭାରିଯାନ ଚଳାଚଳ ଧନଜୀବନ ପ୍ରତି ବାରମ୍ବାର ବିପଦର କାରଣ ହୋଇଛି। ତଦାରଖ କମିଟି ଏଥିରେ ଭାରିଯାନ ଚଳାଚଳ ନିଷିଦ୍ଧ ପାଇଁ କିପରି ଆନ୍ଦୋଳନ ଧମକ ଦେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ହୋଇଗଲେ ପଟ୍ଟାମୁଣ୍ଡାଇରୁ ରାଜନଗରକୁ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯିବ। ଭିତରକନିକା ଅଭୟାରଣ୍ୟ ସମେତ ରାଜନଗର ସମୁଦ୍ରତଟରେ ଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହେବ। ରାସ୍ତା ନିର୍ମାଣ ତଦାରଖ କମିଟି ଆନ୍ଦୋଳନ ଭଳି ଏକ ବିଭ୍ରାନ୍ତିକର ନିଷ୍ପତ୍ତି ନେବାକୁ ଦୁର୍ଭାଗ୍ୟଜନକ ବୋଲି ସଂଗ୍ରାମ ପରିଷଦ ଆବାହକ ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri