ବଦଳୁଛି ଉଦଳା ରାଜନୀତି

ଉଦଳା(ସନ୍ତୋଷ କୁମାର ବାଛିନି)/ ଭୁବନେଶ୍ୱର,୯ା୨(ଅନୁରାଧା ମହାରଣା): ବଦଳିବାରେ ଲାଗିଲାଣି ଉଦଳା ରାଜନୀତିର ଗଣିତ। ଦିନକ ପୂର୍ବରୁ ଉଦଳା ବ୍ଲକ ଚେୟାରମ୍ୟାନ ବିଜେଡି ଛାଡ଼ି ଭାଜପାରେ ମିଶିଥିବା ବେଳେ ପୁଣି ଶନିବାର ବିଜେଡିର ହାତ ଛାଡିଛନ୍ତି ସରପଞ୍ଚ ଓ କର୍ମୀ। ଭୁବନେଶ୍ୱରସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଉଦଳା ବିଧାୟକ ଭାସ୍କର ମଢେଇଙ୍କ ଉପସ୍ଥିତିରେ ଉଦଳା ବ୍ଲକ ବହୁବନ୍ଧ ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟନାରାୟଣ ମୁର୍ମୁ, ସମିତି ସଭ୍ୟ କାଞ୍ଚନି ପାତ୍ରଙ୍କ ସମେତ ୱାର୍ଡ ମେମ୍ବର ସରସ୍ବତୀ ମୁର୍ମୁ, ହେମଲତା ମୁର୍ମୁ, ସନିଆ ମଢେଇ, ପୂର୍ବତନ ୱାର୍ଡ ମେମ୍ବର ଲିଲୋ ଚନ୍ଦ୍ର ବିନ୍ଧାଣି, ବ୍ରଜ ମୋହନ ହୋ, ରଘୁନାଥ ସିଂଙ୍କ ସମେତ ନାରୀନେତ୍ରୀ ଶାନ୍ତିଲତା ମୁର୍ମୁ, ମାନସ ରଞ୍ଜନ ଦାସ, ଶେଖ ଅଞ୍ଜୁମ ହୁସେନ, ଦିତିକାନ୍ତ ପାତ୍ର, ଗୌରମୋହନ ସିଂ, ରତିକାନ୍ତ ପାତ୍ର, ଚୁରିଆ ସୋରେନ, ଗୋପାଳ ସୋରେନ, ଲକ୍ଷ୍ମଣ ମହନ୍ତ, ସାଲଖାନ ମୁର୍ମୁ, ରବିନ୍ଦ୍ର ଦେହୁରୀ, ଯଦୁନାଥ ପାତ୍ର, ଶଶୀଧର ଦେହୁରୀ ଶନିବାର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଭାଜପାର ବରିଷ୍ଠ ନେତା ବିଭୂତି ଭୂଷଣ ମହାନ୍ତ, ବିଜୟ ସେନାପତିଙ୍କ ସମେତ ବହୁ ବରିଷ୍ଠ ଭାଜପା କର୍ମୀ ଉପସ୍ଥିତ ଥିଲେ। ୨ ଦିନ ମଧ୍ୟରେ ଅଚାନକ ବିଜେଡି ଛାଡ଼ି ଭାଜପାରେ କର୍ମୀ ଓ ଜନ ପ୍ରତିନିଧି ମିଶିବା ଆଗାମୀ ପଞ୍ଚାୟତ ନିର୍ବାଚନ ଗଣିତ ବଦଳାଇବ ବୋଲି ଆଲୋଚନା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri