ସାପ୍ତାହିକ ହାଟର ଶୁଭାରମ୍ଭ କଲେ ଏନ୍‌ଏସି ଅଧ୍ୟକ୍ଷା, ଏମ୍‌ପି-ବିଧାୟକ ଅଲୋଡ଼ା ହେବା ନେଇ ଜୋର୍‌ ଧରିଛି ରାଜନୀତି

ଗଞ୍ଜାମ,୨ା୬(ବିଦ୍ୟାଧର ସାହୁ): ଶନିବାର ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଏନ୍‌ଏସି ଅଧକ୍ଷା ଏହାର ଶୁଭାରମ୍ଭ କରିଥିଲେ। କିନ୍ତୁ ସ୍ଥାନୀୟ ବିଧାୟକ, ଏମ୍‌ପିଙ୍କୁ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଏବଂ ଫଳକରେ ନାମ ଥିବା ସହରରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନରୁ ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ହେଉଛନ୍ତି ଭାଜପା ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ। ସେହିପରି ଗଞ୍ଜାମ ସହରରେ ଯଦି କିଛି ଉନ୍ନତି ହୋଇଛି ତାହେଲେ ତା’ର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କୁ ଯିବ ଏଥିରେ ସନ୍ଦେହ ନାହିଁ। ଏହି ଭଳି ବ୍ୟକ୍ତି ବିଶେଷଙ୍କୁ ଗୁରୁତ୍ୱ ଦିଆନଯିବା ଆଲୋଚନାର ବିଷୟ ବୋଲି ସହର ଚର୍ଚ୍ଚା ଜୋର ଧରିଛି। ଅନ୍ୟ ପଟେ ହାଟ ପାଇଁ ଜାଗା ଉପଯୁକ୍ତ ହୋଇନଥିବା ମଧ୍ୟ ଆଲୋଚନା ହେଉଛି। କାରଣ ହାଟ ନିକଟରେ ମଶାଣି ରହିଛି। ଉକ୍ତ ମଶାଣି ଉପରେ ସହରର ପ୍ରାୟ ଦଶଟି ଓ୍ବାର୍ଡ ନିର୍ଭର କରୁଛି। ଯଦି କେବେ କାହାର ମୃତ୍ୟୁ ଘଟେ ତେବେ ସେହି ହାଟ ଦେଇ ଶବ ଯିବ ଆଉ କିଛି ବିକଳ୍ପ ନାହିଁ। ଜନ ଗହଳିରେ କିଭଳି ଶବ ଯିବ ତାହା ଆଲୋଚନା ହେଉଛି। ହାଟ ହେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏମ୍‌ପିଙ୍କୁ ମଧ୍ୟ ନିମନ୍ତ୍ରଣ କରିବା କଥା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

Share