Posted inଜାତୀୟ

ଚିରାଗ ପାସଓ୍ବାନଙ୍କ ବୟାନକୁ ନେଇ ରାଜନୀତି ସରଗରମ, ମନେ ପଡୁଛି ୨୦୨୦ କଥା

ପାଟନା,୧।୧୦: ପାଟନାରେ ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ରାମ ବିଲାସ ରାଷ୍ଟ୍ରୀୟ ସଭାପତି ଚିରାଗ ପାସୱାନ ଏକ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ସେ କହିଛନ୍ତି ଯେ ମୁଁ କେଉଁ ମିଳିତ ମଞ୍ଚରେ ଅଛି କିମ୍ବା କେଉଁ ମନ୍ତ୍ରୀ ପଦବୀରେ ଅଛି, ଯେଉଁ ଦିନ ମୁଁ ଅନୁଭବ କରୁଛି ଯେ ସମ୍ବିଧାନ ଏବଂ ସଂରକ୍ଷଣ ସହ ଖେଳାଯାଉଛି, ମୁଁ ସେହିଦିନ ମନ୍ତ୍ରୀ ପଦକୁ ତୁଚ୍ଛ କରିଦେବି, ଯେମିତି ମୋ ବାପା କରିଥିଲେ। ଚିରାଗ ପାସୱାନଙ୍କ ଏହି ବୟାନକୁ ନେଇ ଏବେ ଅନେକ ପ୍ରକାର ଆଲୋଚନା କରାଯାଉଛି।

ସୂଚନାଯୋଗ୍ୟ, ଲୋକଜନଶକ୍ତି ପାର୍ଟି ରାମ ବିଲାସ ଅନୁସୂଚିତ ଜାତି ଜନଜାତି ସେଲ ପକ୍ଷରୁ ଅଭିନନ୍ଦନ ସାମ୍ମାନ ସମାରୋହ ସହ ସଂଗଠନ ସମୀକ୍ଷା ବୈଠକର ଅଭିଭାଷଣରେ ଚିରାଗ ପାସୱାନଙ୍କ ବକ୍ତବ୍ୟର ଅର୍ଥ କ’ଣ ତାହା ଉପରେ ଆଲୋଚନା ଆରମ୍ଭ ହୋଇଛି। ବାସ୍ତବରେ, ଚିରାଗ ପାସୱାନ ତାଙ୍କ ବିବୃତ୍ତିକୁ ସ୍ପଷ୍ଟ ଭାବେ ରଖିବାରେ ବେଶ ପରିଚିତ। ଏହାପୂର୍ବରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ସଂରକ୍ଷଣ ପ୍ରସଙ୍ଗରେ ମିଳିତ ମଞ୍ଚ ବାହାରେ ନିଜର ବିବୃତ୍ତି ଦେଇଥିଲେ। ବିହାର ବିଧାନସଭା ନିର୍ବାଚନ ୨୦୨୦ସମୟରେ ମଧ୍ୟ ସେ ଏନଡିଏରୁ ଅଲଗା ହୋଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ତେଣୁ ଏବେ ପୁଣିଥରେ ୨୦୨୦ର ଷ୍ଟୋରୀ ପୁନରାବୃତ୍ତି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ସେ ଯାହା କୁହନ୍ତି ଅନେକ ସମୟରେ ତାହା କରି ଦେଖାନ୍ତି ବୋଲି ବି ନଜିର ରହିଛି।

ଅନ୍ୟପଟେ, ଚିରାଗ ପାସୱାନ କଂଗ୍ରେସ ଦଳ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଏହି ଦଳ କେବଳ ସଂରକ୍ଷିତ ଜାତିଙ୍କୁ ଭୋଟ ପାଇଁ ବ୍ୟବହାର କରୁଛନ୍ତି। କିଛି କରୁ ନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପାଟଣାର ଐତିହାସିକ ଗାନ୍ଧୀ ମଇଦାନରେ ୨୮ନଭେମ୍ବରରେ ଏକ ଭବ୍ୟ ସ୍ଥାପନା ଦିବସ ଆୟୋଜିତ ହେବ। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଚିରାଗ ପାସୱାନଙ୍କ ଠାରୁ ଆରମ୍ଭ କରି ସମସ୍ତ ନେତା ନିର୍ବାଚନ ମୋଡରେ ଆସି ସାରିଛନ୍ତି। ସେ ତାଙ୍କ ପାର୍ଟିକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି। ଏହି ନେତା ବର୍ତ୍ତମାନ ବିହାରରୁ ୟୁପି ଏବଂ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ତାଙ୍କ ଦଳର ପରିସର ବିସ୍ତାର କରିବାରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri