ରାଜନୀତିରେ ଚହଳ, ବିଧାନସଭାରୁ ସବୁ କଂଗ୍ରେସ ବିଧାୟକ ନିଲମ୍ବିତ

ଭୁବନେଶ୍ୱର,୨୬।୩: ଧାରଣାରୁ ଉଠି ପୁଣି ଗର୍ଜିଛି କଂଗ୍ରେସ । ପ୍ରତିବାଦବେଳେ ବୁଧବାର ବିଧାନସଭାର ଘେରିଛନ୍ତି ବିରୋଧୀ କଂଗ୍ରେସ । ଖାଲି ସେତିକି ନୁହେଁ ସବୁଠୁ ରୋଚକ ଦୃଶ୍ୟ ହେଉଛି କଂଗ୍ରେସ ଓ ବିଜେଡି ମିଶି ବିଧାନସଭା ଘେରିଛନ୍ତି। ବିଧାନସଭା ବାହାରେ ଏକାଠି ହୋଇଯାଇଛି ବିରୋଧୀ ବିଜେଡି-କଂଗ୍ରେସ। ବିଜେଡି ନେତାମାନେ ମିଶିଯିବା ପରେ ବିଧାନସଭା ଗେଟ ଭିତରକୁ ଧସେଇ ପଶିଛନ୍ତି ବିରୋଧୀ। ଏହାସହ ବିଧାନସଭା ପରିସରରେ ଥିବା ବ୍ୟାରିକେଡ ଭାଙ୍ଗିଦେଇଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ।

ଏହାରି ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସପେଣ୍ଡ ହୋଇଛନ୍ତି। ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକ ସସ୍ପେଣ୍ଡ। ବାଚସ୍ପତିଙ୍କ ତାଗିଦ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ। ପୂର୍ବରୁ ତାରାଙ୍କୁ ସପ୍ତାହକ ପାଇଁ ନିଲମ୍ବନ କରାଯାଇଥିବାବେଳେ ଆଜି ପୁଣିଥରେ ତାଙ୍କୁ ନିଲମ୍ବନ କରାଯାଇଛି।  ଗତକାଲି କଂଗ୍ରେସର ୧୨ ବିଧାୟକ ଓ ଆଜି ୨ ବିଧାୟକ ସସ୍ପେଣ୍ଡ ହୋଇଛନ୍ତି। ବର୍ତ୍ତମାନ ବିଧାନସଭାରୁ କଂଗ୍ରେସର ସମସ୍ତ ୧୪ ବିଧାୟକ ନିଲମ୍ବିତ ହୋଇଛନ୍ତି।

କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ବାଚସ୍ପତି ମଙ୍ଗଳବାର ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବନ କରିବା ପରେ ଏହାକୁ ନେଇ ରାଜନୀତି ତେଜିଛି। କଂଗ୍ରେସ ନେତା ଓ କର୍ମୀମାନେ ଏକାଠି ହୋଇ ଜୋର୍‌ଦାର ପ୍ରତିବାଦ କରିବା ଆରମ୍ଭ କରିଦେଇଛନ୍ତି। ଏପରିକି କଂଗ୍ରେସର ବରିଷ୍ଠ  ନେତା ତଥା ପୂର୍ବତନ ବିଧାୟକମାନେ ଦଳୀୟ ବିଧାୟକଙ୍କୁ ସମର୍ଥନ ଜଣାଇ ବିଧାନସଭା ବାହାରେ ହଙ୍ଗାମା କରିଛନ୍ତି। ଅନ୍ୟପଟେ କଂଗ୍ରେସର ଏପରି ଆଚରଣକୁ ଭାଜପା ନିନ୍ଦା କରିଥିବା ବେଳେ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ।
ଭାଜପା ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, କଂଗ୍ରେସ ସଦସ୍ୟମାନେ ଦୀର୍ଘଦିନ ହେଲା ଯେଉଁ ଆଚରଣ କଲେ ଏଥିରେ ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି ହେଲା।  ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତି ବାଧ୍ୟ ହୋଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଯୁକ୍ତିଯୁକ୍ତ। ବିଧାନସଭାରେ କ’ଣ ଦାବି ରଖାଯାଇପାରେ, ତାହା ବିଧିବିଧାନରେ ଥିବା କଥା। ସେମାନେ ମହିଳା ନିର୍ଯାତନା ନେଇ ଗୃହ କମିଟି କରିବାକୁ ଦାବି କଲେ । ସେମାନେ ସେହି ଦାବିକରି ବାରମ୍ବାର ଗୃହ କାର୍ଯ୍ୟରେ ବାଧା ସୃଷ୍ଟିକଲେ। ତେଣୁ ବାଚସ୍ପତିଙ୍କ ପାଖରେ ଅନ୍ୟ ଉପାୟ ନ ଥିଲା ବୋଲି ଜୟନାରାୟଣ କହିଛନ୍ତି।
ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, ଦୀର୍ଘଦିନ ଧରି ଏଠି ବିଧାନସଭା ଚାଲୁ ନାହିଁ। ସେଠି ଘଣ୍ଟ, ଘଣ୍ଟି, ତୁରି, କାହାଳି ବାଜୁଛି। ଯଦି କଂଗ୍ରେସ ସଦସ୍ୟମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ନେଲେ ଆଗୁଆ କାହିଁକି ନେଇପାରୁ ନ ଥିଲେ। ଯଦି ସରକାର କହିବେ ବାଧ୍ୟହୋଇ ନିଷ୍ପତ୍ତି ନେଲୁ, ତେବେ ଏତେଦିନ କାହିଁକି ଲାଗିଲା। କଂଗ୍ରେସର ଦାବିକୁ ମାନିଯାଇଥାଆନ୍ତେ। ଏପଟେ ଗୃହ କମିଟି କଲେ ନାହିଁ, ସେପଟେ ବିଧାନସଭାର ପୂରା ସମୟ ଧୋଇଗଲା। ସରକାରଙ୍କ ଅପାରଗତା ଯୋଗୁ ଏଭଳି ହୋଇଛି। ଯେହେତୁ କର୍ନାଟକରେ କଂଗ୍ରେସ ସରକାରରେ ରହିଛି ଏବଂ ସେଠାରେ ଭାଜପାର ୫୦ ଜଣ ସଦସ୍ୟଙ୍କୁ ୬ ମାସ ପାଇଁ ବହିଷ୍କାର କରାଯାଇଛି, ତେଣୁ ଏଠାରେ ତା’ର ପ୍ରତିଫଳନ ଦେବାକୁ ଏଭଳି କରିଛନ୍ତି। ଓଡ଼ିଶା ବିଧାନସଭାରେ ଆଲୋଚନା ହେବା ଦରକାର। ତେଣୁ ଭାଜପା ସରକାର ନିଜର ଅପାରଗତାପଣିଆକୁ ପ୍ରମାଣ କରୁଛନ୍ତି। ବିଜେଡି ଶାସନ ସମୟରେ ଏଭଳି କାର୍ଯ୍ୟାନୁଷ୍ଠାନ ହେଉ ନ ଥିଲା। ଏବେ ଭାଜପା ସରକାରରେ ବିରୋଧୀଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳୁନାହିଁ। ଯଦି କଂଗ୍ରେସ ମହିଳା କଥା କହୁଛି, ଗୃହ କମିଟି କରିବାରେ ଅସୁବିଧା କ’ଣ ରହିଛି ବୋଲି ଅରୁଣ କହିଛନ୍ତି।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ସମ୍ପୂର୍ଣ୍ଣ ଭାବେ କଂଗ୍ରେସକୁ ଡରି ଏପରି ନିଲମ୍ବନ କରାଯାଇଛି। କଂଗ୍ରେସର ସଂଖ୍ୟା କମ୍‌ ଥିଲେ ମଧ୍ୟ ସ୍ବର ବହୁ ଜୋର୍‌ ରହିଛି, ସେଥିଲାଗି ଏଭଳି କାର୍ଯ୍ୟାନୁଷ୍ଠାନ। ଏହା ଗଣତନ୍ତ୍ରକୁ ହତ୍ୟା, ବିଧାନସଭାର ଇତିହାସରେ ଏହା କେବେ ନ ଥିଲା। ଭାଜପା ଏବଂ ମୋହନ ମାଝୀଙ୍କ ସରକାର ଯେଉଁ ଇତିହାସ ଲେଖିଛନ୍ତି ସେଥିରେ ଏହା ଲିପିବଦ୍ଧ ହୋଇରହିବ। ଏ ଅନ୍ୟାୟକୁ କଂଗ୍ରେସ ବରଦାସ୍ତ କରିବ ନାହିଁ। ନିଲମ୍ବିତ କଲେ ବି ଆମେ ଡରିବୁ ନାହିଁ ବରଂ ଲଢ଼ିବୁ। ଭାଜପା ବିରୋଧୀ ଦଳରେ ଥିଲାବେଳେ ଯାହା କରୁଥିଲା ସେତେବେଳେ କ’ଣ ସବୁ ଶୋଭନୀୟ ଥିଲା । ସେମାନେ ବି ବିରୋଧୀ ଦଳରେ ଥିବାବେଳେ ଡାଲି, ଜୋତା ଆଦି ବାଚସ୍ପତିଙ୍କ ଉପରକୁ ଫିଙ୍ଗୁଥିଲେ। କଂଗ୍ରେସ ତା’ର ଆଭିମୁଖ୍ୟ ନେଇ ଲଢ଼ିବ। ୨୭ରେ ବିଧାନସଭା ଘେରାଉ ହେବାକୁ ଥିବାରୁ ରାଜ୍ୟ ସରକାର ଡରି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସେ କହିଛନ୍ତି।
ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ କହିଛନ୍ତି, ବିଧାନସଭା ମଧ୍ୟରେ ସୁରକ୍ଷା କର୍ମୀ ଓ ଭାଜପା ବିଧାୟକମାନେ ମିଳିତ ଭାବେ କଂଗ୍ରେସ ବିଧାୟକମାନଙ୍କୁ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ। ୧୨ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରାଯାଇ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଭାଜପା ସରକାର ଲୋକ ପ୍ରତିନିଧିମାନଙ୍କୁ ସମ୍ମାନ ନ ଦେବା ଏକଚ୍ଛତ୍ରବାଦ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri