ରାଜନୀତିରେ ଚହଳ, ବିଧାନସଭାରୁ ସବୁ କଂଗ୍ରେସ ବିଧାୟକ ନିଲମ୍ବିତ

ଭୁବନେଶ୍ୱର,୨୬।୩: ଧାରଣାରୁ ଉଠି ପୁଣି ଗର୍ଜିଛି କଂଗ୍ରେସ । ପ୍ରତିବାଦବେଳେ ବୁଧବାର ବିଧାନସଭାର ଘେରିଛନ୍ତି ବିରୋଧୀ କଂଗ୍ରେସ । ଖାଲି ସେତିକି ନୁହେଁ ସବୁଠୁ ରୋଚକ ଦୃଶ୍ୟ ହେଉଛି କଂଗ୍ରେସ ଓ ବିଜେଡି ମିଶି ବିଧାନସଭା ଘେରିଛନ୍ତି। ବିଧାନସଭା ବାହାରେ ଏକାଠି ହୋଇଯାଇଛି ବିରୋଧୀ ବିଜେଡି-କଂଗ୍ରେସ। ବିଜେଡି ନେତାମାନେ ମିଶିଯିବା ପରେ ବିଧାନସଭା ଗେଟ ଭିତରକୁ ଧସେଇ ପଶିଛନ୍ତି ବିରୋଧୀ। ଏହାସହ ବିଧାନସଭା ପରିସରରେ ଥିବା ବ୍ୟାରିକେଡ ଭାଙ୍ଗିଦେଇଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ।

ଏହାରି ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସପେଣ୍ଡ ହୋଇଛନ୍ତି। ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକ ସସ୍ପେଣ୍ଡ। ବାଚସ୍ପତିଙ୍କ ତାଗିଦ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ। ପୂର୍ବରୁ ତାରାଙ୍କୁ ସପ୍ତାହକ ପାଇଁ ନିଲମ୍ବନ କରାଯାଇଥିବାବେଳେ ଆଜି ପୁଣିଥରେ ତାଙ୍କୁ ନିଲମ୍ବନ କରାଯାଇଛି।  ଗତକାଲି କଂଗ୍ରେସର ୧୨ ବିଧାୟକ ଓ ଆଜି ୨ ବିଧାୟକ ସସ୍ପେଣ୍ଡ ହୋଇଛନ୍ତି। ବର୍ତ୍ତମାନ ବିଧାନସଭାରୁ କଂଗ୍ରେସର ସମସ୍ତ ୧୪ ବିଧାୟକ ନିଲମ୍ବିତ ହୋଇଛନ୍ତି।

କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ବାଚସ୍ପତି ମଙ୍ଗଳବାର ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବନ କରିବା ପରେ ଏହାକୁ ନେଇ ରାଜନୀତି ତେଜିଛି। କଂଗ୍ରେସ ନେତା ଓ କର୍ମୀମାନେ ଏକାଠି ହୋଇ ଜୋର୍‌ଦାର ପ୍ରତିବାଦ କରିବା ଆରମ୍ଭ କରିଦେଇଛନ୍ତି। ଏପରିକି କଂଗ୍ରେସର ବରିଷ୍ଠ  ନେତା ତଥା ପୂର୍ବତନ ବିଧାୟକମାନେ ଦଳୀୟ ବିଧାୟକଙ୍କୁ ସମର୍ଥନ ଜଣାଇ ବିଧାନସଭା ବାହାରେ ହଙ୍ଗାମା କରିଛନ୍ତି। ଅନ୍ୟପଟେ କଂଗ୍ରେସର ଏପରି ଆଚରଣକୁ ଭାଜପା ନିନ୍ଦା କରିଥିବା ବେଳେ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ।
ଭାଜପା ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, କଂଗ୍ରେସ ସଦସ୍ୟମାନେ ଦୀର୍ଘଦିନ ହେଲା ଯେଉଁ ଆଚରଣ କଲେ ଏଥିରେ ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି ହେଲା।  ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତି ବାଧ୍ୟ ହୋଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଯୁକ୍ତିଯୁକ୍ତ। ବିଧାନସଭାରେ କ’ଣ ଦାବି ରଖାଯାଇପାରେ, ତାହା ବିଧିବିଧାନରେ ଥିବା କଥା। ସେମାନେ ମହିଳା ନିର୍ଯାତନା ନେଇ ଗୃହ କମିଟି କରିବାକୁ ଦାବି କଲେ । ସେମାନେ ସେହି ଦାବିକରି ବାରମ୍ବାର ଗୃହ କାର୍ଯ୍ୟରେ ବାଧା ସୃଷ୍ଟିକଲେ। ତେଣୁ ବାଚସ୍ପତିଙ୍କ ପାଖରେ ଅନ୍ୟ ଉପାୟ ନ ଥିଲା ବୋଲି ଜୟନାରାୟଣ କହିଛନ୍ତି।
ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, ଦୀର୍ଘଦିନ ଧରି ଏଠି ବିଧାନସଭା ଚାଲୁ ନାହିଁ। ସେଠି ଘଣ୍ଟ, ଘଣ୍ଟି, ତୁରି, କାହାଳି ବାଜୁଛି। ଯଦି କଂଗ୍ରେସ ସଦସ୍ୟମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ନେଲେ ଆଗୁଆ କାହିଁକି ନେଇପାରୁ ନ ଥିଲେ। ଯଦି ସରକାର କହିବେ ବାଧ୍ୟହୋଇ ନିଷ୍ପତ୍ତି ନେଲୁ, ତେବେ ଏତେଦିନ କାହିଁକି ଲାଗିଲା। କଂଗ୍ରେସର ଦାବିକୁ ମାନିଯାଇଥାଆନ୍ତେ। ଏପଟେ ଗୃହ କମିଟି କଲେ ନାହିଁ, ସେପଟେ ବିଧାନସଭାର ପୂରା ସମୟ ଧୋଇଗଲା। ସରକାରଙ୍କ ଅପାରଗତା ଯୋଗୁ ଏଭଳି ହୋଇଛି। ଯେହେତୁ କର୍ନାଟକରେ କଂଗ୍ରେସ ସରକାରରେ ରହିଛି ଏବଂ ସେଠାରେ ଭାଜପାର ୫୦ ଜଣ ସଦସ୍ୟଙ୍କୁ ୬ ମାସ ପାଇଁ ବହିଷ୍କାର କରାଯାଇଛି, ତେଣୁ ଏଠାରେ ତା’ର ପ୍ରତିଫଳନ ଦେବାକୁ ଏଭଳି କରିଛନ୍ତି। ଓଡ଼ିଶା ବିଧାନସଭାରେ ଆଲୋଚନା ହେବା ଦରକାର। ତେଣୁ ଭାଜପା ସରକାର ନିଜର ଅପାରଗତାପଣିଆକୁ ପ୍ରମାଣ କରୁଛନ୍ତି। ବିଜେଡି ଶାସନ ସମୟରେ ଏଭଳି କାର୍ଯ୍ୟାନୁଷ୍ଠାନ ହେଉ ନ ଥିଲା। ଏବେ ଭାଜପା ସରକାରରେ ବିରୋଧୀଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳୁନାହିଁ। ଯଦି କଂଗ୍ରେସ ମହିଳା କଥା କହୁଛି, ଗୃହ କମିଟି କରିବାରେ ଅସୁବିଧା କ’ଣ ରହିଛି ବୋଲି ଅରୁଣ କହିଛନ୍ତି।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ସମ୍ପୂର୍ଣ୍ଣ ଭାବେ କଂଗ୍ରେସକୁ ଡରି ଏପରି ନିଲମ୍ବନ କରାଯାଇଛି। କଂଗ୍ରେସର ସଂଖ୍ୟା କମ୍‌ ଥିଲେ ମଧ୍ୟ ସ୍ବର ବହୁ ଜୋର୍‌ ରହିଛି, ସେଥିଲାଗି ଏଭଳି କାର୍ଯ୍ୟାନୁଷ୍ଠାନ। ଏହା ଗଣତନ୍ତ୍ରକୁ ହତ୍ୟା, ବିଧାନସଭାର ଇତିହାସରେ ଏହା କେବେ ନ ଥିଲା। ଭାଜପା ଏବଂ ମୋହନ ମାଝୀଙ୍କ ସରକାର ଯେଉଁ ଇତିହାସ ଲେଖିଛନ୍ତି ସେଥିରେ ଏହା ଲିପିବଦ୍ଧ ହୋଇରହିବ। ଏ ଅନ୍ୟାୟକୁ କଂଗ୍ରେସ ବରଦାସ୍ତ କରିବ ନାହିଁ। ନିଲମ୍ବିତ କଲେ ବି ଆମେ ଡରିବୁ ନାହିଁ ବରଂ ଲଢ଼ିବୁ। ଭାଜପା ବିରୋଧୀ ଦଳରେ ଥିଲାବେଳେ ଯାହା କରୁଥିଲା ସେତେବେଳେ କ’ଣ ସବୁ ଶୋଭନୀୟ ଥିଲା । ସେମାନେ ବି ବିରୋଧୀ ଦଳରେ ଥିବାବେଳେ ଡାଲି, ଜୋତା ଆଦି ବାଚସ୍ପତିଙ୍କ ଉପରକୁ ଫିଙ୍ଗୁଥିଲେ। କଂଗ୍ରେସ ତା’ର ଆଭିମୁଖ୍ୟ ନେଇ ଲଢ଼ିବ। ୨୭ରେ ବିଧାନସଭା ଘେରାଉ ହେବାକୁ ଥିବାରୁ ରାଜ୍ୟ ସରକାର ଡରି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସେ କହିଛନ୍ତି।
ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ କହିଛନ୍ତି, ବିଧାନସଭା ମଧ୍ୟରେ ସୁରକ୍ଷା କର୍ମୀ ଓ ଭାଜପା ବିଧାୟକମାନେ ମିଳିତ ଭାବେ କଂଗ୍ରେସ ବିଧାୟକମାନଙ୍କୁ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ। ୧୨ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରାଯାଇ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଭାଜପା ସରକାର ଲୋକ ପ୍ରତିନିଧିମାନଙ୍କୁ ସମ୍ମାନ ନ ଦେବା ଏକଚ୍ଛତ୍ରବାଦ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri