ଦେବାଶିଷଙ୍କୁ ନେଇ ବିଜେଡିରେ ତେଜିଲା ରାଜନୀତି

ଭୁବନେଶ୍ୱର, ୨୭।୧୧(ସୁନିତ୍‌ ମିଶ୍ର):ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ପଦବୀରୁ ଇସ୍ତଫା ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କେତେଜଣ ସ୍ବାର୍ଥପର ନେତା ଅଛନ୍ତି ସେମାନଙ୍କ ସ୍ବାର୍ଥରେ ବାଧା ଆସିଲେ ଦଳ ଛାଡ଼ନ୍ତି, ଦଳ ବିରୋଧରେ କୁହନ୍ତି। ଯେତେ ସ୍ବାର୍ଥପର ଲୋକ ଅଛନ୍ତି ଦଳରୁ ପଳାଇଲେ ଭଲ ହେବ। ଦଳ ଶୃଙ୍ଖଳାର ସହ ଚାଲିବ। ଦେବାଶିଷ ସାମନ୍ତରାୟ ଯେହେତୁ ଅସୁସ୍ଥ ଅଛନ୍ତି, ପଦବୀ ସମ୍ଭାଳି ପାରିବେନାହିଁ ବୋଲି ଇସ୍ତଫା ଦେଲେ। ସେ କୁହନ୍ତୁ, ଯେତେବେଳେ ପଦବୀରେ ଥିଲେ ଆଉ ଦଳ କ୍ଷମତାରେ ଥିଲା, ସେତେବେଳେ କେଉଁ ନୀତି ଆଦର୍ଶରେ ଦଳ ଚାଲୁଥିଲା। ସେତେବେଳେ କାହିଁ କିଛି କହୁ ନ ଥିଲେ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁଣି ଦେବାଶିଷ କହିଛନ୍ତି, ଓ୍ବକଫ୍‌ ବିଲ୍‌ ସମୟରେ ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଫୋନ୍‌ କରି ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ। ତାଙ୍କ ହିସାବରେ ଭୋଟ ଦେବା ଲାଗି ସେ ଯାଇ ନ ଥିଲେ। ତେବେ କେତେଜଣ ଲୋକ ନବୀନବାବୁଙ୍କୁ ଦେଖାକରିବା ପାଇଁ ଦେଉନାହାନ୍ତି। ଭୂପିନ୍ଦର ସିଂଙ୍କୁ ମଧ୍ୟ ଦେଖା କରାଇଦେଲେନାହିଁ। ତାଙ୍କ ସହ ଦେଖାକରିବାକୁ ଚାହୁଁଥିବା ଜଣାଇ ଦିଆଯାଉ ନାହିଁ। ଆମେରିକାରୁ ପାଣ୍ଡିଆନ ଯାହା ନିର୍ଦ୍ଦେଶ ଦେଉଛନ୍ତି ତାହା ନବୀନ ନିବାସରେ ଥିବା ଜଣେ ସରକାରୀ ଅଧିକାରୀ ପାଳନ କରୁଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପଟେ ବିଜେଡିର ଏଭଳି ଆରୋପ ପ୍ରତ୍ୟାରୋପ ଭିତରେ ଭାଜପାର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଭାଜପା ହୁଇସିଲ୍‌ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ। ବିଜେଡି ଆଉ ରହିବନି ତା’ କଥା ଆଲୋଚାନା କରିକି କିଛି ଲାଭ ନାହିଁ। ଭାଜପା ହୁଇସିଲ୍‌ ଫୁଙ୍କିଲେ ବିଜେଡି ୧୨ ଫାଳ ହୋଇଯିବ। ଓଡ଼ିଶାକୁ ୨୪ ବର୍ଷ ଶାସନ କଲା ପରେ ନିର୍ବାଚନରେ ୩ ନମ୍ବରକୁ ଖସିଲା। ବିଧାନସଭାରେ ସେମାନଙ୍କ ସଂଖ୍ୟା ୫୧ରୁ ୫୦କୁ ଖସିଛି। ବର୍ଷେରୁ ୨ ବର୍ଷରେ ୪ରୁ ୫ ଜଣ ଥିବେ କି ନାହିଁ ତାହା ଠିକ୍‌ ନାହିଁ ବୋଲି ଜୟନାରାୟଣ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସିଭିଲ ସର୍ଭିସ ପରୀକ୍ଷାରେ ସାତ୍ତ୍ୱିକ ସତ୍ୟକାମଙ୍କ କୃତିତ୍ୱ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri