ଦେବାଶିଷଙ୍କୁ ନେଇ ବିଜେଡିରେ ତେଜିଲା ରାଜନୀତି

ଭୁବନେଶ୍ୱର, ୨୭।୧୧(ସୁନିତ୍‌ ମିଶ୍ର):ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ପଦବୀରୁ ଇସ୍ତଫା ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କେତେଜଣ ସ୍ବାର୍ଥପର ନେତା ଅଛନ୍ତି ସେମାନଙ୍କ ସ୍ବାର୍ଥରେ ବାଧା ଆସିଲେ ଦଳ ଛାଡ଼ନ୍ତି, ଦଳ ବିରୋଧରେ କୁହନ୍ତି। ଯେତେ ସ୍ବାର୍ଥପର ଲୋକ ଅଛନ୍ତି ଦଳରୁ ପଳାଇଲେ ଭଲ ହେବ। ଦଳ ଶୃଙ୍ଖଳାର ସହ ଚାଲିବ। ଦେବାଶିଷ ସାମନ୍ତରାୟ ଯେହେତୁ ଅସୁସ୍ଥ ଅଛନ୍ତି, ପଦବୀ ସମ୍ଭାଳି ପାରିବେନାହିଁ ବୋଲି ଇସ୍ତଫା ଦେଲେ। ସେ କୁହନ୍ତୁ, ଯେତେବେଳେ ପଦବୀରେ ଥିଲେ ଆଉ ଦଳ କ୍ଷମତାରେ ଥିଲା, ସେତେବେଳେ କେଉଁ ନୀତି ଆଦର୍ଶରେ ଦଳ ଚାଲୁଥିଲା। ସେତେବେଳେ କାହିଁ କିଛି କହୁ ନ ଥିଲେ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁଣି ଦେବାଶିଷ କହିଛନ୍ତି, ଓ୍ବକଫ୍‌ ବିଲ୍‌ ସମୟରେ ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଫୋନ୍‌ କରି ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ। ତାଙ୍କ ହିସାବରେ ଭୋଟ ଦେବା ଲାଗି ସେ ଯାଇ ନ ଥିଲେ। ତେବେ କେତେଜଣ ଲୋକ ନବୀନବାବୁଙ୍କୁ ଦେଖାକରିବା ପାଇଁ ଦେଉନାହାନ୍ତି। ଭୂପିନ୍ଦର ସିଂଙ୍କୁ ମଧ୍ୟ ଦେଖା କରାଇଦେଲେନାହିଁ। ତାଙ୍କ ସହ ଦେଖାକରିବାକୁ ଚାହୁଁଥିବା ଜଣାଇ ଦିଆଯାଉ ନାହିଁ। ଆମେରିକାରୁ ପାଣ୍ଡିଆନ ଯାହା ନିର୍ଦ୍ଦେଶ ଦେଉଛନ୍ତି ତାହା ନବୀନ ନିବାସରେ ଥିବା ଜଣେ ସରକାରୀ ଅଧିକାରୀ ପାଳନ କରୁଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପଟେ ବିଜେଡିର ଏଭଳି ଆରୋପ ପ୍ରତ୍ୟାରୋପ ଭିତରେ ଭାଜପାର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଭାଜପା ହୁଇସିଲ୍‌ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ। ବିଜେଡି ଆଉ ରହିବନି ତା’ କଥା ଆଲୋଚାନା କରିକି କିଛି ଲାଭ ନାହିଁ। ଭାଜପା ହୁଇସିଲ୍‌ ଫୁଙ୍କିଲେ ବିଜେଡି ୧୨ ଫାଳ ହୋଇଯିବ। ଓଡ଼ିଶାକୁ ୨୪ ବର୍ଷ ଶାସନ କଲା ପରେ ନିର୍ବାଚନରେ ୩ ନମ୍ବରକୁ ଖସିଲା। ବିଧାନସଭାରେ ସେମାନଙ୍କ ସଂଖ୍ୟା ୫୧ରୁ ୫୦କୁ ଖସିଛି। ବର୍ଷେରୁ ୨ ବର୍ଷରେ ୪ରୁ ୫ ଜଣ ଥିବେ କି ନାହିଁ ତାହା ଠିକ୍‌ ନାହିଁ ବୋଲି ଜୟନାରାୟଣ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri