ଭୁବନେଶ୍ୱର,୧୦।୯: ନୂଆ ବିଜେଡି ଗଠନ ନେଇ ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ। ସେ କହିଛନ୍ତି, ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି। ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ନ ଚାଲିଲେ ନେତା ଓ କର୍ମୀ ଦୂରେଇ ଯିବେ। ପୂର୍ବତନ ଏମ୍ପି ତଥାଗତ ସତପଥୀଙ୍କ କଥାକୁ ସମର୍ଥନ କରିଛନ୍ତି ଅମର ଶତପଥୀ ।
ଲଗାତର ଭାବେ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ବିଜୟ ହାସଲ କରିଥିବା ଅମରଙ୍କୁ ଗତ ନିର୍ବାଚନରେ ବିଜେଡି ଟିକେଟ୍ ମିଳି ନ ଥିଲା। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷଙ୍କ ଉପରେ ଆଶା ପ୍ରକଟ କରିଥିଲା ବିଜେଡି। ଯେଉଁଟା ଫେଲ୍ ମାରିଥିଲା।
ଅନ୍ୟପକ୍ଷେ ଯାଜପୁରକୁ ବିଜେଡି ଗଡ଼ କୁହାଯାଉଥିବା ବେଳେ ଏହି ଗଡ଼ ଭୁଶୁୁଡି ପଡ଼ିଥିଲା। ବୁଧବାର ମଧ୍ୟ ଧର୍ମଶାଳାରେ ମିଶ୍ରଣ ପର୍ବ ହେଉଛି। ଯେଉଁଠାରେ ଶହଶହ ଲୋକେ ଭାଜପାରେ ଯୋଗଦେଉଛନ୍ତି।