କଲେଜ ସଂଘର୍ଷରୁ ଥାନାରେ ରାଜନୈତିକ ତାତି: ଗିରଫ ଦାବିରେ ରାତିସାରା ଭାଜପାର ଧାରଣା, ଯୁବ ବିଜେଡି ନେତା ଗିରଫ

ହିଞ୍ଜିଳିକାଟୁ,୧୭।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ। କଲେଜ ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଆକ୍ରମଣ ଘଟଣାକୁ ନେଇ ଶୁକ୍ରବାର ରାତିରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ହିଞ୍ଜିଳି ଥାନା ପରିସରରେ ଭାଜପା ନେତା ଓ କର୍ମୀମାନେ ଧାରଣାରେ ବସିଥିଲେ। ଅଭିଯୁକ୍ତଙ୍କ ଗିରଫ ଦାବିରେ ଦୀର୍ଘ ସମୟ ଧରି ଚାଲିଥିବା ଏହି ଆନ୍ଦୋଳନ ପରେ ପୋଲିସ ଜିଲା ଯୁବ ବିଜେଡି ସମ୍ପାଦକ ଶିବାନୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାନୁସାରେ, ଶୁକ୍ରବାର କଲେଜ ପରିସରରେ ଘଟିଥିବା ସଂଘର୍ଷରେ ହିଞ୍ଜିଳିକାଟୁ ନଗର ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ନାରାୟଣ ପାଢ଼ୀ ଓ ଜିଲା ଯୁବ ବିଜେଡି ସମ୍ପାଦକ ଶିବାନୀ ପାତ୍ର ଆହତ ହୋଇଥିଲେ। ଗୁରୁତର ଆହତ ନାରାୟଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ ପୋଲିସ ଉଭୟ ଗୋଷ୍ଠୀର ୬ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଉଭୟ ପକ୍ଷର ଏତଲା ଆଧାରରେ ଦୁଇଟି ମାମଲା ରୁଜୁ କରି ଅଟକ ବ୍ୟକ୍ତିଙ୍କୁ ଛାଡ଼ି ଦେଇଥିଲା।

ଏହାକୁ ନେଇ ଭାଜପା ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ଭାଜପା ପ୍ରାର୍ଥୀ ଶିଶିର ମିଶ୍ରଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀ ଥାନା ପରିସରରେ ଧାରଣା ଦେଇଥିଲେ। କଲେଜର ନବନିର୍ବାଚିତ ଏବିଭିପି ସମର୍ଥିତ ଛାତ୍ରୀ ସଭାପତିଙ୍କ ପ୍ରତି ଅଶାଳୀନ ବ୍ୟବହାର ଏବଂ ନାରାୟଣ ପାଢ଼ୀଙ୍କ ସମେତ ଅନ୍ୟମାନଙ୍କ ଉପରେ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇବାକୁ ସେମାନେ ଦାବି କରିଥିଲେ।

ଶନିବାର ସକାଳେ ଗଞ୍ଜାମ ଏସ୍‌ପି ହରିଶ ବିଶି ହିଞ୍ଜିଳି ଥାନାରେ ପହଞ୍ଚି ଧାରଣାରତ ଭାଜପା ନେତାଙ୍କ ସହ ଆଲୋଚନା କରିଥିଲେ। ପରେ ଅତିରିକ୍ତ ଏସ୍‌ପି, ଆସିକା ଏସ୍‌ଡିପିଓ ଓ ଅନ୍ୟ ପୋଲିସ ଅଧିକାରୀ ମଧ୍ୟ ଆଲୋଚନା କରିଥିଲେ। ତେବେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଭାଜପା ନେତାମାନେ ଅଡ଼ି ବସିବା ସହ ରାତି ୮ଟା ସୁଦ୍ଧା ଥାନା ପରିସରରେ ଧାରଣା ଜାରି ରଖିଥିଲେ।

ଅନ୍ୟପକ୍ଷରେ, ଭାଜପା ନେତାମାନେ ଥାନାକୁ ଦଳୀୟ କାର୍ଯ୍ୟାଳୟ ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା ଦେବାନନ୍ଦ ମହାପାତ୍ର। ଭାଜପା ସମର୍ଥିତ ଅଣଛାତ୍ରମାନେ କଲେଜ ପରିସରରେ ପଶି ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମର୍ଥକଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରି ପୋଲିସ କୌଣସି ରାଜନୈତିକ ଚାପରେ ନ ପଡ଼ି ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?