ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ସିପୁ ଜଙ୍ଗଲରେ ଲୁଚିଥିବା ଖବରପାଇ ଅପରେଶନ ଆରମ୍ଭ ହୋଇଥିଲା। ପରେ ତାଙ୍କୁ ଏନକାଉଣ୍ଟର କରାଗଲା। ସିପୁଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ବଡବିଲ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ପୋଲିସ ଜବତ କରିଛି। ବଡ଼ବିଲ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଡକାୟତିରେ ତାଙ୍କର ସମ୍ପୃକ୍ତି ରହିଥିଲା।

Dharitri – Odisha’s No.1 Odia Daily