ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ ଦୋକାନର ଲାଇସେନ୍ସ ଅବଧି ସରିଯାଇଥିଲା । ଡାଟା ବେସ୍ ଯାଞ୍ଚ କରିବା ପରେ ଡ୍ରଗ୍ସ ଇନ୍ସପେକ୍ଟର ଜାଣିଥିଲେ। ସେଥିପାଇଁ ଦୋକାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଦୋକାନରୁ ମଦ ବୋତଲ ବାହାରିଥିଲା । ଡ୍ରଗ୍ସ ବିଭାଗ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଟାଉନ ପୋଲିସ ପହଞ୍ଚି ମଦ ଜବତ କରିବା ସହ ଦୋକାନୀକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।


