ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା ଜଣେ ଆରୋହୀଙ୍କୁ ପୋଲିସ ଗାଡି ଧକ୍କା ଦେଇଥିଲା। ଏଥିରେ ଜଣଙ୍କ  ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ହସ୍ପିଟାଲ ଚିକିତ୍ସିତ ହେଉଥିବା ଜଣାପଡିଛି ।ମୃତ ବ୍ୟକ୍ତି ଜଣକ ହେଲେ ସିନ୍ଧେକେଲା ଥାନା ଗନ୍ଧର୍ଲ୍ଲl ଗାଁର ମୁନା ମହାନନ୍ଦ। ଗୁରୁତର ବ୍ୟକ୍ତି ଜଣକ ହେଲେ  ସାଲେମୁଡ଼ଗା ଗାଁର ଆଶିଷ ସୁନା ।
ସୂଚନାଯୋଗ୍ୟ, କଣ୍ଟାବାଞ୍ଜି ଥାନାର ପୋଲିସ ଗାଡି । ଆଉ ପୋଲିସ ଗାଡି ଭିତରେ ଟ୍ରାନ୍ସଫୋର୍ସର ମୁଖ୍ୟ ପଞ୍ଚାନନ ନେଗି ଆଉ ଡ୍ରାଇଭର ଭାବରେ କଣ୍ଟାବାଞ୍ଜି ଥାନାର ହୋମଗାର୍ଡ ଜୟସିଙ୍ଗ ଛତ୍ରିଆ ଦୁହେଁ ଗାଡିନେଇ କଣ୍ଟାବାଞ୍ଜି ପଟରୁ ବଙ୍ଗୋମୁଣ୍ଡାକୁ ଯାଉଥିଲେ। ବିପରୀତ ପଟରୁ ଏକ ମୋଟର ସାଇକେଲରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।
ଫଳରେ ଘଟଣାସ୍ଥଳରେ ମୁନାଙ୍କ ମୃତ୍ୟୁହୋଇଥିବା ବେଳେ ଆଶିଷଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ କଣ୍ଟାବାଞ୍ଜି ଥାନାର ଗାଡିକୁ ବଙ୍ଗୋମୁଣ୍ଡା ଥାନାରେ ଅଟକ ରଖିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ କରୁଥିବା ଜଣାପଡିଛି।