ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ ଖାଲକୁ ଖସି ପଡ଼ିଛି ପୋଲିସ ଗାଡ଼ି। ଏଥିରେ ମହିଳା ଏସ୍‌ଆଇଙ୍କ ସମେତ ୪ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ବ୍ରହ୍ମପୁର ଜିଆରପି ଥାନାର ମହିଳା ଏସ୍‌ଆଇ ଆରତୀ ପୋଦ୍ଧାର ଓ ୩ ଜଣ କନଷ୍ଟେବଳ ଶନିବାର ସକାଳୁ ଥାନା ଗାଡ଼ିରେ ଅଫିସ କାମ ପାଇଁ କଟକ ଯାଉଥିବାବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଠାରେ ରାସ୍ତା ମଝିରେ ପଡ଼ିଥିବା ଏକ ପଥରକୁ ଧକ୍କା ଦେଇ ଖାଲକୁ ଖସି ପଡ଼ିଥିଲା। କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପଥରକୁ ଧକ୍କା ଦେବା ପରେ ଗାଡ଼ିର ୪ଟି ଯାକ ଚକା ଫାଟି ଯାଇଥିଲା। ତେବେ ଏହି ଦୁର୍ଘଟଣାରେ ମହିଳା ଏସ୍‌ଆଇ ଓ ୩ ଜଣ କନଷ୍ଟେବଳ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଥିବା ବେଳେ କ୍ରେନ୍‌ ଦ୍ୱାରା ଦୁର୍ଘଟଣାଗ୍ରସ୍ତ ଜିଆରପି ପୋଲିସ ଗାଡ଼ିକୁ ଖାଲରୁ ବାହାର କରାଯାଇଛି।

Dharitri –Odisha’s No.1 Trusted Odia Daily