ବାଙ୍କୀ,୬।୯(ଶୁଭେନ୍ଦୁ ମହାପାତ୍ର): ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପୋଲିସ SI। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିନେଲା ଭିଜିଲାନ୍ସ ଟିମ୍। ବାଙ୍କୀ ଥାନା ସୁବର୍ଣ୍ଣପୁର ପୋଲିସ ବିଟ୍ର SI ପ୍ରସନ୍ନ ମାହାଳି ଧରାପଡ଼ିଛନ୍ତି। ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ କାର୍ଯ୍ୟାଳୟରେ ଜଣଙ୍କଠାରୁ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଥିଲେ।
ସୂଚନା ଥାଉ କି ବାଉଁଶ ପୁଟ ପଞ୍ଚାୟତ ପାଳପୁଟ ଗ୍ରାମର ଦିଲେଶ୍ୱର ମହାଳିକଙ୍କ କୁକୁଡ଼ା ଫାର୍ମ ପୋଡ଼ି ଘଟଣାର ତଦନ୍ତ ଓ ଇନ୍ସୁରାଂଶ ପାଇବା ପାଇଁ ରିପୋର୍ଟ ନେବା ପାଇଁ ଦିଲେଶ୍ୱର ମାଝି ବିଟ୍ ହାଉସ ଅଧିକାରୀଙ୍କ ନିକଟକୁ ବାରମ୍ବାର ଦୌଡ଼ି ଥିଲେ । ରିପୋର୍ଟ ଦେବା ପାଇଁ ବିଟ୍ ହାଉସ ଅଧିକାରୀ ମାହାଳି ତାଙ୍କୁ ଲାଞ୍ଚ ଦେବା ପାଇଁ କହିଥିଲେ । କିନ୍ତୁ ଦିଲେଶ୍ଵର ଲାଞ୍ଚ ଦେବାକୁ ମନା କରିଥିଲେ । ଏଭଳି ଘଟଣାକୁ ନେଇ ଦିଲେଶ୍ୱର କଟକ ଭିଜିଲାନ୍ସ କାର୍ଯ୍ୟଳୟରେ ପହଞ୍ଚି ଅଭିଯୋଗ କରିଥିଲେ । ଅପରାହ୍ନରେ କଟକ ଭିଜିଲାନସ୍ ଡିଏସପି ଶୁଶାନ୍ତ ଏକାଙ୍କ ନେତୃତ୍ବରେ ଇନ୍ସପେକ୍ଟର ଜ୍ୟୋତି ଶଙ୍କର ସାହୁ , ପ୍ରଭାସିନି ପୁହାଣ , ବିଜୟ କୁମାର ସେଠୀଙ୍କ ସମେତ ୧୧ ଜଣିଆ ଟିମ୍ ଚଢାଉ କରି ବିଟ୍ ହାଉସ ଅଧିକାରୀ ମାହାଳିଙ୍କୁ ଗିରଫ କରିବା ସହ ତାଙ୍କ ରୁମ୍ ଭିତରୁ ନଗଦ ୨୦ ହାଜର ଟଙ୍କା ଜବତ କରିଥିଲେ ବୋଲି ଭିଜିଲାନ୍ସ ଡିଏସପିସୂଚନା ଦେଇଛନ୍ତି ।

