ମାର୍ଚ୍ଚ ୮ରୁ ପୋଲିସ ଏସ୍‌ଆଇ ପରୀକ୍ଷା:୧ରୁ ୱେବ୍‌ସାଇଟ୍‌ରେ ମିଳିବ ଆଡ୍‌ମିଟ୍‌ କାର୍ଡ

କଟକ,୨୬।୨(କାର୍ତ୍ତିକ ସାହୁ)- ଓଡ଼ିଶା ପୋଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ପୋଲିସ ଏସ୍‌ଆଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୮ ଓ ୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲାରେ ପୋଲିସ ଏସ୍‌ଆଇ ଓ ତତୁଲ୍ୟ ପଦବୀ ନିମନ୍ତେ ଏହି ପରୀକ୍ଷା ଓଏମ୍‌ଆର୍‌ ସିଟ୍‌ ମାଧ୍ୟମରେ କରାଯିବ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଟ୍‌ କାର୍ଡ https://odishapolice.gov.in ଓ୍ବେବ୍‌ସାଇଟ୍‌ରେ ଆସନ୍ତା ୧ରୁ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ନିଜର ୟୁଜର ଆଇଡି ଓ ପାସ୍‌ଓ୍ବାର୍ଡ ବ୍ୟବହାର କରି ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ୍‌ କରିବା ସହ ପରୀକ୍ଷା ଓ ପରୀକ୍ଷା କେନ୍ଦ୍ର ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପାଇପାରିବେ। ସୂଚନାଯୋଗ୍ୟ, ଓଡ଼ିଶା ପୋଲିସରେ ୯୩୩ ପଦବୀ ପାଇଁ ପରୀକ୍ଷା ହେବା ନିମନ୍ତେ ଗତ ଜାନୁଆରୀ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।