ପୋଲିସ ସେବା ପଦକ: ସାହସିକତା ପାଇଁ ଓଡ଼ିଶାରୁ ୪ ଜଣ…

ଭୁବନେଶ୍ୱର,୨୫।୧: ଘୋଷଣା ହେଲା ପୋଲିସ ସେବା ପଦକ। ସାହସିକତା ପାଇଁ ଓଡ଼ିଶାରୁ ୪ ଜଣ ପାଇବେ ପଦକ। ସେମାନେ ହେଲେ DSP ଅତୁଲ କ୍ରିଷ୍ଣା ଦାସ, ASI ପୂର୍ଣ୍ଣଚନ୍ଦ୍ର ପ୍ରଧାନ। ୨ କନଷ୍ଟେବଲ ଘନଶ୍ୟାମ ସାହୁ ଓ ଥବିର ମାଝୀ ମଧ୍ୟ ପାଇବେ ସାହସିକତା ପଦକ । ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ପଦକ ମିଳିବ।
ADG ପ୍ରତୀକ ମହାନ୍ତି, DCP ପ୍ରଫୁଲ୍ଲ ସିଂଙ୍କୁ ମିଳିବ ବିଶିଷ୍ଟ ସେବା ପଦକ  ପାଇବା ପାଇଁ ମନୋନିତ ହୋଇଛନ୍ତି।
ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣ ମନୋନିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି IG ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ଶ୍ରୀପ୍ରସାଦ ତମାଙ୍ଗ, ASP ଶୁଭନାରାୟଣ ମୁଦୁଲି DSP ପ୍ରଦୀପ କୁମାର, ପ୍ରଣିତା କୁମାରୀ ରାୟ, କମାଣ୍ଡାଣ୍ଟ ଅଶୋକ ମହାନ୍ତି ପ୍ରମୁଖ।
Dharitri – Odisha’s No.1 Odia Daily